ETV Bharat / opinion

ଭୂ-ଐତିହ୍ୟ ସଂରକ୍ଷଣର ଗୁରୁତ୍ବ ଓ ଆଇନର ଆବଶ୍ୟକତା - Geo conservation

ପୃଥିବୀର ଉତ୍ପତ୍ତି ଓ ବିବର୍ତ୍ତନର ତାତ୍ତ୍ବିକ ଉତ୍ସ ହେଉଛି ଭୂ-ଐତିହ୍ୟ ସ୍ଥଳ । ଭାରତରେ ଏଗୁଡିକ କେତେ ସୁରକ୍ଷିତ ? ଏହାର ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ପଢନ୍ତୁ ସି.ପି ରାଜେନ୍ଦ୍ରନଙ୍କ ଆଲେଖ୍ୟ

ଭୂ-ଐତିହ୍ୟ ସଂରକ୍ଷଣର ଗୁରୁତ୍ବ ଓ ଆଇନର ଆବଶ୍ୟକତା
ଭୂ-ଐତିହ୍ୟ ସଂରକ୍ଷଣର ଗୁରୁତ୍ବ ଓ ଆଇନର ଆବଶ୍ୟକତା (ETV Bharat Odisha)
author img

By C P Rajendran

Published : Oct 6, 2024, 3:10 PM IST

ହାଇଦ୍ରାବାଦ: ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ କେନ୍ଦ୍ର ସରକାର ନିକଟରେ ଦେଶର ବିଭିନ୍ନ ସ୍ଥାନରେ ଥିବା 10ଟି ଭୂ-ଐତିହ୍ୟ ସ୍ଥାନଗୁଡିକର ନାମ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI)କୁ ପଠାଇଛନ୍ତି । ନିଶ୍ଚିତ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କାରଣ ଭାରତରେ ‘ୟୁନେସ୍କୋ’ (UNESCO) ଦ୍ୱାରା ଗ୍ଲୋବାଲ୍ ଜିଓ ପାର୍କ ପ୍ରତିଷ୍ଠା ପାଇଁ ପୂର୍ବରୁ ପ୍ରୟାସ ହୋଇଥିଲେ ସୁଦ୍ଧା ଭାରତରେ ଗୋଟିଏ ମଧ୍ୟ ଜିଓ ପାର୍କ ନାହିଁ । ସରକାର ଏହି ଛୋଟ ପଦକ୍ଷେପ ଆଗକୁ ନେବା ଉଚିତ । ଭାରତର ଭୂତତ୍ତ୍ୱ ସର୍ବେକ୍ଷଣ ଦ୍ବାରା ଜାତୀୟ ଭୂତତ୍ତ୍ୱ ସ୍ମାରକୀ ଭାବରେ ଚିହ୍ନିତ ସମସ୍ତ 32ଟି ଭୌଗୋଳିକ ଐତିହ୍ୟ ସ୍ଥାନ ସଂରକ୍ଷଣ ପାଇଁ ନୀତିଗତ ଭାବେ ପ୍ରସ୍ତୁତି ଆରମ୍ଭ କରିବା ଉଚିତ୍ ।

  • ଭାରତର ଭୌଗୋଳିକ ସ୍ଥିତି ବିବିଧ

ଭାରତର ଭୌଗୋଳିକ ବିବିଧତା ଦେଶର ଅନ୍ୟାନ୍ୟ କ୍ଷେତ୍ର ପରି ମଧ୍ୟ ବିବିଧ । ପୃଥିବୀର ସର୍ବୋଚ୍ଚ ପର୍ବତ ଶିଖରରୁ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ, ବୃହତ ଆଭ୍ୟନ୍ତରୀଣ ଖଣ୍ଡ ଏବଂ ଦ୍ୱୀପପୁଞ୍ଜ ପର୍ଯ୍ୟନ୍ତ ପରିବର୍ତ୍ତନଶୀଳ ଦୃଶ୍ୟ ଭାରତୀୟ ଭୌଗଳିକ ବିବିଧତାକୁ ଦର୍ଶାଏ । କେବଳ ଏତିକି ନୁହେଁ ବରଂ ଭାରତୀୟ ଅଞ୍ଚଳର ଅନେକ ସ୍ଥାନରେ ଅନେକ ପ୍ରକାରର ପଥର, ଖଣିଜ ପଦାର୍ଥ ଏବଂ ଅନନ୍ୟ ଜୀବାଶ୍ମ ମଧ୍ୟ ଗଚ୍ଛିତ ରହିଛି ।

