ଓଡିଶା

odisha

ETV Bharat / technology

ହ୍ବାଟ୍ସଆପ୍‌ରେ ମେସେଜ ପଠାଇଲେ କାହିଁକି ଦିଶେ ଘଡ଼ି ଚିହ୍ନ; ଜାଣିନାହାନ୍ତି 90% ୟୁଜର୍ସ - Whatsapp clock icon meaning - WHATSAPP CLOCK ICON MEANING

WHATSAPP CLOCK ICON: ହ୍ବାଟ୍ସଆପ୍‌ରେ ମେସେଜ ପଠାଇବା ବେଳେ ଟିକ୍‌ ମାର୍କ ହେବା ପୂର୍ବରୁ କାହିଁକି ଦିଶିଥାଏ ଏକ ଘଡ଼ି ଚିହ୍ନ ବା ଆଇକନ୍‌ । ଏ ସମ୍ପର୍କରେ ଆପଣ ଜାଣିଛନ୍ତି କି ? ଅଧିକ ପଢନ୍ତୁ

WHATSAPP CLOCK ICON
WHATSAPP CLOCK ICON (ETV Bharat Odisha)

By ETV Bharat Odisha Team

Published : Jul 22, 2024, 10:49 PM IST

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ଏବେ ହ୍ବାଟ୍ସଆପ୍‌ ଆମର ଅବିଚ୍ଛେଦ୍ୟ ଅଙ୍ଗ ଭଳି ପାଲଟି ଯାଇଛି । ଟିକନିକ୍‌ ଖବର ପାଇଁ ଆମେ ହ୍ବାଟ୍ସଆପ୍‌ର ସାହାରା ନେଉଛି । ତେବେ ଅଫିସ କ୍ଷେତ୍ରରେ ମଧ୍ୟ ହ୍ବାଟ୍ସଆପ୍‌ର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । କୌଣସି ସୂଚନାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ହେଲେ ଏହି ମେସେଜିଂ ପ୍ଲାଟଫର୍ମର ବ୍ୟବହାର କରାଯାଉଛି । ସାଙ୍ଗସାଥୀଙ୍କ ସହିତ କଥାବାର୍ତ୍ତା, ଦୂରରେ ରହୁଥିବା ଲୋକେ ବନ୍ଧୁ ପରିଜନଙ୍କ ସହିତ ପ୍ରତିଦିନ କଥାବାର୍ତ୍ତା କରିବା ଲାଗି ଏହି ପ୍ଲାଟଫର୍ମର ବହୁଳ ବ୍ୟବହାର କରିଥାନ୍ତି । ଆପଣ ହ୍ବାଟ୍ସଆପ ବ୍ୟବହାର କରୁଥିଲେ ଜାଣିଥିବେ, କୌଣସି ବନ୍ଧୁଙ୍କୁ ମେସେଜ ପଠାଇବା ପରେ ଟିକ୍‌ ମାର୍କ ହେବା ପୂର୍ବରୁ ଏକ ଘଡ଼ି ଚିହ୍ନ ଆସିଥାଏ । କାହିଁକି ଏହି ଘଡି ଚିହ୍ନ ଆସେ ଓ ଏହାର ଅର୍ଥ କଣ ଜାଣିବା ।

WHATSAPP CLOCK ICON (ETV Bharat Odisha)

ହ୍ବାଟ୍ସଆପ୍‌ରେ ଖାଲି ମେସେଜ ନୁହେଁ, ଫଟୋ ଓ ଭିଡିଓ ଆଦି ସେୟାର ହୋଇପାରେ । ଭିଡିଓ କଲ୍‌ରେ ବନ୍ଧୁ ପରିଜନଙ୍କ ସହିତ ବାର୍ତ୍ତାଳାପ କରିହୁଏ । ଅଫିସ କ୍ଷେତ୍ରରେ ଦେଖିଲେ, କୌଣସି ଡକ୍ୟୁମେଣ୍ଟ ବା ସର୍କୁଲାର ଏହା ମାଧ୍ୟମରେ ପଠାଯାଏ । ହ୍ବାଟ୍ସଆପର ଆରମ୍ଭ ମେସେଜିଂ ସେବା ପାଇଁ ହୋଇଥିଲା । ମାତ୍ର ଏହାର ଲୋକପ୍ରିୟତା ବୃଦ୍ଧି ପାଇବା ପରେ ଧିରେ ଧିରେ ଏହାକୁ ବିସ୍ତାର କରାଗଲା । କମ୍ପାନୀ ଦିନକୁ ଦିନ ୟୁଜର୍ସଙ୍କ ଲାଗି ନୂଆ ନୂଆ ଫିଚର ମଧ୍ୟ ବିକଶିତ କରୁଛି । ଏବେ ହ୍ବାଟ୍ସଆପ୍‌ ଜରିଆରେ ପେମେଣ୍ଟ ମଧ୍ୟ ହୋଇପାରୁଛି ।

