4 ଲୁଟେରାଙ୍କୁ ଗିରଫ କଲା ହିନ୍ଦୋଳ ପୋଲିସ - 4 lootera arrested - 4 LOOTERA ARRESTED
Published : Jun 20, 2024, 12:15 PM IST
ଢେଙ୍କାନାଳ: ହିନ୍ଦୋଳ ପୋଲିସକୁ ବଡ଼ ସଫଳତା । ଚାରି ଲୁଟେରାକୁ ଗିରଫ କଲା ପୋଲିସ । ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଏହି ଲୁଟେରାମାନେ ଯାତାୟାତ କରୁଥିବା ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଛଡାଉଥିଲେ । ଗତ ୫ ତାରିଖ ରାତି ୧୧ଟା ସମୟରେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ଜୟନାରାୟଣ ଅଗ୍ରୱାଲଙ୍କ ଡ୍ରାଇଭରଙ୍କଠାରୁ ହାତୁରା ନିକଟରେ ଅଟକାଇ ଲୁଟପାଟ କରିଥିଲେ । ଅପରାଧୀ ମାନେ ତାଙ୍କୁ ଏକ କାର ମାଧ୍ୟମରେ ପିଛାକରୀ ହାତୁରା ନିକଟରେ ଜୟନାରାୟଣ ଅଗ୍ରୱାଲଙ୍କ ଡ୍ରାଇଭରଠାରୁ ନଗଦ ଆଠ ହଜାର ଟଙ୍କା, ପିକଅପ ଭ୍ୟାନ ସହିତ ମୋବାଇଲ ଛଡାଇ ନେଇଥିଲେ । ତାହା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ । ତେବେ ଜୟନାରାୟଣଙ୍କ ଅଭିଯୋଗକୁ ଆଧାର କରି ହିନ୍ଦୋଳ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ୪ ଲୁଟେରାକୁ ବାନ୍ଧିଛି ପୋଲିସ । ଗିରଫ ଅପରାଧୀ ମାନେ ହେଲେ କଣ୍ଟାବଣିଆ ଥାନା ଅଞ୍ଚଳରେ ଆମନା ଗ୍ରାମର ସୋମନାଥ ବିଶ୍ୱାଳ, ବଂରପାଳ ଥାନା ଅଞ୍ଚଳର ଭଗତପୁରର ରାଜେନ୍ଦ୍ର ପରିଡା ଓ ଅମିତ ପରିଡା, ବଂରପାଳ ଥାନା ଗଡ଼ସନ୍ତ୍ରୀ ଗ୍ରାମର ବିକ୍ରମ ସାହୁ । ହିନ୍ଦୋଳ SDPO ଙ୍କ ସୂଚନା ଅନୁଯାଇ ଆଉ କିଛି ଅପରାଧୀ ଫେରାର ଥିବା ବେଳେ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ଅପରାଧୀ ମାନଙ୍କଠାରୁ ଗୋଟିଏ ଭୁଜାଲି, ଗୋଟିଏ ମୋବାଇଲ, ନଗଦ ଦୁଇ ହଜାର ଟଙ୍କା ଏବଂ ଚୋରୀରେ ବ୍ୟବହାର ହୋଇଥିବା ଏକ ସୁଇଫ୍ଟ ଡିଜେଆର କାର, ନମ୍ବର ନଥିବା ଏକ ପିକଅପ ଭ୍ୟାନ ସହ ଗୋଟିଏ ବୁଲେଟ ଏବଂ ଦୁଇଟି ହିରୋହୋଣ୍ଡା ମୋଟର ସାଇକେଲ ଜବତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଲୁଟୁଥିଲେ ସୁନା, ୨ ଜଣଙ୍କୁ ମାଡ଼ି ବସିଲା ପୋଲିସ
ଇଟିଭି ଭାରତ, ଢେଙ୍କାନାଳ