ଓଡିଶା

odisha

ମଝି ସମୁଦ୍ରରେ ଜାର୍ ସାଜିଲା ତ୍ରାଣକର୍ତ୍ତା, ମୃତ୍ୟୁମୁଖରୁ ବଞ୍ଚିଲେ ୪ ମତ୍ସ୍ୟଜୀବୀ - Plastice Jar Saved Life

By ETV Bharat Odisha Team

Published : Sep 12, 2024, 10:51 PM IST

Jar Saved Life (ETV Bharat Odisha)

ଭୁବନେଶ୍ବର: କୁହାଯାଏ, ବୁଡ଼ି ଯାଉଥିବା ଲୋକକୁ କୁଟାଖିଅ ସାହାରା । ତାହା ହିଁ ସତ ହୋଇଛି ।  ଜୀବନ ବଞ୍ଚାଇଛି ପାଣି ଜାର୍ । ଜୀବିକା ନିର୍ବାହ ପାଇଁ ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲା ଡଙ୍ଗା। ଜୀବନ ବଞ୍ଚାଇବାରେ ପାଣି ଜାର ସହାୟ ହୋଇଛି । ସେହି ସମୟର ଅନୁଭୂତି ବଖାଣିଛନ୍ତି ମତ୍ସ୍ୟଜୀବୀ ।

କଣ ଥିଲା ଘଟଣା?
କେନ୍ଦ୍ରାପଡା ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସି ନିକଟରେ ମାଛ ଧରିବା ପାଇଁ ଏକ ଛୋଟ ମାଛଧରା ବୋଟରେ କିଛି ମତ୍ସ୍ୟଜୀବୀ ଯାଇଥିଲେ। ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ସୁନ୍ଦରୀପାଳ ଗାଁର ଜଗନ୍ନାଥ ଦାସ, ବୋରେ ଗାଁର ମାଧୁ ସରକାର, ବୁବୁ ବର୍ମାନ ଓ ଗୋବର୍ଦ୍ଧନପୁର ଗାଁର ନରେନ୍ଦ୍ର ବିଶ୍ୱାଳ ମାଛ ସମୁଦ୍ରକୁ ଯାଇଥିଲେ । ଆଉ ବୋଟର ନାଁ ମା' ଶୀତଳା ଥିଲା। ବୁଧବାର ଅପରାହ୍ନରେ ଅଗରନାସିଠାରୁ କିଛି ଦୂରରେ ଜାଲ ପକାଇ ମାଛ ଧରୁଥିବାବେଳେ ଲହରୀ ମାଡ଼ ଫଳରେ ବୋଟଟି ଓଲଟି ପଡିଥିଲା। 
 

ପ୍ଲାଷ୍ଟିକ ଜାର ବଞ୍ଚାଇଲା ଜୀବନ:
ମାଛଧରା ଡଙ୍ଗା ମା' ଶୀତଳା ବୁଡିଯିବା ପରେ ଏହି 4 ଜଣ ମତ୍ସ୍ୟଜୀବୀ ମାଛମରା ଜାଲରେ ଲାଗିଥିବା ପ୍ଲାଷ୍ଟିକ ଜାରକୁ ଆଶ୍ରା କରିଥିଲେ। ମଝି ସମୁଦ୍ରରେ ପିଇବା ପାଇଁ ପାଣିର ଆବଶ୍ୟକତା ରହୁଥିବା କାରଣରୁ ଏହି ଚାରି ଜଣ ଚାରୋଟି ପ୍ଲାଷ୍ଟିକ ଜାରରେ ପାଣି ଭର୍ତ୍ତି କରି ନେଇଥିବାବେଳେ ସେଥି ମଧ୍ୟରୁ କିଛି ଖାଲି ହୋଇଯାଇଥିଲା। ତେବେ ଡଙ୍ଗାଟି ବୁଡିଯିବା ପରେ ଉକ୍ତ ଛୋଟ ବଡ଼ ପାଣି ଜାର ଭାସିବା ପରେ ଏହି ଚାରିଜଣ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବା ପାଇଁ ଚାରୋଟି ଜାରର ସାହାରା ନେଇଥିଲେ ଓ ଏହି ଜାର ସହାୟତାରେ ୪ଜଣ ଭାସିଥିଲେ।
 

କେମିତି ବଞ୍ଚିଲା ଜୀବନ?
ଜାର ସହାୟତାରେ ଦୀର୍ଘ ସମୟ ଧରି ସମୁଦ୍ରରେ ଭାସିବା ଓ ପହଁରି ଅସୁସ୍ଥ ହୋଇପଡିଲେ । ସେହି ସମୟରେ ତନ୍ତିଆପାଳ ଥାନା ଅନ୍ତର୍ଗତ ରଟପଙ୍ଗର ଗାଁ କୁଶରଞ୍ଜନ କୟାଲଙ୍କ ଅଲେଖ ସୁନ୍ଦରୀ ବୋଟଟି ମାଛ ଧରି ଫେରୁଥିଲା। କୁଶଙ୍କ ଭାଇ ଓ ଅନ୍ୟ ମତ୍ସ୍ୟଜୀବୀମାନେ ସମୁଦ୍ରରେ ସେମାନଙ୍କୁ ଉଦ୍ଧାର କରିଥିଲେ ବୋଲି କହିଛନ୍ତି ମସ୍ୟଜୀବୀ ବୁବୁ ବର୍ମନ । 

ଇଟିଭି ଭାରତ,କେନ୍ଦ୍ରାପଡ଼ା

ABOUT THE AUTHOR

...view details