ହାଇଦ୍ରାବାଦ: ଆରମ୍ଭ ହୋଇଛି ଫେଷ୍ଟିଭ ସିଜନ । ଏପଟେ ବର୍ଷା ହେଲାଣି ଅଫର ଉପରେ ଅଫର । ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଅନେକ କମ୍ପାନୀ ନିଜ ପ୍ରଡକ୍ଟ ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି । ତେବେ ଆପଣ ଯଦି ବଜେଟ ଭିତରେ ଏକ ଭଲ ଇଅର ବଡ୍ କିଣିବାକୁ ଇଚ୍ଛୁକ ଅଛନ୍ତି, ତେବେ ଏହି ଫେଷ୍ଟିଭ ସିଜନ ଆପଣଙ୍କ ପାଇଁ ଉପଯୁକ୍ତ ସମୟ । ଏକ ଭଲ ଇଅର ବଡ୍ କିଣିବା ପୂର୍ବରୁ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ଜାଣି ନିଅନ୍ତୁ ।
ଇଅର ବଡ୍ କିଣିବା ବେଳେ ଧ୍ୟାନରେ ରଖନ୍ତୁ ଏହି କଥା:-
- ବର୍ତ୍ତମାନ ମାର୍କେଟରେ ଇଅରଫୋନ ଆକାରରେ ନେକ୍ ବ୍ୟାଣ୍ଡ, TWS ଓ ୱେୟାର ଇଅରଫୋନ ଉପଲବ୍ଧ ।
- ଏହି ଅପସନ ମଧ୍ୟରେ ଗ୍ରାହକ ବ୍ଲୁଟୁଥ ଦ୍ବାରା ପରିଚାଳିତ ଇଅରବଡ୍କୁ ବେଶ ପସନ୍ଦ କରୁଛନ୍ତି ।
- ଏହାର ଦାମ ମାତ୍ର 900ଟଙ୍କାରୁ ଆରମ୍ଭ ହେଉଛି ।
- କିନ୍ତୁ ଯଦି ଆପଣ ଇଅରବଡ କିଣିବା ପୂର୍ବରୁ ଏଗୁଡ଼ିକର ଫିଚର୍ସ ସମ୍ପର୍କରେ ଜାଣୁନାହାନ୍ତି, ତେବେ ପରବର୍ତ୍ତୀ ସମୟରେ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
- ଏଣୁ ଇଅରବଡ୍ କିଣିବା ପୂର୍ବରୁ ନଏଜ କ୍ୟାନ୍ସେଲେସନ, ବ୍ୟାଟେରୀ ଲାଇଫ, ବ୍ଲୁଟୁଥ କନେକ୍ଟିଭିଟି ଓ ସାଉଣ୍ଡ କ୍ବାଲିଟି ସମ୍ପର୍କରେ ଜାଣିନେବା ଆବଶ୍ୟକ ।
ବ୍ୟାଟେରୀ:-
- ବ୍ଲୁଟୁଥ୍ ଇୟରବଡ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଲମ୍ବା ବ୍ୟାଟେରୀ ଜୀବନ ଗୁରୁତ୍ବପୂର୍ଣ୍ଣ ।
- ଏପରି ଇଅରବଡ୍ ଚୟନ କରିବା ଭଲ, ଯାହାର ଅତି କମରେ 35 ଘଣ୍ଟାର ପ୍ଲେ ବ୍ୟାକଅପ୍ ରହିଛି ।
- ମନେରଖନ୍ତୁ ଯେ ଇଅରବଡ୍ ସାଧାରଣତଃ 1 କିମ୍ବା 2ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ସହିତ ଆସିଥାଏ ।