ଓଡିଶା

odisha

ETV Bharat / videos

ଟାଙ୍ଗୀରେ ପାଓ୍ବାର ଦେଖାଇଲେ ପ୍ରଶାନ୍ତ, ମିଶ୍ରଣ ପର୍ବରେ ହଜାର ହଜାର ସମର୍ଥକଙ୍କୁ କଲେ ଏକାଠି - BJP JOINING PROGRAM - BJP JOINING PROGRAM

By ETV Bharat Odisha Team

Published : May 14, 2024, 2:00 PM IST

ଖୋର୍ଦ୍ଧା : ନିଜ ଅଞ୍ଚଳରେ ନିର୍ବାଚନ ପାଇଁ ହାତରେ ଆଉ ଅଳ୍ପ ସମୟ ରହିଥିବା ବେଳେ କିଏ କେତେ ଶକ୍ତି ପଦର୍ଶନ କରିପାରିବ ତାକୁ ନେଇ ଚାଲିଛି ବିଭିନ୍ନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରୟାସ । ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରଚାର ସାଙ୍ଗକୁ ବଡ଼ ବଡ଼ ସଭା କରି ନିଜ ଦମ ଦେଖାଉଛନ୍ତି ପ୍ରାର୍ଥୀ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ମଧୁ ମଙ୍ଗଳ ପଡିଆରେ ବିଜେପିର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଟାଙ୍ଗୀ ବ୍ଲକର ବିଭିନ୍ନ ପଞ୍ଚାୟତର ଛାମୁଆ ନେତାଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏକାଠି ହୋଇ ବିଜେପିରେ ମିଶିଛନ୍ତି । ବିଜେପିକୁ ଏତେ ସଂଖ୍ୟାରେ ଜନ ସମର୍ଥନ ବିଜେପି ସଂଗଠନକୁ ଟାଙ୍ଗୀରେ ଆହୁରି ମଜଭୁତ କରିଥିବା ନେଇ ଆଶା କରାଯାଉଛି । ବିଜେପି ନେତା ରଘୁନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ରାଜ୍ୟ ବିଜେଡି ପୂର୍ବତନ ମହିଳା ସଭାନେତ୍ରୀ ବାସନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦଳକୁ ବିଜୟୀ କରିବାକୁ ଆହ୍ବାନ ଦେଇଛନ୍ତି ।  ସେହିପରି ସଭାରେ ଉପସ୍ଥିତ ହଜାର ହଜାର କର୍ମୀଙ୍କ ଗହଣରେ ପୁଣି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ମିଶ୍ରଣ ପର୍ବ ପରେ ଏକ ବିରାଟ ମଟର ସାଇକେଲ ରାଲିରେ ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ବିଜେପି ପ୍ରାର୍ଥୀ ତାଙ୍କ ଦମ ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାଳୁ ଖଣ୍ଡାୟତରାୟ ବିଜେପି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ଜଗଦ୍ଦେବ - Prasanta Jagadev

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details