ଓଡିଶା

odisha

ETV Bharat / videos

ବସନ୍ତ ପଞ୍ଚମୀ ମହୋତ୍ସବ ଉଦଘାଟିତ, ନାଚଗୀତରେ ଝୁମିଲେ ଦର୍ଶକ - ବସନ୍ତ ପଞ୍ଚମୀ ମହୋତ୍ସବ

By ETV Bharat Odisha Team

Published : Feb 16, 2024, 7:39 AM IST

Basant Panchami Mahotsav: ଖୋର୍ଦ୍ଧା: ଉଦଘାଟିତ ହେଲା ବସନ୍ତ ପଞ୍ଚମୀ ମହୋତ୍ସବ । ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବ । ୨୦୧୯ ମସିହାରେ ଜାକଜମକରେ ଆରମ୍ଭ ହୋଇଥିବା ବସନ୍ତ ପଞ୍ଚମୀ ମହୋତ୍ସବକୁ ଚଳିତ ବର୍ଷ ମଧ୍ୟ ଆଡମ୍ବରରେ ପାଳନ କରାଯାଉଛି । ଅଞ୍ଚଳର କଳା ସଂସ୍କୃତିର ପ୍ରସାର କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆୟୋଜିତ ହେଉଛି ଏହି କାର୍ଯ୍ୟକ୍ରମ । ଚଳିତବର୍ଷ ଏହାକୁ ବେଶ ଧୁମଧାମରେ ଆୟୋଜନ କରିଛନ୍ତି ବେଗୁନିଆ ବ୍ଲକ ମଲିପଦର ବାସୁଦେବପୁର ବାସିନ୍ଦା  । 

ଏହା ମଧ୍ୟ ପଢନ୍ତୁ...କନ୍ଧମାଳରେ ଜନଜାତି କ୍ରୀଡ଼ା ସଂସ୍କୃତି ମହୋତ୍ସବ ଉଦଘାଟିତ

ଗୁରୁବାର ଶୀତୁଆ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି କୁଞ୍ଜ ବିହାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସଭା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ବେଗୁନିଆ ବିଧାୟକ କହିଛନ୍ତି, "ଗ୍ରାମାଞ୍ଚଳର ଏହି କୁନି କୁନି ପିଲାମାନେ ଏଭଳି ମଞ୍ଚରୁ ଯାଇ ଭବିଷ୍ୟତରେ ରାଜ୍ୟ ତଥା ଦେଶ ବାହାରେ କଳାର ପ୍ରଚାର ପ୍ରସାର କରିବେ ।'' ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବିଜେଡି ରାଜ୍ୟ ସମ୍ପାଦକ ଓ ସମାଜସେବୀ ନବ କିଶୋର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ପରିବେଷଣ କରାଯାଇଥିବା ସମ୍ବଲପୁରୀ, ଗୋଟିପୁଅ, ପାଇକ ଆଖଡ଼ା ଆଦି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । 
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details