ଏହି ଭୌଗୋଳିକ ବୈଶିଷ୍ଟ୍ୟ କୋଟି କୋଟି ବର୍ଷ ଧରି ବିକଶିତ ହୋଇଛି । ଆମ ଗ୍ରହ ପୃଥିବୀ ଚମତ୍କାର ଉତ୍ପତ୍ତି ସମ୍ପର୍କିତ ତତ୍ତ୍ବ ଏବଂ ଭାରତୀୟ ଭୂଖଣ୍ଡର ବିବର୍ତ୍ତନ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥାଏ । ଭୂ-ଐତିହ୍ୟ ସ୍ଥଳ ଗୁଡିକ କେତାକାଂଶରେ ଏକ ଶିକ୍ଷାନୁଷ୍ଠାନ ମଧ୍ୟ । ଯେଉଁ କ୍ଷେତ୍ରର ଲୋକଙ୍କଠାରେ ଶିକ୍ଷାଗତ ସାକ୍ଷରତା ଅଧିକ, ସେଠାରେ ଏହି ଦିଗ ପ୍ରତି ଅନୁଧ୍ୟାନ ଶିକ୍ଷା ପ୍ରଣାଳୀର ବ୍ୟବସ୍ଥାରେ ସାମିଲ ହୋଇଛି । ବିନାଶକାରୀ ପଥର ଖଣି ଓ ଖନନ କାର୍ଯ୍ୟକଳାପ ମଧ୍ୟ ଏହାକୁ ନଷ୍ଟ କରିବାରେ ଲାଗିଛି । ଯଦି ଏହାକୁ ଏପରି ଅନିୟନ୍ତ୍ରିତ ଭାବେ ଛାଡି ଦିଆଯାଏ, ତେବେ ଏହା ଦିନେ ଭାରତର ଭୂ-ଐତିହ୍ୟକୁ ନଷ୍ଟ କରିଦେବ । ଏକଥାର ଆଶଙ୍କା ମଧ୍ୟ ଯଥେଷ୍ଟ ରହିଛି ।

  • ଭାରତରେ ଚିହ୍ନଟ ହୋଇଥିବା ଏକାଧିକ ଭୂ-ଐତିହ୍ୟ ସ୍ଥଳ ସମ୍ପର୍କରେ...

ଏହିପରି ଅନେକ ଘଟଣା ରହିଛି, ଯେଉଁଥିରେ ଭାରତୀୟ ଭୂଖଣ୍ଡର ଅମୂଲ୍ୟ ଭୌଗୋଳିକ ରତ୍ନକୁ ନଷ୍ଟ କରାଯାଇଛି । ଯେପରିକି କର୍ଣ୍ଣାଟକର ମାଙ୍ଗାଲୋର ସହର ନିକଟବର୍ତ୍ତୀ ଉଦୁପିର ସେଣ୍ଟ-ମେରି ଦ୍ୱୀପରେ ମିଳିଥିବା 60 ନିୟୁତ ପୁରୁଣା ବେସାଲଟ ସ୍ତମ୍ଭ ଓ ଉତ୍ତର-ପଶ୍ଚିମ ଗୁଜୁରାଟର କଚ୍ଚ ସମତଳ ଅଞ୍ଚଳରେ ଡାଇନୋସର ଜୀବାଶ୍ମ ସନ୍ଧାନ ମିଳିଥିଲା । ଏହି ସ୍ଥାନଗୁଡିକରେ ମିଳିଥିବା ଉପାଦନ ପ୍ରାୟ 200 ନିୟୁତ ବର୍ଷ ପୂର୍ବର ବୋଲି ଜଣାପଡେ ।

