ଓଡିଶା

odisha

ETV Bharat / technology

ଅପେକ୍ଷାର ଅନ୍ତ; ଆଇଫୋନରେ କାମ କଲା Truecaller, ସ୍ପାମ୍‌ କଲ୍‌ରୁ ମିଳିବ ଛୁଟି - TRUECALLER FINALLY WORKS ON IPHONE

ଟ୍ରୁକଲର ଆଇଫୋନ ଲାଗି Live Caller ID ଲଞ୍ଚ କରିଛି । ଏହାଦ୍ବାରା ଏବେ ଆଇଫୋନ ୟୁଜର ବି ସ୍ପାମ୍‌ ବ୍ଲକିଂ ଓ କଲର IDକୁ ଚିହ୍ନିବା ପରି ସୁବିଧା ପାଇପାରିବେ ।

Truecaller Finally Works on iPhone
Truecaller Finally Works on iPhone (Image Credit- ANI)

By ETV Bharat Tech Team

Published : Jan 23, 2025, 1:26 PM IST

ହାଇଦ୍ରାବାଦ: ବିଶ୍ବର ଅନ୍ୟତମ ପ୍ରମୁଖ ଯୋଗାଯୋଗ ପ୍ଲାଟଫର୍ମ ଟ୍ରୁକଲର (Truecaller) ଆଇଫୋନ ଲାଗି ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ଅପଡେଟର ଘୋଷଣା କରିଛି । ଏହି ଅପଡେଟ୍‌ ଆଇଫୋନ ୟୁଜରଙ୍କ ଲାଗି ବେଶ ଜରୁରୀ ଥିଲା । ଏହି ନୂଆ ଫିଚର ଦ୍ବାରା ଆଇଫୋନ ୟୁଜର ସ୍ପାମ୍‌ କଲ୍‌ ବ୍ଲକିଂ ସହ କଲର ଆଇଡିଣ୍ଟିଫିକେସନ ଫିଚର ପାଇବେ । ଆଣ୍ଡ୍ରଏଡରେ ଯେପରି କଲ୍‌ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିହେଉଥିଲା ଠିକ ସେହିପରି ସୁବିଧା ପାଇବେ ଆଇଫୋନ ଯୁଜର ।

ଏହି ଫିଚର ଆପଲ୍‌ର ଲାଇଭ କଲର ଆଇଡି ଲୁକଅପ୍‌ ଫ୍ରେମୱାର୍କ ଦ୍ବାରା ସମ୍ଭବ ହୋଇପାରିଛି, ଯାହାକି ବିଶେଷ ଭାବେ Truecaller ଭଳି ଆପ୍‌ ମାଧ୍ୟମରେ ଗୋପନୀୟତା ସଂରକ୍ଷଣ ରଖି ଲାଇଭ କଲର ଆଇଡି ପ୍ରଦାନ କରିବା ଲାଗି ବିକଶିତ କରାଯାଇଥିଲା । ଏହା ଅତ୍ୟାଧୁନିକ ହୋମୋମର୍ଫିକ୍‌ ଏନକ୍ରିପସନର ଉପଯୋଗ କରିଥାଏ ।

ଏମିତି ଉପକୃତ ହେବେ ଆଇଫୋନ ୟୁଜର

  • ଅବାଞ୍ଛିତ ଫୋନକଲ୍‌ ଓ ଠକେଇ ସମ୍ବନ୍ଧୀୟ ଫୋନ କଲ ଆଦି ଚିହ୍ନିବା ଦିଗରେ ଗତ 15 ବର୍ଷ ଧରି ଟ୍ରୁକଲର ୟୁଜରଙ୍କୁ ସୁବିଧା ଯୋଗାଇ ଆସୁଛି । କିନ୍ତୁ ଏବେ ଯେଉଁ ନୂଆ ଅପଡେଟ୍‌ ଆସିଛି ତାହା ଟ୍ରୁକଲରର ଏଆଇ ଦକ୍ଷତାକୁ ବୃଦ୍ଧି କରିଛି । ଏହାର ଅର୍ଥ iOSରେ ସେତେବେଳେ ପର୍ଯ୍ୟନ୍ତ କଲ୍‌କୁ ଚିହ୍ନଟ କରାଯାଇପାରିବ ନାହିଁ, ଯେତେବେଳ ଯାଏଁ ଟ୍ରୁକଲର ନିକଟରେ ଏହା ସମ୍ପର୍କରେ କୌଣସି ତଥ୍ୟ ନାହିଁ ।
  • ତେବେ ଅନେକ ସମୟ ଧରି ଟ୍ରୁକଲର iOS ୟୁଜର ସ୍ପାମ୍‌ କଲ୍‌ ଅଟୋମେଟିକ୍‌ ବ୍ଲକିଂ ଲାଗି ଅନେକ ଦିନରୁ ଦାବି କରି ଆସୁଥିଲେ । ଯାହାକି ଏବେ ପୂରଣ ହୋଇଛି । ଏହାସହ ଆଇଫୋନ ୟୁଜର ଏବେ ପ୍ରିମିୟମ ଫାମିଲି ପ୍ଲାନକୁ ସବସ୍କ୍ରାଇବ କରିବାର କ୍ଷମତା ପାଇବେ । ଏହି ପ୍ଲାନ ସହ ୟୁଜର ଆପଣ ଟ୍ରୁକଲରର ପ୍ରିମିୟମ ସୁବିଧାକୁ ଅନ୍ୟ 4ଜଣଙ୍କ ସହ ସେୟାର କରିପାରିବେ । କେବଳ ମାସିକିଆ ଓ ବର୍ଷିକିଆ ରିଚାର୍ଜ କଲେ ସମ୍ଭବ ହୋଇପାରିବ ।

