ETV Bharat / bharat

ମହାଷ୍ଟମୀ କେବେ ? 10 ନା 11 ଅକ୍ଟୋବର, ଜାଣନ୍ତୁ କନ୍ୟାପୂଜାର ଶୁଭ ମୁହୂର୍ତ୍ତ - Navratri 2024

ନବରାତ୍ରିର ବଡ ଦିନ ମହାଅଷ୍ଟମୀ ପୂଜା । ଚଳିତ ବର୍ଷ କେବେ ପଡୁଛି ଦୁର୍ଗାଷ୍ଟମୀ ଓ ନବମୀ ପୂଜା ତାକୁ ନେଇ ଦ୍ବନ୍ଦ୍ବ । ମହାଷ୍ଟମୀ ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

author img

By ETV Bharat Odisha Team

Published : 2 hours ago

Navratri 2024
Navratri 2024 (Etv Bharat)

ହାଇଦ୍ରାବାଦ: ଜାରି ରହିଛି ଜଗତଜନନୀ ଦେବୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା । ଘଣ୍ଟ ଘଣ୍ଟା ଶଙ୍ଖନାଦ ଓ ମନ୍ତ୍ର ଧ୍ବନୀରେ କମ୍ପୁଛି ଶକ୍ତିପୀଠ ଓ ପୂଜା ମଣ୍ଡପ । ନବରାତ୍ରିରେ 9ଟି ରୂପରେ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଏ । ଆଜି ନବରାତ୍ରିର ଚତୁର୍ଥ ଦିନ । କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ମାଆ । ଆଗାମୀ ଦିନରେ ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇବେ ଦୁର୍ଗେତି ନାଶିନୀ । ମହାସପ୍ତମୀରେ ମା'ଙ୍କୁ ଜୀବନ ଦାନ ଦିଆଯାଉଥିବା ବେଳେ ପର ଦିନ ଦୁର୍ଗାଷ୍ଟାମୀ ନବରାତ୍ରୀର ଏକ ବିଶେଷ ଦିନ । ଷୋଡଶ ଉପଚାର ପୂଜା ଓ ମହାସ୍ନାନ ସହ ମହାଷ୍ଟମୀ ଆରମ୍ଭ ହୋଇଥାଏ । ମହାନବମୀରେ କନ୍ୟା ପୂଜାର ପରମ୍ପରା ରହିଛି । ସେହିଦିନ ଛୋଟ ଛୋଟ ଝିଅ ମାନଙ୍କୁ ଦେବୀ ରୂପରେ ପୂଜା କରାଯାଏ । ଚଳିତ ବର୍ଷ କେଉଁ ଦିନ ଦୁର୍ଗାଷ୍ଟମୀ ପଡୁଛି ସେନେଇ ସମସ୍ତଙ୍କ ମନେର ଦ୍ବନ୍ଦ୍ବ ରହିଛି ।

ଗୋଟିଏ ଦିନରେ ଦୁର୍ଗାଷ୍ଟମୀ ଓ ନବମୀ ପୂଜା:

ମା'ଙ୍କ ଅଷ୍ଟମୀ ଓ ନବମୀ ପୂଜା କେଉଁ ଦିନ ତାହାକୁ ନେଇ ଭକ୍ତଙ୍କରେ ଦ୍ବନ୍ଦ୍ବ ରହିଛି । କାହିଁକିନା ଅଷ୍ଟମୀରେ କନ୍ୟା ପୂଜା ରହିଛି । ଚଳିତ ବର୍ଷ ଗୋଟିଏ ଦିନରେ ପଡିବ ଅଷ୍ଟମୀ ଓ ନବମୀ । ଦ୍ରୀଗ ପଞ୍ଚାଙ୍ଗ ଅନୁଯାୟୀ, ଅକ୍ଟୋବର 10 ତାରିଖ ଦିନ 12ଟା 31ରୁ ଦୁର୍ଗାଅଷ୍ଟମୀ ଆରମ୍ଭ ହେବେ । ଏହା ଅକ୍ଟୋବର 11 ତାରିଖ ଦିନ 12ଟା 6 ମିନିଟରେ ଶେଷ ହେବ । ସେହି ସମୟ ମଧ୍ୟରେ କନ୍ୟା ପୂଜା ହେବ । ତା ପରଠାରୁ ନବମୀ ତିଥି ଆରମ୍ଭ ହୋଇ 12 ତାରିଖ ସକାଳ 10ଟା 58 ମିନିଟରେ ଶେଷ ହେବ । 10 ଅକ୍ଟୋବରରେ ଅଷ୍ଟମୀ ଉପବାସ ହେବ ନାହିଁ । ଧାର୍ମିକ ଗ୍ରନ୍ଥରେ ସପ୍ତମୀ ସହିତ ଅଷ୍ଟମୀ ଉପବାସ ନିଷେଧ ବୋଲି ବିବେଚନା କରାଯାଏ । ଅଷ୍ଟମୀ ତିଥି 11 ଅକ୍ଟୋବରରେ ମଧ୍ୟାହ୍ନ ପର୍ଯ୍ୟନ୍ତ । ଏହା ପରେ ନବମୀ ଆରମ୍ଭ ହେବ । ଏହି କାରଣରୁ 2024 ରେ ଅଷ୍ଟମୀ ଏବଂ ନବମୀ ସମାନ ଦିନରେ ପଡୁଛି ।