  • ପ୍ରାକୃତିକ ସମ୍ପତ୍ତି ଘୋଷଣା ଜରୁରୀ

ଏଗୁଡିକୁ ପ୍ରାକୃତିକ ସମ୍ପତ୍ତି ଭାବରେ ଘୋଷିତ କରାଯିବା ଉଚିତ, କାରଣ ସେଗୁଡିକ ଅସାଧାରଣ ପଥର ପ୍ରକାର ଏବଂ ସ୍ଥଳଭାଗର ସ୍ଥାନ । ଯାହା ଭୌଗୋଳିକ ଘଟଣାକ୍ରମର ରେକର୍ଡ ସଂରକ୍ଷଣ କରିଥାଏ । ଯେଉଁଠାରେ ପୃଥିବୀ ଉତ୍ପତିର ପ୍ରାଥମିକ ଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଥିଲା । ମଧ୍ୟ ପ୍ରଦେଶର ଶିବପୁରୀରେ କମ୍ ଜଣାଶୁଣା ମୋଲଡେଡ୍ ମେଟେରାଇଟ୍ ଇମ୍ପାକ୍ଟ କ୍ରାଟର୍ ସମ୍ପର୍କରେ ଆମ ମଧ୍ୟରୁ ଖୁବ କମ ଜାଣନ୍ତି । ଏହା ପ୍ରାୟ 1.5 ରୁ2.5 ନିୟୁତ ବର୍ଷ ପୁରୁଣା କ୍ରାଟର । ଅନ୍ୟ ଏକ ଉଦାହରଣ ହେଉଛି ମହାରାଷ୍ଟ୍ରର ବୁଲଦାନା ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଲୋନାର କ୍ରାଟର, ଯାହା 50 ହଜାର ବର୍ଷ ପୁରୁଣା ବୋଲି ଜଣାପଡେ । ଏହା ଏକ ବିଜ୍ଞପ୍ତି ଭୂ-ଐତିହ୍ୟ ସ୍ମାରକ ଭାବେ ଚିହ୍ନିତ ହେବାର ଆବଶ୍ୟକତା ରହିଛି ।
ରାମସେତୁ:-

ନିକଟ ଅତୀତରେ ଐତିହାସିକ ତଥା ପୂରାଣବର୍ଣ୍ଣିତ ରାମସେତୁ ସମ୍ପର୍କରେ ଏକାଧିକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି । ଏହି ଐତିହାସିକ ଭୂଖଣ୍ଡ ବଙ୍ଗୋପସାଗରରେ ତାମିଲନାଡୁ ଉପକୂଳରୁ ଉତ୍ତର-ଶ୍ରୀଲଙ୍କା ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ଏହାର ଗଠନ ଏକ ସାମୁଦ୍ରିକ ଜୈବ ପରିବେଶରୁ ସୃଷ୍ଟି ହୋଇଥାଇପାରେ ବୋଲି କୁହାଯାଏ । ଏହାକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ଏହା ଏକ ସମ୍ଭାବ୍ୟ ଭୌଗୋଳିକ ଐତିହ୍ୟ ସ୍ମାରକର ଅନ୍ୟ ଏକ ପ୍ରକୃଷ୍ଠ ଉଦାହରଣ, ଯାହାକୁ ସୁରକ୍ଷା ଦେବା ଆବଶ୍ୟକ ।

  • 1991ରେ ହୋଇଥିଲା ପ୍ରଥମ ସମ୍ମିଳନୀ:

