ଢେଙ୍କାନାଳରେ ଦଳୀୟ ସଭାରେ ଯୋଗଦେଲେ ବିଜେଡି ସାଂସଦ ପ୍ରାର୍ଥୀ ଡ. ଅବିନାଶ ସାମଲ - Dhenkanal Lok Sabha Constituency - DHENKANAL LOK SABHA CONSTITUENCY
Published : Apr 3, 2024, 10:23 PM IST
DHENKANAL BJD MP CANDIDATE: ଢେଙ୍କାନାଳ: ବିଜେଡି ପକ୍ଷରୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ଡ. ଅବିନାଶ ସାମଲଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହି କ୍ରମରେ ପ୍ରଥମ ଥର ଆଜି ସଂସଦୀୟ ପ୍ରାର୍ଥୀ ଘୋଷଣା ପରେ ବିଜେଡି ସାଂସଦ ପ୍ରାର୍ଥୀ ଡ. ଅବିନାଶ ସାମଲଙ୍କୁ ଭୁବନରେ ଭବ୍ୟ ସ୍ବାଗତ କରାଯାଇଛି । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଷ୍ଣୁପ୍ରିୟା ଗାଲାକ୍ସିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡିର ସମସ୍ତ କର୍ମୀମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ପ୍ରକଶ ଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀଟି ଭୁବନ NAC ଓ କାମାକ୍ଷାନଗରକୁ ନେଇ ଗଠିତ । ଯୁବ ଲୋକସଭା ପ୍ରାର୍ଥୀ ଡ. ଅବିନାଶ ସାମଲ ପ୍ରଥମ କରି ରାଜନୀତିରେ ପାଦ ଥାପିଛନ୍ତି । ନବୀନ ସରକାରଙ୍କ ନୀତି ଆଦର୍ଶ ଓ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ସହିତ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଭୋଟରମାନଙ୍କ ପାଖକୁ ଯିବେ ।
ଏହା ମଧ୍ୟ ପଢନ୍ତୁ... ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates
ପେଶାରେ ଯେହେତୁ ସେ ଜଣେ ଡାକ୍ତର ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ସୁଯୋଗ ମିଳିଲେ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ କହିଛନ୍ତି । ବିଜେଡି କର୍ମୀମାନଙ୍କ ସହିତ ସାକ୍ଷାତ କରିବା ସମୟରେ ସାଥୀରେ ଥିଲେ ଢେଙ୍କାନାଳ ସଦର ବିଜେଡି ବିଧାୟକ ପ୍ରାର୍ଥୀ ତଥା ଦାଦା ସୁଧିର ସାମଲ ଓ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଏହି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ ସାହୁ, ବ୍ଲକ ଅଧ୍ୟକ୍ଷା ଶିପ୍ରା ବରାଳ, କାମାକ୍ଷାନଗର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେବା ସହିତ କାମାକ୍ଷାନଗର ଓ ଭୁବନ ଅଞ୍ଚଳର ଶହଶହ ସଂଖ୍ୟାରେ ବିଜେଡି କର୍ମୀ ଯୋଗଦେଇଥିଲେ । ଆଗାମୀ ଦିନରେ ନିର୍ବାଚନରେ ଜିତିବେ ବୋଲି ଆଶା ରଖିଛନ୍ତି l ତେବେ ତାଙ୍କ ବିରୋଧରେ ବିଜେପିରୁ ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି ଲଢିବାକୁ ଯାଉଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