ଓଡିଶା

odisha

ETV Bharat / videos

ବୀରମିତ୍ରପୁରରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କର ନିର୍ବାଚନୀ ପ୍ରଚାର - LOK SABHA ELECTION 2024

By ETV Bharat Odisha Team

Published : Apr 27, 2024, 10:24 PM IST

BJD CAMPAIGN IN BIRAMITRAPUR: ରାଉରକେଲା/ ବୀରମିତ୍ରପୁର: ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ମୈଦାନ ସେତିକି ଗରମ ହେବାରେ ଲାଗିଛି । ଏହିକ୍ରମରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଏବଂ ପ୍ରଚାର ଜୋରଦାର ଭାବରେ ପାଳନ ହୋଇଯାଇଛି । ବୀରମିତ୍ରପୁର ପୌରପାଳିକା ଅଞ୍ଚଳରେ ଏହି କର୍ମୀ ସମ୍ମିଳନୀ ଏବଂ ନିର୍ବାଚନ ପ୍ରଚାର ଆୟୋଜିତ ହୋଇଯାଇଛି । ଏଥିରେ ବିଜେଡି ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ ଯୋଗ ଦେଇଥିଲେ ।

ଏହା ସହ ସମ୍ମିଳନୀରେ ଯଥାକ୍ରମେ ସୁନ୍ଦରଗଡ଼ ଲୋକସଭା ଏବଂ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ, ଖୁଣ୍ଟଗାଁ, କୁଆଁରମୁଣ୍ଡା, ହତିବାରି ଅଞ୍ଚଳର ବ୍ୟାପକ କର୍ମୀ ଯୋଗ ଦେଇଥିଲେ ଏବଂ ଏକ ବିଶାଳ ମିଶ୍ରଣ ପର୍ଵ ମଧ୍ୟ ଆୟୋଜନ ହୋଇଛି । ମିଶ୍ରଣ ପର୍ବରେ ବହୁ ସଂଖ୍ୟାରେ କଂଗ୍ରେସ ଏବଂ ବିଜେପିରୁ ବହୁ ସ୍ଥାନୀୟ ନେତା ଏବଂ ଯୁବ ଏବଂ ଛାତ୍ର ମାନେ ବିଜେଡିରେ ଯୋଗ ଦେଇଥିଲେ । ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ଆସିଥିବା ବ୍ୟାପକ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ । 

ଏହା ମଧ୍ୟ ପଢନ୍ତୁ .... ସରଗରମ ହେଉଛି ବୀରମିତ୍ରପୁର ରାଜନୀତି, ଶଙ୍କର-ରୋହିତ ମୁହାଁମୁହିଁ - BIRAMITRAPUR Politics

ସମ୍ମିଳନୀରେ ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ, ବର୍ତ୍ତମାନ ନିର୍ବାଚନରେ ବିଜେଡିର ଆଗାମୀ ନିର୍ବଚନରେ ଏକ ବିଶାଳ ସଫଳ ପ୍ରତିଫଳିତ ହେବ । ବିଜେଡି ଏକ ଦଳ ନୁହଁ ପରିବାର ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ । ରାଜ୍ୟ ସରକାରଙ୍କ ଦିଗଦର୍ଶନରେ ଆଜି ସୁନ୍ଦରଗଡ଼ ହକି ପାଇଁ ବିଶ୍ଵ ଦରବାରରେ ପରିଚିତ ହୋଇପାରିଛି । ସେ ହକି ବା ରାଜନୀତିର ମଇଦାନ ହେଉ ଆମେ ସବୁବେଳେ ପରିଶ୍ରମ କରିବା ଶିଖିଛୁ । ପରିଶ୍ରମ କରି ବିଜେଡି ଏଥର ଜିଲ୍ଲାର ଲୋକସଭା ଓ ୭ଟି ଯାକ ବିଧାନସଭା ନିଶ୍ଚୟ ଜିତିବ ଏବଂ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେଭଳି ରୋହିତ ଜୋସେଫ ତିର୍କୀ ଦଳ କିପରି ଆହୁରି ମଜବୁତ ହେବ, କିପରି ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ନେଇ ଦଳ ଆଗକୁ ଯିବ ସେ ଉପରେ କର୍ମୀଙ୍କ ସହ ଆଲୋଚନା କରିଥିଲେ ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details