ଆମ ପୃଥିବୀ ଭୌଗୋଳିକ ଐତିହ୍ୟର ମହତ୍ତ୍ବ ପ୍ରଥମେ 1991ରେ ‘ଭୂତାତ୍ତ୍ୱିକ ଐତିହ୍ୟର ସଂରକ୍ଷଣ ଉପରେ ପ୍ରଥମ ଆନ୍ତର୍ଜାତୀୟ ସମ୍ମିଳନୀ’ ମାଧ୍ୟମରେ ସ୍ୱୀକୃତି ପ୍ରାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମ ‘ୟୁନେସ୍କୋ’ ଦ୍ୱାରା ପ୍ରାୟୋଜିତ ଥିଲା । ସମ୍ମିଳନୀ ପାଇଁ ପ୍ରତିନିଧୀମାନେ ଫ୍ରାନ୍ସର ଡିଜି ସହରରେ ଏକତ୍ରିତ ହୋଇଥିଲେ । ଏକ ସାଧାରଣ ଐତିହ୍ୟର ସଂକଳ୍ପକୁ ସମସ୍ତ ଅଂଶଗ୍ରହଣକାରୀ ସମର୍ଥନ କରିଥିଲେ । ‘ମନୁଷ୍ୟ ଏବଂ ପୃଥିବୀ ଏକ ସାଧାରଣ ଐତିହ୍ୟର ସହଭାଗୀ, ଆମେ ଏବଂ ଆମ ସରକାର କେବଳ ଏହାର ରାକ୍ଷାକାରୀ’ ଶୀର୍ଷକରେ ଏକ ସଙ୍କଳ୍ପନାମା ବା ଡିକ୍ଲାରେସନ ପ୍ରକାଶ ପାଇଥିଲା । ଏଥିରେ କାନାଡା, ସ୍ପେନ୍, ଅଷ୍ଟ୍ରେଲିଆ, ଆମେରିକା ଏବଂ ବ୍ରିଟେନ ପରି ଦେଶରେ ଅନାନ୍ୟ ଭୌଗୋଳିକ ଗୁରୁତ୍ୱପୂର୍ଣ୍ଣ ସ୍ମୃତି ସ୍ଥଳ ଭାବରେ ‘ଜିଓ ପାର୍କ’ ପ୍ରତିଷ୍ଠା କରାଯିବାର ଯୋଜନା କରାଯାଇଥିଲା । ଏହି ସ୍ଥାନଗୁଡିକ ଜିଓ-ଟୋରିଜିମକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ଯାହା ଦ୍ବାରା ରାଜସ୍ୱ ବୃଦ୍ଧି ଏବଂ ରୋଜଗାର ସୃଷ୍ଟିର ଅବସର ସୃଷ୍ଟି ହୋଇଥାଏ ।

ଜିଓ-ହେରିଟେଜ ସାଇଟଗୁଡିକର ନେଟୱାର୍କ ମଧ୍ୟ ବିଶ୍ୱ ଐତିହ୍ୟ ଏବଂ ବାୟୋସ୍ପିୟର ଅଭିଯାନକୁ ଏକ ନୂତନ ଦିଗ ପ୍ରଦାନ କରେ । ଜାତୀୟ ଭୂ-ଐତିହ୍ୟର ବିକାଶ ପାଇଁ ‘ୟୁନେସ୍କୋ’ ମଧ୍ୟ ନିର୍ଦ୍ଦେଶାବଳି ପ୍ରଦାନ କରିଛି । ଯାହା ଦ୍ବାରା ବିଭିନ୍ନ ଦେଶ ଏହି ଐତିହ୍ୟ ସ୍ଥଳ ସହ ‘ବିଶ୍ବ ଜିଓ ପାର୍କ’ ନେଟୱାର୍କର ଏକ ଅଂଶ ହୋଇପାରିବେ । ଆଜି ଭିଏତନାମ ଏବଂ ଥାଇଲ୍ୟାଣ୍ଡ ସମେତ 44ଟି ଦେଶରେ ପ୍ରାୟ 169ଟି ବିଶ୍ବସ୍ତରୀୟ ଜିଓ ପାର୍କ ଅଛି । ମାତ୍ର ଭାରତ ଏପର୍ଯ୍ୟନ୍ତ ଏହି ଶୃଙ୍ଖଳାର ଏକ ଅଂଶ ହୋଇପାରିନାହିଁ ।

