ହାଇଦ୍ରାବାଦ: ପ୍ରମୁଖ ସ୍ମାର୍ଟଫୋନ କମ୍ପାନୀ ଭିଭୋ (Vivo) ଖୁବଶୀଘ୍ର ବିଶ୍ବ ବଜାରରେ ଲଞ୍ଚ ହେବା ନେଇ ସଙ୍କେତ ଦେଇଛି । ଗତ କିଛି ମାସ ପୂର୍ବର ଏହାର ହ୍ୟାଣ୍ଡସେଟ୍ ଚୀନରେ ଲଞ୍ଚ ହୋଇସାରିଛି । ଏହାପରେ ସମ୍ଭବତଃ ଏହା ମାଲେସିଆ ମାର୍କେଟରେ ଲଞ୍ଚ ହେବ । ଭିଭୋର ନୂଆ X200 ସିରିଜରେ 3ଟି ସ୍ମାର୍ଟଫୋନ ମଡେଲ ରହିବ । ଆକଳନ ଅନୁସାରେ ଭାରତୀୟ ବଜାରରେ ଭିଭୋର ଏହି ନୂଆ ସିରିଜ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଡିସେମ୍ବର ପ୍ରଥମରୁ ଲଞ୍ଚ ହୋଇପାରେ । ଏଥିରେ କଣ ଫିଚର ମିଳିବ ଓ ଦାମ କେତେ ରହିବ ଜାଣିବା ।
Vivo X200 ସିରିଜ (Credit- Vivo) Vivo X200 ସିରିଜର 3ଟି ମଡେଲ:
- ଭିଭୋ ଏକ୍ସ200 (Vivo X200)
- ଭିଭୋ ଏକ୍ସ200 ପ୍ରୋ (Vivo X200 Pro)
- ଭିଭୋ ଏକ୍ସ200 ପ୍ରୋ ମିନି (Vivo X200 Pro Mini)
Vivo X200 ସିରିଜ (Credit- Vivo) ଭିଭୋ ନିଜର ନୂଆ ସିରିଜ ଭିଭୋ ଏକ୍ସ200କୁ ମାଲେସିଆ ଫେସବୁକ ପେଜରେ ଗତ ଶୁକ୍ରବାର ପରିଚିତ କରାଇଛି । କିନ୍ତୁ ଏହା ମାଲେସିଆ ବଜାରରେ କେଉଁ ତାରିଖରେ ଲଞ୍ଚ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ହେଲେ ଏହି ଟିଜର ପୋଷ୍ଟରେ X200 ସିରିଜରେ ଡିଜାଇନର ଖୁଲାସା ହୋଇଛି । ଏଥିରେ ଏହି ସିରିଜ ଟାଇଟାନିୟମ, ଟାଇଟାନିୟମ ଗ୍ରୀନ କଲର ଅପସନ ସହିତ ଉପଲବ୍ଧ ହେବ ।
Vivo X200 ସିରିଜ ସ୍ପେଶିଫିକେସନ:-
ଭିଭୋ X200 ଲାଇନଅପ୍ରେ ମିଡିଆଟେକ୍ ଡାଇମେନସିଟି 9400 ପ୍ରୋସେର ମିଳିବ । ଏଥିରେ ଜେସିସ-ବ୍ରାଣ୍ଡେଡ ଟ୍ରିପଲ ରିଅର କ୍ୟାମେରା ସେଟଅପ ମିଳିବ। ଏହାସିହତ 50 ମେଗା ପିକ୍ସେଲ ପ୍ରାଇମେରି କ୍ୟାମେରା ମିଳିବ । ସମସ୍ତ ମଡେଲ OS 5 ଦ୍ବାରା ଚାଲିବ । ଏଥିରେ ୟୁଜରଙ୍କୁ 5,800mAh ବ୍ୟାଟେରୀ ଓ 90W ୱେୟାର୍ଡ ଚାର୍ଜିଂ ସପୋର୍ଟ ମିଳିବ । ଅନ୍ୟପଟେ Vivo X200 Pro ଓ X200 Pro Mini 6,000mAh ଓ 5,800mAh ବ୍ୟାଟେରୀ ସହିତ ଆସିବ । ଏଥିରେ ମଧ୍ୟ ସମାନ 90W ୱେୟାର୍ଡ ଚାର୍ଜିଂ ସପୋର୍ଟ ମିଳିବ ।
Vivo X200 ସିରିଜ (Credit- X) - 6.67" 120Hz AMOLED ଡିସପ୍ଲେ
- 4500 ନିଟ୍ସ ପିକ୍ ବ୍ରାଇଟନେସ୍
- ଡାଇମେନସିଟି 9400 SoC
- 50+50+50MP କ୍ୟାମେରା
- 32MP ସେଲଫି କ୍ୟାମେରା
- 800mAh ବ୍ୟାଟେରୀ
- 90W ୱେୟାର୍ଡ ଫାଷ୍ଟ ଚାର୍ଜିଂ
- ମେଟାଲ ଫ୍ରେମ
- IP68 / IP69 ରେଟିଂ
Vivo X200 ସିରିଜ (Credit- Vivo) ଦାମ କେତେ ?
- ଅକ୍ଟୋବରରେ ଭିଭୋ ଏକ୍ସ200 ସିରିଜ ସ୍ମାର୍ଟଫୋନ ଚୀନ ବଜାରରେ ଲଞ୍ଚ ହୋଇଛି ।
- 12GB + 256GB ଭାରିଏଣ୍ଟ ପାଇଁ CNY 4,300 (ପ୍ରାୟ Rs.51,000)
- ରିପୋର୍ଟ ଅନୁସାରେ Vivo X200 ସିରିଜ ଭାରତରେ ଆନୁଷ୍ଠାନିକ ଭାବେ ନଭେମ୍ବର ଶେଷ ସୁଦ୍ଧା ବା ଡିସେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହେବ ।