ଓଡିଶା

odisha

ETV Bharat / videos

ଘୋଷଣା ହେଉଛି ଯୁକ୍ତ ୨ ପରୀକ୍ଷା ଫଳ, CHSE କାର୍ଯ୍ୟାଳୟରୁ ଦେଖନ୍ତୁ LIVE - Plus Two Result 2024 - PLUS TWO RESULT 2024

By ETV Bharat Odisha Team

Published : May 26, 2024, 3:00 PM IST

Updated : May 26, 2024, 3:11 PM IST

କଟକ: ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ । ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ଦିନ ହିଁ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ । ଆଜି ଗୋଟିଏ ଦିନରେ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ବିଷୟ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ କରାଯିବ । ପରୀକ୍ଷା ଫଳାଫଳ www.orissaresults.nic.inରେ ଉପଲବ୍ଧ ହେବ । ଏହାସହ ଛାତ୍ରଛାତ୍ରୀ ସେମାନଙ୍କର ବିଦ୍ୟାଳୟ ଇସ୍ପେସ୍ (HS School e-space) ଓ ଡିଜିଲକର୍ (Digilocker) ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିପାରିବେ । ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାର ୨୬ ହଜାର ୫୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ୨୭ ଲକ୍ଷ ଖାତା ମୂଲ୍ୟାୟନ ହୋଇଥିବାବେଳେ ସେଥିରୁ ଅନ୍‌ଲାଇନ୍‌ରେ ୯ ଲକ୍ଷ ଏବଂ ଅଫ୍‌ଲାଇନରେ ୧୮ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି । CHSE କାର୍ଯ୍ୟାଳୟରୁ ଦେଖନ୍ତୁ LIVE 
Last Updated : May 26, 2024, 3:11 PM IST

ABOUT THE AUTHOR

...view details