ହାଇଦ୍ରାବାଦ:ଅନ୍ତରୀକ୍ଷ ସ୍ସେସ ଷ୍ଟେସନରେ(ISS) ବଡ଼ ସମସ୍ୟା ଉପୁଜିଛି । ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥିରେ ଥିବା 8 ଜଣ କ୍ରୁ-ସଦସ୍ୟ ଅନ୍ତରୀକ୍ଷରେ ସମସ୍ୟାରେ ଥିବା ଖବର ସାମ୍ନାକୁ ଆସିଛି । ଷ୍ଟେସନ ଭିତରେ ଏକ ସୁପରବଗ ରହିଥିବା ଦେଖାଯାଇଛି । ବୈଜ୍ଞାନିକମାନେ ଏଣ୍ଟେରୋବ୍ୟାକ୍ଟର୍ ବଗାଣ୍ଡେନିସ୍ ନାମକ ଏକ ମଲ୍ଟି ଡ୍ରଗ୍ ପ୍ରତିରୋଧକ ବ୍ୟାକ୍ଟେରିଆ ପାଇଛନ୍ତି । ଏହା ଆଇଏସଏସର ବନ୍ଦ ପରିବେଶରେ ବିକଶିତ ହୋଇଥିବାବେଳେ ଅଧିକ ଶକ୍ତିଶାଳୀ ହୋଇଛି । ଏହା ମଲ୍ଟି ଡ୍ରଗ୍ ପ୍ରତିରୋଧକ ହୋଇଥିବାରୁ ଏହାକୁ ସୁପରବଗ୍ କୁହାଯାଏ । ଏହି ବ୍ୟାକ୍ଟେରିଆ ଶ୍ବସନ ତନ୍ତ୍ରକୁ ସଂକ୍ରମିତ କରିଥାଏ ।
ସୁନୀତା ୱିଲିୟମ୍ସ ଏହଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତ ଜୁନ୍ 6 ତାରିଖରେ ବୋଇଙ୍ଗ ଷ୍ଟାରଲାଇନର ମହାକାଶଯାନରେ ଅନ୍ତରୀକ୍ଷ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ । ପରୀକ୍ଷଣ ପରେ ପୃଥିବୀକୁ ଫେରିବା ପୂର୍ବରୁ ପୃଥିବୀ-କକ୍ଷପଥ ଲାବୋରେଟୋରୀରେ ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ କରିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ସୁପରବଗ୍କୁ ନେଇ ନାସା ପକ୍ଷରୁ କୁହାଯାଇଛି ଯେ, ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ମିଳିଥିବା ବ୍ୟାକ୍ଟେରିଆ E. bugandensisକୁ ନେଇ ଅଧ୍ୟୟନ କରାଯାଇଛି । ତେବେ ଏହି ବ୍ୟାକ୍ଟେରିଆର ଷ୍ଟ୍ରେନ E. Bugandensis ମଲ୍ଟି ଡ୍ରେଗ୍ସ ରେସିଷ୍ଟାଣ୍ଟ ଭାବେ ଜଣାଶୁଣା ।