ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ସମ୍ମାନିତ ହେବେ ୬ ହଜାର ପ୍ରତିଭା; ଦେଖନ୍ତୁ LIVE - CM Education Award in Bhubaneswar
Published : Jan 31, 2024, 5:21 PM IST
|Updated : Jan 31, 2024, 5:54 PM IST
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ପ୍ରଦାନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଛନ୍ତି । ରାଜ୍ୟସ୍ତରୀୟ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' କ୍ଷେତ୍ରରେ 'ବ୍ୟକ୍ତିଗତ'ଠାରୁ ନେଇ 'ସାଂଗଠନିକ' ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଶ୍ରେଷ୍ଠଙ୍କୁ ବଛାଯାଇ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । ରାଜ୍ୟସ୍ତରୀୟ ପୁରସ୍କାର ବର୍ଗରେ ପ୍ରାୟ ୬ ହଜାର ପ୍ରତିଭାଙ୍କୁ ଚିହ୍ନଟ କରି ପୁରସ୍କୃତ ଦିଆଯାଉଛି । ଏଥିରେ ଜିଲ୍ଲା ଓ ବ୍ଲକସ୍ତରୀୟ ପୁରସ୍କାରକୁ ମିଶାଇ ସାରା ରାଜ୍ୟର ସମୁଦାୟ ୫୪ ହଜାରରୁ ଅଧିକ ବିଦ୍ୟାର୍ଥୀ, ପ୍ରଧାନଶିକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ କମିଟି, ଗ୍ରାମ ପଞ୍ଚାୟତ, ବ୍ଲକ୍, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏପରିକି ଶିକ୍ଷାକ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶ୍ରେଷ୍ଠ ଜିଲ୍ଲାକୁ ମଧ୍ୟ ମନୋନୟନ କରି ପୁରସ୍କୃତ କରାଯିବାକୁ ଲକ୍ଷ୍ୟ ରହିଛି । ଏଥିପାଇଁ ଖର୍ଚ୍ଚ ହେଉଛି ୧୩୮ କୋଟି ଟଙ୍କା । ଦେଖନ୍ତୁ କାର୍ଯ୍ୟକ୍ରମ ଲାଇଭ...
ଇଟିଭି ଭାରତ, ଭୁବନେଶ୍ବର