ହାଇଦ୍ରାବାଦ: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା AI ଦୌଡ଼ରେ ନିଜକୁ ସାମିଲ କରିଛି । ନିଜ ୟୁଜରଙ୍କୁ ଅଲଗା ଅନୁଭୂତି ପ୍ରଦାନ କରିବା ଲାଗି ଗୋଟିଏ ପରେ ଗୋଟିଏ ନୂଆ ଫିଚର୍ ଆଣୁଛି ଆପ୍ । ନିକଟରେ ମେଟା ଏଆଇ ଫିଚର ଆସିଥିବା ବେଳେ ଏବେ ଆଉ 3ଟି ଉନ୍ନତ ଫିଚର ଆସିଛି । ଏହି ନୂଆ ଫିଚରରେ ଏଣିକି ୟୁଜର ନିଜ ଅନୁସାରେ ଫଟୋକୁ ଏଡିଟ୍ କରିପାରିବେ ।
Real Time Conversations:
- ରିଅଲ ଟାଇମ କନଭରସେସନରେ ଆପଣ ନିଜ ଭଏସରେ ମେଟା ଏଆଇକୁ ବ୍ୟବହାର କରି କରିପାରିବେ ।
- ପଚରାଯାଇଥିବା କୌଣସି ପ୍ରଶ୍ନ ସମ୍ପୃକ୍ତ ବିଷୟକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିବ ।
- ଏହାର ସାହାଯ୍ୟରେ ଆପଣ ପ୍ରତ୍ୟକ୍ଷ ପ୍ରଶ୍ନ ପଚାରିପାରିବେ । ଏହା ଆପଣଙ୍କ ମୁଡକୁ ଦୃଷ୍ଟିରେ ରଖି ଥଟ୍ଟା ମଧ୍ୟ କରିଥାଏ ।
- ଏହି ଉନ୍ନତ ସଂସ୍କରଣ ତୀବ୍ର ରିପ୍ଲାଏ ଦେଇଥାଏ ।
- କେବଳ ସେତିକି ନୁହେଁ, ହ୍ବାଟସଆପ୍ ମଧ୍ୟ କହିଛି ଯେ ମେଟା ଏଆଇର ସ୍ବର ପରିବର୍ତ୍ତନ କରିବାର ସମ୍ଭାବନା ଅଛି ।