ଓଡିଶା

odisha

By ETV Bharat Odisha Team

Published : Apr 11, 2024, 10:39 PM IST

ETV Bharat / videos

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ୨୦ ଦାଦନ ଶ୍ରମିକ - labourer RESCUED

Laborer Rescued: ନବରଙ୍ଗପୁର: ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ୨୦ ଦାଦନ ଶ୍ରମିକ । ଦୀର୍ଘ ଦିନ ଧରି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ପେଡାପୁଡି ଠାରେ ଏକ ଚିଙ୍ଗୁଡ଼ି ଘେରା କାର୍ଯ୍ୟରେ ନିୟୋଜିତ ହୋଇଥିବା ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି ।  

ଏହା ମଧ୍ୟ ପଢ଼ନ୍ତୁ.... ବିକାଶର କରୁଣ ଚିତ୍ର, ଦୁଇ ଓଳା ଖାଇବାକୁ ଚାଲିଛି ସଂଘର୍ଷ - No Basic Facility InTalasarada

ଘଟଣା ଅନୁଯାୟୀ, ଗତ ଡ଼ିସେମ୍ବର ୩୧ ତାରିଖରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, ଝରିଗାଁ, ଚନ୍ଦାହାଣ୍ଡି ଓ କୋରାପୁଟ ଜିଲ୍ଲାର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶକୁ ଜଣେ ଦଲାଲ ନେଇଥିଲା। ପୂର୍ବ ଗୋଦାବରୀ ଜିଲ୍ଲା ପେଡାପୁଡିରେ ଥିବା ଏକ ଚିଙ୍ଗୁଡ଼ି ଘେରାରେ ଦୈନିକ ୫୦୦ ଟଙ୍କା ମଜୁରୀରେ ସେଠାକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ସହ ନିଜର କାମ କରିବାର ପ୍ରାପ୍ୟ ଠିକ ସମୟରେ ଦେଉ ନଥିବା ଦାଦନ ଶ୍ରମିକ ମାନଙ୍କ ପରିବାର ବର୍ଗ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଜିଲ୍ଲା ପ୍ରଶାସନ ଓ ଆନ୍ଧ୍ରପ୍ରଦେଶର ପ୍ରଶାସନର ସହଯୋଗରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇ ନବରଙ୍ଗପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଦାଦନ ଶ୍ରମିକ ସେଠାରେ ଫସିଥିବା ଉଦ୍ଧାର ହୋଇଥିବା ଶ୍ରମିକମାନେ ଓ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ କହିଛନ୍ତି । ସେମାନେ ରହି କାମ କରିଥିବା ମଜୁରି ଟଙ୍କା ଫେରି ପାଇବାକୁ ଜିଲ୍ଲା ପ୍ରଶାସନ ଆଗରେ ଲିଖିତ ନିବେଦନ କରିଛନ୍ତି।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details