  • ଭାରତରେ ଏହା ଏବେ ମଧ୍ୟ ଧ୍ୟାନ ଆକର୍ଷଣ କରିପାରିନି

ଭୂ-ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଆନ୍ତର୍ଜାତୀୟ ଅଗ୍ରଗତି ସତ୍ତ୍ୱେ ଏହା ଭାରତରେ ଅଧିକ ଧ୍ୟାନ ଆକର୍ଷିତ କରିବାରେ ସଫଳ ହୋଇନି । ଅତୀତରେ ସଂସଦରେ ଏହା ଉପରେ କିଛି ପ୍ରଶ୍ନ ଉଠିଛି । ଆଇନ ବିନା ଭୂ-ଐତିହ୍ୟ ସ୍ଥଳଗୁଡିକ ସୁରକ୍ଷିତ ହୋଇପାରିବ ନାହିଁ । ଏହିପରି ପ୍ରସ୍ତାବଗୁଡିକ ଅନୁମୋଦନ ପାଇଁ ସମ୍ପୃକ୍ତ ସରକାରୀ ମନ୍ତ୍ରଣାଳୟ ଗୁଡିକ ବିଚାର ବିମର୍ଶ ଜାରି ରଖିଛନ୍ତି । 2009ରେ, ରାଜ୍ୟସଭାରେ ଏକ ବିଲ୍ ଆଗତ କରି ଜିଓ-ହେରିଟେଜ୍ ସାଇଟ୍ ପାଇଁ ଏକ ଜାତୀୟ ଆୟୋଗ ଗଠନ ପାଇଁ ପ୍ରୟାସ କରାଯାଇଥିଲା । ଏହି ପ୍ରସ୍ତାବକୁ ଷ୍ଟାଣ୍ଡିଂ କମିଟିକୁ ମଧ୍ୟ ପଠାଯାଇଥିଲା । କିନ୍ତୁ କିଛି ଅଜ୍ଞାତ କାରଣରୁ କେନ୍ଦ୍ର ସରକାର ବିଲ୍ ପ୍ରତ୍ୟାହାର କରି ନେଇଥିଲେ ।

2019 ରେ ‘ସୋସାଇଟି ଅଫ୍ ଆର୍ଥ ସାଇନିଷ୍ଟ ସଂଗଠନ’ ଅଧୀନରେ ଭୂବିଜ୍ଞାନୀଙ୍କ ଏକ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ତଥା ସମ୍ପୃକ୍ତ ମନ୍ତ୍ରଣାଳୟକୁ ନିବେଦନ କରିଥିଲେ ଯେ ଜିଓ-ହେରିଟେଜ୍ ସ୍ଥାନଗୁଡିକର ରକ୍ଷଣାବେକ୍ଷଣ ପାଇଁ ଏକ ଜାତୀୟ ସଂସ୍ଥାର ତତ୍ତ୍ବାବଧାନରେ ଏକ ଜାତୀୟ ସଂରକ୍ଷଣ ନୀତିର ଆବଶ୍ୟକତା କାର୍ଯ୍ୟକାରୀ କରାଯାଉ । କିନ୍ତୁ ସରକାରଙ୍କ ଉଦାସୀନତା ପାଇଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଭାରତରେ ‘ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ’ ବା (ଏଏସଆଇ) ହେଉଛି ଭୂ-ଐତିହ୍ୟ ସାଇଟଗୁଡିକର ସ୍ଥିତି ଉପରେ ନଜର ରଖିବା ପାଇଁ ସର୍ବୋଚ୍ଚ ସଂସ୍ଥା ଏଜେନ୍ସି । କିନ୍ତୁ ଏହି ଭୂଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏହାର ଅଧିକ ଅନୁଧ୍ୟାନ ପାଇଁ ଉଚିତ ଆଇନଗତ ପ୍ରୟାସ ଓ ଏହାକ ସଫଳ କାର୍ଯ୍ୟକାରିତା ଜରୁରୀ ।

ସମ୍ପାଦକୀୟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.