ଓଡିଶା

odisha

ଆଶ୍ଚର୍ଯ୍ୟ ! 25 ଫୁଟ ବିଦ୍ୟୁତ ଖୁଣ୍ଟ ଉପରେ କୁମ୍ଭୀର ଛୁଆ, ଭିଡ଼ିଓ ଭାଇରାଲ - Crocodile On Electric Pole

By ETV Bharat Odisha Team

Published : Jul 16, 2024, 10:56 PM IST

Baby Crocodile Climbs Atop 25 Feet High Electric Pole (ETV Bharat Odisha)

Crocodile On Electric Pole: କେନ୍ଦ୍ରାପଡ଼ା: ବିଦ୍ୟୁତ ଖୁଣ୍ଟ ଉପରେ କୁମ୍ଭୀର ଛୁଆ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଜୁଳି ପାଇଁ ପୋତା ଯାଇଛି ବିଦ୍ୟୁତ ଖୁଣ୍ଟ ଆଉ ଖୁଣ୍ଟ ଉପରେ ଚଢ଼ି ରହିଛି ଏକ କୁମ୍ଭୀର ଛୁଆ । ଯାହାର ଏକ ଭିଡ଼ିଓ ଏବେ କେନ୍ଦ୍ରାପଡା ଜିଲ୍ଲାରେ ବେଶ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ କୁମ୍ଭୀର ଜନବସତିକୁ ପଶି ଆସି ବିଭିନ୍ନ ଜଳାଶୟରେ ରହି ସାଧାରଣ ଲୋକ ଓ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରିବାର ବହୁ ନଜିର ରହିଛି । କୁମ୍ଭୀରମାନଙ୍କୁ ଜନବସତିରେ ଥିବା ପୋଖରୀ, ନଦୀ ନାଳ ବା ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଥିଲା । ମାତ୍ର କୁମ୍ଭୀର ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିବା ଘଟଣା ଏବେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । 

ଏହା ବି ପଢନ୍ତୁ- ସାତକୋଶିଆ କୁମ୍ଭୀର ଆକ୍ରମଣରେ ନାବାଳକ ମୃତ, ୬ ଲକ୍ଷ ସହାୟତା ରାଶି ଘୋଷଣା

ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ପାଟଶାଳା ନଦୀ ମଧ୍ୟରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପାଟଶାଳା ନଦୀର ଖୋଳା ନିକଟରେ ନଦୀରୁ ଉଠି ରାସ୍ତା ପାର କରି ରାସ୍ତା ଏପଟେ ଥିବା ବିଦ୍ୟୁତ ଖୁଣ୍ଟ ଉପରକୁ କୁମ୍ଭୀର ଛୁଆଟି ଚଢି ଯାଇଛି । 25 ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟର ପୁରା ଉପରକୁ କୁମ୍ଭୀର ଚଢ଼ିଯିବା ଓ ସ୍ଥାନୀୟ ଲୋକେ ତାକୁ ଦେଖି ପାଟି କରିବା, ଟେକା ମାରିବା ଓ ତାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ବନ ବିଭାଗ ଅଧିକାରୀଙ୍କୁ ଏହି କୁମ୍ଭୀର ସଂକ୍ରାନ୍ତରେ ପଚାରିବାରୁ ଏହା କୁମ୍ଭୀର ଛୁଆ କିମ୍ବା ଗୋଧି ଛୁଆ ତାହା ସ୍ପଷ୍ଟ ହୋଇନାହିଁ ଏବଂ ଏହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ।
 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details