ଓଡିଶା

odisha

ETV Bharat / videos

ନାଗପୁରରେ ମହାରାଜା ଛତ୍ରପତି ଶିବାଜୀଙ୍କ 394ତମ ଜୟନ୍ତୀ ପାଳିତ - ଛତ୍ରପତି ଶିବାଜୀଙ୍କ ଜନ୍ମ ବାର୍ଷିକୀ

By ETV Bharat Odisha Team

Published : Feb 19, 2024, 11:11 AM IST

Chhatrapati Shivaji Maharaj, ମୁମ୍ବାଇ : ମରାଠାଙ୍କ ମନରେ ଏକ ମହତ୍ୱପୁର୍ଣ୍ଣ ସ୍ଥାନ ଗ୍ରହଣ କରିଥିବା ମହାରାଜା ଛତ୍ରପତି ଶିବାଜୀଙ୍କ ଆଜି ହେଉଛି 394ତମ ଜନ୍ମ ବାର୍ଷିକୀ । ଶିବାଜୀଙ୍କ ଜନ୍ମଦିନକୁ ନେଇ ମହାରାଷ୍ଟ୍ରର ନାଗପୁରରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ହଜାର ହଜାର ଲୋକ ଏକାଠି ହୋଇ ମାହାରାଜଙ୍କୁ ଆରତୀ ଅର୍ପଣ କରିଥିବା ବେଳେ ପାରମ୍ପରିକ ବାଦ୍ୟର ଶବ୍ଦରେ ପ୍ରକମ୍ପୀତ ହୋଇଛି ସମ୍ପୂର୍ଣ୍ଣ ନାଗପୁର ।  

ଆଜି ସାରା ଦେଶ ପାଳୁଛି ଦେଶ ମାତୃକାର ସନ୍ତାନ ତଥା ମରାଠା ରାଜା ଛତ୍ରପତି ଶିବାଜୀଙ୍କ ଜୟନ୍ତୀ । ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ, ଯାହା ଶିବ ଜୟନ୍ତୀ ଭାବରେ ମଧ୍ୟ ଜଣାଯାଏ ।  ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଭାରତର ଜଣେ ସାହାସୀ ଶାସକ ତଥା ମରାଠା ରାଜ୍ୟର ପ୍ରତିଷ୍ଠାତା ଭାବରେ ବେଶ ଜଣାଶୁଣା ଥିଲେ ଶିବାଜୀ । ପ୍ରତିବର୍ଷ ଫେବୃଆରୀ 19 ତାରିଖରେ ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଆଜି ତାଙ୍କର 394ତମ ଜନ୍ମଦିନରେ ଶିବାଜୀଙ୍କୁ ମନେ ପକାଉଛି ସାରା ଭାରତ । 

ଏହା ମଧ୍ଯ ପଢ଼ନ୍ତୁ....ବ୍ରିଟେନରୁ ଫେରିବ ଶିବାଜୀଙ୍କ ଆଇକନିକ 'ବାଘ ନଖ', ଅଫଜଲ ଖାଁ ହତ୍ୟା ପାଇଁ କରିଥିଲେ ବ୍ୟବହାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details