ଓଡିଶା

odisha

ETV Bharat / videos

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, କମାଣ୍ଡ କଣ୍ଟ୍ରୋଲ ରୁମରେ ଏମିତି ସୂଚନା ଦେଉଛି AI - AI camera in Exam Hall

By ETV Bharat Odisha Team

Published : Feb 20, 2024, 10:09 AM IST

AI camera in Matric Exam center: କଟକ: ଆରମ୍ଭ ହୋଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା । ଶାନ୍ତି ଶୃଙ୍ଖଳାର ସହ ଯେପରି ପରୀକ୍ଷା ହେବ ସେନେଇ ବୋର୍ଡ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଦେଶର ପ୍ରଥମ ବୋର୍ଡ ପରୀକ୍ଷାରେ କୃତ୍ରିମ ବୁଦ୍ଧିମତା (AI)ର ସହାୟତା ନେଇଛି ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ (BSE) । ପ୍ରଥମ ଥର ପାଇଁ ଶୃଙ୍ଖଳିତ ଦଶମ ବୋର୍ଡ ପରୀକ୍ଷା ପାଇଁ  AI (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସହୟତା ନିଆଯାଇଛି । AI ସହାୟତାରେ ଯାଞ୍ଚ କରାଯାଉଛି । ବୋର୍ଡ ଉପସଭାପତି ନିଜେ କଣ୍ଟ୍ରୋଲ ରୁମରେ ଉପସ୍ଥିତ ହୋଇ ଯାଞ୍ଚ କରୁଛନ୍ତି । 

ଏହାମଧ୍ୟ ପଢନ୍ତୁ.. କପି ଉପରେ କଡ଼ା ନଜର, ମାଟ୍ରିକ ପରୀକ୍ଷାରେ ବ୍ୟବହୃତ ହେବ AI କ୍ୟାମେରା

ସମସ୍ତ ପରୀକ୍ଷା କେନ୍ଦ୍ରର ଟିକିନିକ ତଥ୍ୟ ଦେଖୁଛନ୍ତି ଉପସଭାପତି । ଯେଉଁ ସ୍ଥାନରେ ଭିଡ଼ ହେଉଛି ତାହାକୁ ମଧ୍ୟ ଡିଟେକ୍ଟ କରାଯାଇ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆର୍ଲଟ କରାଯାଉଛି । ଏପରିକି ପରୀକ୍ଷାର୍ଥୀମାନେ ପାଖାପାଖି ବସିଲେ ବି AI ସାଇରନ ଦେଉଛି ଏବଂ କଣ୍ଟ୍ରୋଲ ରୁମରୁ ସମ୍ପୃକ୍ତ ସ୍କୁଲକୁ ଫୋନ ଯାଉଛି । ଫଳରେ ପରୀକ୍ଷାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏନେଇ ବୋର୍ଡ କାର୍ଯ୍ୟାଳୟରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details