ଓଡିଶା

odisha

ETV Bharat / videos

ରାଇରଙ୍ଗପୁର ଠାରେ ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ - BJD Preparatory Meeting - BJD PREPARATORY MEETING

By ETV Bharat Odisha Team

Published : Apr 8, 2024, 9:25 PM IST

BJD Preparatory Meeting In Rairangpur ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ହେବ ସାଧାରଣ ନିର୍ବାଚନ । ଏବେଠୁ ଦେଖା ଦେଇଛି ନିର୍ବାଚନୀ ଉଷ୍ମତା । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଅବସରପ୍ରାପ୍ତ ପୋଲିସ ଅଫିସର ରାଇସେନ ମୁର୍ମୁଙ୍କୁ ବିଧାନସଭା ପ୍ରାର୍ଥୀ କରିଥିବା ବେଳେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ସୁଦାମ ମାରାଣ୍ଡିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ମୟୂରଭଞ୍ଜ ଜିଲ୍ଲାରେ ସୁଦାମ ମାରାଣ୍ଡି ଜଣେ ଲୋକପ୍ରିୟ ନେତା ଭାବରେ ବେଶ୍ ପରିଚିତ । ପୂର୍ବରୁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ସୁଦାମ ମାରାଣ୍ଡି ବିଧାୟକ ଭାବରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ କ୍ରୀଡ଼ା ଓ ଯୁବ ବ୍ୟାପାର, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ବ ଭାର ଗ୍ରହଣ କରିଥିଲେ । 

ତେବେ ନିର୍ବାଚନକୁ ନେଇ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ରାଇରଙ୍ଗପୁର ଠାରେ ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନିର୍ବାଚନରେ କିଭଳି ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବେ ସେ ନେଇ ଉକ୍ତ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବା ସହିତ ଅଧିକ ଆଲୋଚନା କରାଯାଇଛି । ଉକ୍ତ ବୈଠକରେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ବିଜେଡିର ବରିଷ୍ଠ ନେତା କାଶିନାଥ ହେମ୍ବ୍ରମ, ବରିଷ୍ଠ ବିଜେଡି ନେତ୍ରୀ ତନୁଜା ମହାନ୍ତଙ୍କ ସମେତ ବରିଷ୍ଠ ନେତା ଏବଂ ରାଇରଙ୍ଗପୁର ଉପଖଣ୍ଡର ପଞ୍ଚାୟତ ସ୍ତରର କର୍ମୀମାନେ ଯୋଗ ଦେଇଥିଲେ । 


ଏହା ମଧ୍ୟ ପଢ଼ନ୍ତୁ...ମୋରଡାରେ ବିଜେଡିର ସମାବେଶ, ପ୍ରଚାର କଲେ ସୁଦାମ ମାରାଣ୍ଡି ଓ ପ୍ରୀତିନନ୍ଦା - BJD Joining Program


ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details