ଓଡିଶା

odisha

ETV Bharat / videos

OAS ଟପ୍ପର ଭଦ୍ରକ ଝିଅ ଶ୍ଵେତାଶ୍ରୀ ମହାପାତ୍ର, କେମିତି ଥିଲା ଯାତ୍ରା ଆସନ୍ତୁ ଶୁଣିବା ...

By ETV Bharat Odisha Team

Published : 6 hours ago

ଭୁବନେଶ୍ବର/ଭଦ୍ରକ: OAS ଟପ୍ପର ହୋଇଛନ୍ତି ଭଦ୍ରକ ଝିଅ ।  ଆଜି OPSC ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ 683 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତ ଉରୁଣିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୁକ୍ତିକାନ୍ତ ମହାପାତ୍ରଙ୍କ ଝିଅ ଶ୍ଵେତାଶ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି । ଶ୍ଵେତାଶ୍ରୀଙ୍କ ପରିବାର ଭଦ୍ରକ ସହର ସ୍ଥିତ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ବସବାସ କରୁଛନ୍ତି । ଶ୍ରୋତାଙ୍କ ବାପା ହାଇସ୍କୁଲରୁ ପ୍ରଧାନ ଶିକ୍ଷକ ଭାବେ ଅବସର ନେଇଥିବାବେଳେ ତାଙ୍କ ମାଆ ଫେଜର ଗାର୍ଲସା ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ରହିଛନ୍ତି ।

ଶ୍ଵେତାଶ୍ରୀ ଦୁର୍ଗାପୁର IITରେ ବି-ଟେକ ଏବଂ ଏମ-ଟେକ କରିଥିଲେ । ସେଠାରେ ସେ ଚାକିରୀ କରିଥିଲେ । ପରେ ଚାକିରି ଛାଡି OAS ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ । ସେ ଆଜି କୃତକାର୍ଯ୍ୟ ହୋଇଛନ୍ତି । ଆଜି OPSC ରେଜଲ୍ଟ ପ୍ରକାଶ ପରେ ଶ୍ଵେତାଶ୍ରୀଙ୍କ ବାପା ବେଶ ଖୁସି ବ୍ୟକ୍ତ କରିଛନ୍ତିି । ସେ ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ସବୁ ଶ୍ରେଣୀରେ ନିଜର କୃତିତ୍ୱ ଦେଖାଉଥିଲେ । ଶ୍ଵେତାଶ୍ରୀଙ୍କ ବଡ଼ ଭଉଣୀ ଜଣେ ଚକ୍ଷୁ ସ୍ପେଶାଲିଷ୍ଟ,ତାଙ୍କ ଭାଇ IIT ଇଂଜିନିୟର ।ଶ୍ଵେତାଶ୍ରୀ ଦିନ ରାତି ଏକ କରି ପାଠ ପଢ଼ନ୍ତି ବୋଲି ତାଙ୍କ ବାପା କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ....ପ୍ରକାଶ ପାଇଲା 2022 OAS ରେଜଲ୍ଟ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର, ଟପ୍-10ରେ 5 ମହିଳା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା 
 

ଇଟିଭି ଭାରତ, ଭୁବନେଶ୍ବର/ଭଦ୍ରକ

ABOUT THE AUTHOR

...view details