ଧାନ ମଣ୍ଡିରେ କଟନୀ ଛଟନୀ ଅଭିଯୋଗ - PADDY PROCUREMENT
Published : Jan 15, 2025, 11:02 PM IST
ନିମାପଡ଼ା/ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଠାରେ ଥିବା ଧାନମଣ୍ଡି ପରିଦର୍ଶନ କରିଛନ୍ତି ବିଜେପିର ରାଜ୍ୟ କୃଷକ ମୋର୍ଚ୍ଚାର ୧୦ ଜଣିଆ ଟିମ୍ । ସବୁଦିନ ମଣ୍ଡି ଖୋଲିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଗତକାଲି ରାଜ୍ୟ କୃଷକ ମୋର୍ଚ୍ଚାର ଟିମ୍ ପରିଦର୍ଶନ ସମୟରେ ଅଫିସରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ସେପଟେ ମଣ୍ଡିରେ ମନ ଇଚ୍ଛା କଟନୀ ଛଟନୀ ହେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।
ଏନେଇ ମଣ୍ଡି ପରିଦର୍ଶନରେ ଆସିଥିବା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି, "ରାଜ୍ୟରେ ସବୁଦିନ ସବୁ ମଣ୍ଡି ଖୋଲା ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି କରାଯାଇଛି । କଟନୀ ଛଟନୀ ଉପରେ ସରକାର ପଦକ୍ଷପ ନେଉଛନ୍ତି । ନିର୍ବାଚନ ସମୟରେ ଆମେ ଧାନ କ୍ବିଣ୍ଟାଲ ପିଛା 31 ଶହ ଟଙ୍କା ଦେବୁ ବୋଲି କହିଥିଲୁ, ଆମେ ତାହା ଦେଉଛୁ । କଟନୀ ଛଟନୀ ନେଇ ଯେଉଁ ଅଭିଯୋଗ ଆସୁଛି, ଏହାର ତଦନ୍ତ ହେବ । ଅଭିଯୋଗ ଯଦି ସତ ହୁଏ ତେବେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ।"
ଏହା ମଧ୍ୟ ପଢ଼ନ୍ତୁ...କଟନୀ ଛଟନୀ ନେଇ ଛିଡୁନି ଚାଷୀ-ମିଲର ଦ୍ଵନ୍ଦ୍ୱ, ମଣ୍ଡିରେ ପଡିଛି ଧାନ - ANGUL MANDI ISSUE ଏହା ମଧ୍ୟ ପଢ଼ନ୍ତୁ...ଚାଷୀଙ୍କଠୁ କେତେ ଧାନ କିଣିଛନ୍ତି ସରକାର ? ବଡ଼ କଥା କହିଲେ ଯୋଗାଣ ମନ୍ତ୍ରୀ |
ଇଟିଭି ଭାରତ, ନିମାପଡ଼ା