ମହାଷ୍ଟମୀ ସମୟ:

  • ଅଷ୍ଟମୀ ତିଥି 10 ଅକ୍ଟୋବର ମଧ୍ୟାହ୍ନ 12.31ରୁ ଆରମ୍ଭ ହେବ
  • 11 ଅକ୍ଟୋବର ମଧ୍ୟାହ୍ନ 12.06ରେ ଶେଷ ହେବ

ଏହା ମଧ୍ୟ ପଢନ୍ତୁ-ଶାରଦୀୟ ନବରାତ୍ରି; କଳସ ସ୍ଥାପନା ସହ ଏମିତି କରନ୍ତୁ ପୂଜା, ମନସ୍କାମନା ପୂରଣ କରିବେ ମା' ଦୁର୍ଗା - Sharadiya Navaratri

ଏହା ମଧ୍ୟ ପଢନ୍ତୁ-ମହାଳୟାରେ କାହିଁକି ମା’ଙ୍କ ଠାରେ ଖଡି ଲାଗି କରାଯାଏ ? କଣ ରହିଛି ପରମ୍ପରା - Khadilagi Rituals

ଏହା ମଧ୍ୟ ପଢନ୍ତୁ-ମା’ ସମଲେଶ୍ୱରୀଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା - shodasa upachara

କନ୍ୟା ପୂଜା ପାଇଁ ଶୁଭ ସମୟ :

ବ୍ରହ୍ମ ମୁହୂର୍ତ୍ତ- ଭୋର 4:16 ରୁ ସକାଳ 5:05 ମିନିଟ

ସକାଳ ଏବଂ ସନ୍ଧ୍ୟା - ଭାର 4:41 ରୁ 5:54 ମିନିଟ

ଅଭିଜିତ୍ ମୁହୂର୍ତ୍ତ - ଦିନ 11:21 ରୁ 12:08 ମଧ୍ୟାହ୍ନ

ବିଜୟ ମୁହୂର୍ତ୍ତ- ଦିନ 1:41 ରୁ 2:28 ପର୍ଯ୍ୟନ୍ତ

ସନ୍ଧ୍ୟା- 5:34 ରୁ ସନ୍ଧ୍ୟା 6.48

କୁମାରୀ ପୂଜା କଣ ?

ମହା ଅଷ୍ଟମୀରେ ନଅଟି ଛୋଟ ହାଣ୍ଡି ସ୍ଥାପିତ କରାଯାଇ ଦେବୀଙ୍କର ନଅ ଶକ୍ତିର ରୂପକୁ ଆହ୍ବାନ କରାଯାଏ । ମହାଷ୍ଟମୀ ଅବସରରେ କନ୍ୟା ପୂଜାର ପରମ୍ପରା ରହିଛି । ଛୋଟ ଛୋଟ ଝିଅଙ୍କୁ ମା ଦୁର୍ଗାଙ୍କ ବେଶରେ ସଜାଯାଇ ପୂଜା କରାଯାଏ । ମାନସିକଧାରୀ କୁମାରୀଙ୍କୁ ନବ ବସ୍ତ୍ର, ଓଢ଼ଣୀ ଆଦି ପରିଧାନ କରାଇବା ପରେ ସେମାନଙ୍କୁ ସଜାଇ ପୂଜା କରିଥାନ୍ତି । ଅନେକ ସ୍ଥାନରେ ମହାମାୟାଙ୍କ ମହାନବମୀରେ କୁମାରୀ ପୂଜାର ପରମ୍ପରା ରହିଛି । 9 ଜଣ କୁମାରୀଙ୍କୁ ଦେବୀ ରୂପରେ ପୂଜା କରାଯାଇଥାଏ । ଏହି କୁମାରୀ ପୂଜାର ଅନେକ ବିଶେଷତ୍ବ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.