ତେବେ ଆଜି ଆମେ ଆପଣଙ୍କୁ ହ୍ବାଟ୍ସଆପର କୌଣସି ନୂଆ ଫିଚର ସମ୍ପର୍କରେ ନୁହେଁ, ବରଂ ଏକ ଆଇକନ (ଚିହ୍ନ) ସମ୍ପର୍କରେ କହିବୁ । ଯାହାକୁ ଆପଣ ପ୍ରତିଦିନ ଦେଖିଥାନ୍ତି । କିନ୍ତୁ ଏହାର ଅର୍ଥ କଣ ଓ ଏହା କାହିଁକି ଦୃଶ୍ୟମାନ ହୁଏ..ସେ ସମ୍ପର୍କରେ ହୁଏତ ଜାଣିନଥିବେ । ମେସେଜ ପଠାଇବା ମାତ୍ରେ ଏହି ଘଡ଼ି ଚିହ୍ନଟି ଦୃଶ୍ୟମାନ ହୋଇଥାଏ ।

କାହିଁକି ଦିଶେ ଘଡ଼ି ଆଇକନ ?

ଅଧିକାଂଶ ଲୋକଙ୍କୁ ବୁଝା ପଡ଼େନି ଯେ ମେସେଜ ପଠାଇବା ମାତ୍ରେ କାହିଁକି ଏହି ଘଡ଼ି ଚିହ୍ନଟି ଦେଖିବାକୁ ମିଳେ । ମେସେଜ ପଠାଇବା ପରେ ସିଙ୍ଗଲ୍‌ ଟିକ୍‌, ଡବଲ୍‌ ଟିକ୍‌ ଓ ବ୍ଲୁ ଟିକ୍‌ ମାର୍କ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି ଓ ଏହାର ନିର୍ଦ୍ଦିଷ୍ଟ ଅର୍ଥ ମଧ୍ୟ ଜାଣିଛନ୍ତି । ତେବେ ଏହି ଘଡି଼ ଚିହ୍ନର ଅର୍ଥ ହେଉଛି ମେସେଜ ଟେଷ୍ଟିଂରେ ଅଛି । ଅର୍ଥାତ ଆପଣ ଯେଉଁ ମେସେଜ ପଠାଇଛନ୍ତି ତାହା ରିସିଭର ନିକଟରେ ପହଞ୍ଚି ନାହିଁ । ଏହି ମେସେଜକୁ ହ୍ବାଟ୍ସଆପ୍‌ ଡେଲିଭର୍‌ କରିପାରିନାହିଁ । ଏବେ ପ୍ରଶ୍ନ କ୍ଲକ ଚିହ୍ନ ଆସିବା ଓ ମେସେଜ ରିସିଭର ନିକଟରେ ପହଞ୍ଚିବାରେ କାହିଁକି ସମୟ ଲାଗିଥାଏ ?

ଏହା ବି ପଢନ୍ତୁ- ହ୍ବାଟ୍ସଆପ-ଫେସବୁକରେ ଆସିଲା AI ଫିଚର; ଜାଣୁନ୍ତୁ ଏହା କଣ, କିପରି କରିବେ ବ୍ୟବହାର ?

କହି ରଖୁଛୁ କି, ବେଳେ ବେଳେ ଇଣ୍ଟରନେଟ କନେକ୍ଟିଭିଟିରେ ତ୍ରୁଟି ଆସିବା ଫଳରେ ଏହି ସମସ୍ୟା ଉପୁଜିଥାଏ । ଅନ୍ୟ କାରଣ ମଧ୍ୟରେ ଡିଭାଇସ ଖରାପ ଇଣ୍ଟରନେଟ ଯୋଗୁଁ ଅଫଲାଇନ ମୋଡକୁ ଚାଲିଯାଏ । ବେଳେ ବେଳେ ହ୍ବାଟ୍ସଆପ୍‌ ସର୍ଭର ଡାଉନ ଥିଲେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳେ । ଏହି କାରଣ ଯୋଗୁଁ ମେସେଜ ରିସିଭର ନିକଟରେ ପହଞ୍ଚି ପାରେ ନାହିଁ । ଏଣୁ ଏକ ଘଡ଼ି ଚିହ୍ନ ଦେଖିବାକୁ ମିଳେ । ଏହାର ଅର୍ଥ ମେସେଜଟି ଟେଷ୍ଟିଂରେ ଅଛି ବା ରିସିଭର ନିକଟରେ ଏଯାବତ୍‌ ପହଞ୍ଚି ପାରିନାହିଁ ।

ABOUT THE AUTHOR

...view details