iOSରେ Truecallerକୁ କିପରି ସକ୍ଷମ କରିବେ ?

  • ଆଇଫୋନ ଭର୍ସନ 14.0 ବା ଏହା ପରବର୍ତ୍ତୀ ଭର୍ସନରେ ଆପଣ ଟ୍ରୁକଲର ବ୍ୟବହାର କରୁଥିବା ନିଶ୍ଚିତ କରନ୍ତୁ ।
  • ଏହାପରେ ନିଜ ଆଇଫୋନରେ Settings ଖୋଲନ୍ତୁ> Apps > Phone > Call Blocking & Identification।
  • ଏଠାରେ ଟ୍ରୁକଲର ସମସ୍ତ ବଟନ୍‌କୁ ଅନ୍‌ କରନ୍ତୁ ଓ ଆଉ ଥରେ ଟ୍ରୁକଲର ଆପ୍‌ ଖୋଲନ୍ତୁ ।

ଟ୍ରୁକଲରର ସିଇଓ ରିଶିତ ଝୁନଝୁନୱାଲାକହିଛନ୍ତି, "ଆଇଫୋନରେ ଟ୍ରୁକଲରର ସମସ୍ତ ସୁବିଧାକୁ ସକ୍ଷମ କରି ଆମେ ଉତ୍ସାହିତ । ଆଇଫୋନ ୟୁଜର ଟ୍ରୁକଲରର ଆଣ୍ଡ୍ରଏଡ୍‌ ଅନୁଭବ ପାଇବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । ଏହି ଅପଡେଟ ସମସ୍ତ କଲିଂ ଗତିବିଧିର ଗୋପନୀୟତା ସୁରକ୍ଷିତ ରଖି ସୁବିଧା ପ୍ରଦାନ କରିବ ।"

କେଉଁ iOS ୟୁଜର ସୁବିଧା ପାଇବେ ?

ଏହି ସମସ୍ତ ନୂଆ ଫିଚର ଟ୍ରୁକଲର ପ୍ରିମିୟମ ୟୁଜର ପାଇବେ । ଆଇଓଏସର ଫ୍ରି ୟୁଜର ବିଜ୍ଞାପନ ସମ୍ବନ୍ଧୀୟ ନମ୍ବର ସର୍ଚ୍ଚ ଓ ଅଧିକୃତ ବ୍ୟବସାୟିକ ସଂସ୍ଥାର କଲର ଆଇଡିକୁ ଚିହ୍ନଟ କରିପାରିବେ । ତେବେ ସ୍ବୟଂଚାଳିତ ଭାବେ ସ୍ପାମ୍‌ କଲ୍‌ ବ୍ଲକିଂ ସାରା ବିଶ୍ବରେ ଉପଲବ୍ଧ ଥିବା ବେଳେ କଲର ଆଇଡି ଆଜିଠୁ ରୋଲ୍‌ଆଉଟ୍‌ ହେବାକୁ ଯାଉଛି । କିଛି ଦିନ ମଧ୍ୟରେ ସମସ୍ତ ୟୁଜର ଏହି ସୁବିଧା ପାଇବେ ।

ଏହା ବି ପଢନ୍ତୁ
  1. Siri ଆପଣଙ୍କ ଗୁଇନ୍ଦାଗିରି କରୁନି ତ ? Apple କଲା 95ମିଲିୟନ ଡଲାରର ବୁଝାମଣା
  2. ଟ୍ରୁକଲରକୁ ପୁଣି ଫେରିଲା କଲ ରେକର୍ଡିଂ ଫିଚର, ଜାଣନ୍ତୁ କେମିତି କରିବେ ରେକର୍ଡ

ABOUT THE AUTHOR

...view details