ଓଡିଶା

odisha

ETV Bharat / technology

ଟି-ବ୍ୟାଗ୍‌ରୁ ବାହାରେ ଲକ୍ଷ ଲକ୍ଷ କ୍ଷୁଦ୍ର ପ୍ଲାଷ୍ଟିକ କଣିକା; ଅଧ୍ୟୟନରେ ଖୁଲାସା - TEA BAGS RELEASE MICROPLASTICS

ଯଦି ଆପଣ ଟି-ବ୍ୟାଗ୍‌ ବ୍ୟବହାର କରୁଛନ୍ତି ତେବେ ଜାଣି ରଖନ୍ତୁ । ଟି-ବ୍ୟାଗରୁ ଲକ୍ଷ ଲକ୍ଷ କ୍ଷୁଦ୍ର ପ୍ଲାଷ୍ଟିକ କଣିକା ବାହାରିଥାଏ ବୋଲି UAB ରିସର୍ଚ୍ଚରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

Representational picture of a tea bag dipped in hot water
Representational picture of a tea bag dipped in hot water (Getty Images)

By ETV Bharat Tech Team

Published : Dec 25, 2024, 3:41 PM IST

ହାଇଦ୍ରାବାଦ: ଆଜିକାଲି ଯୁବପିଢି ସବୁକିଛି ତତକ୍ଷଣାତ ପାଇବାକୁ ଇଚ୍ଛା କରନ୍ତି । କେଉଁ କାମଟି ଶୀଘ୍ର ହୋଇପାରିବ ତାହା ଉପରେ ଧ୍ୟାନ ଦିଅନ୍ତି । ଏଣୁ ଚା'କୁ ଶୀଘ୍ର ପିଇବାକୁ ହେଲେ ମାର୍କେଟରେ ମିଳୁଥିବା ଟି-ବ୍ୟାଗ୍‌ର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଟି-ବ୍ୟାଗ‌୍‌ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ । ଏଥିରୁ ଲକ୍ଷ ଲକ୍ଷ କ୍ଷୁଦ୍ର ପ୍ଲାଷ୍ଟିକ କଣିକା ଆପଣଙ୍କ ଚା'ରେ ମିଶିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ଟି-ବ୍ୟାଗ୍‌ ଗୁଡ଼ିକ ଫଟାଫଟ୍‌ ଏକ କପ୍ ଗରମ ଆପଣଙ୍କ ପ୍ରିୟ ପାନୀୟ ପ୍ରସ୍ତୁତ କରିବା ପାଇଁ ତତକ୍ଷଣାତ୍ ଉପାୟ ଭାବରେ କାର୍ଯ୍ୟ କରେ ସତ, କିନ୍ତୁ ଏହା ମାଇକ୍ରୋ ଏବଂ ନାନୋ ପ୍ଲାଷ୍ଟିକ୍ (MNPL) କଣିକା ସହିତ ସ୍ବାସ୍ଥ୍ୟ ପାଇଁ ବିପର୍ଯ୍ୟୟ । UAB ବିଭାଗର ଜେନେଟିକ୍ସ ଏବଂ ମାଇକ୍ରୋବାଓଲୋଜି ବିଭାଗରେ ମ୍ୟୁଟୋଜେନେସିସ୍ ଗ୍ରୁପ୍ ଦ୍ବାରା କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଏ ସମ୍ପର୍କରେ ଜଣାପଡ଼ିଛି ।

ଅନୁସନ୍ଧାନକାରୀମାନେ ବିଭିନ୍ନ ବ୍ୟବସାୟିକ ଭାବରେ ଉପଲବ୍ଧ ଚା' ବ୍ୟାଗରୁ ମାଇକ୍ରୋ ଏବଂ ନାନୋପ୍ଲାଷ୍ଟିକକୁ ପୃଥକ କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ଯେତେବେଳେ ଏହି ଚା' ବ୍ୟାଗଗୁଡ଼ିକ ଏକ ଇନଫ୍ୟୁଜନ୍ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ, ସେମାନେ ବହୁ ପରିମାଣର ନାନୋ ଆକାରର କଣିକା ଏବଂ ନାନୋଫିଲାମେଣ୍ଟସ୍ ଗଠନ କରି ଏହାକୁ ପାନୀୟରେ ଛାଡ଼ନ୍ତି ।

ଟି-ବ୍ୟାଗ୍‌ର କେଉଁ ଉପାଦାନ ଏଥିପାଇଁ ଦାୟୀ ?

ଅଧ୍ୟୟନରୁ ଜଣାପଡ଼ିଛି ଯେ ଟି-ବ୍ୟାଗ୍ ତିନୋଟି ପଲିମର- ନାଇଲନ 6, ପଲିପ୍ରୋପାଇଲିନ ଓ ସେଲ୍ୟୁଲଜ ଦ୍ବାରା ଗଠିତ । ଏହାକୁ ଗରମ ପାଣିରେ ବୁଡ଼ାଇବା ମାତ୍ରେ:

  • ପଲିପ୍ରୋପାଇଲିନ ହାରାହାରି 136.7 ନାନୋମିଟର ସହିତ ମିଲିଲିଟର ପିଛା ପ୍ରାୟ 1.2 ବିଲିୟନ କଣିକା ଛାଡ଼ିଥାଏ ।
  • ସେଲ୍ୟୁଲୋଜ୍ ମିଲିଲିଟର ପିଛା ପ୍ରାୟ 135 ନିୟୁତ କଣିକା ମୁକ୍ତ କରିଥାଏ, ଯାହାକି ହାରାହାରି 244 ନାନୋମିଟର ଆକାରର ହୋଇଥାଏ ।
  • ସେହିପରି ନାଇଲନ୍-6 ମିଲିଲିଟର ପିଛା 8.18 ନିୟୁତ କଣିକା ମୁକ୍ତ କରିଥାଏ, ଯାହାର ହାରାହାରି ଆକାର 138.4 ନାନୋମିଟର ।

ଏହି ଗବେଷଣା ଲାଗି ଅନୁସନ୍ଧାନକାରୀମାନେ ଇଲେକଟ୍ରୋନିକ୍ ମାଇକ୍ରୋସ୍କୋପି (SEM), ଟ୍ରାନ୍ସମିସନ୍ ଇଲେକଟ୍ରନ୍ ମାଇକ୍ରୋସ୍କୋପି (TEM), ଇନଫ୍ରାରେଡ୍ ସ୍ପେକ୍ଟ୍ରୋସ୍କୋପି (ATR-FTIR), ଡାଇନାମିକ୍ ଲାଇଟ୍ ସ୍କାଟରିଂ (DLS), ଲେଜର ଡୋପଲର ଭେଲୋସିମେଟ୍ରି (LDV) ଭଳି ଉନ୍ନତ ଟେକନିକର ବ୍ୟବହାର କରିଥିଲେ । UAB ଗବେଷକ ଅଲବା ଗ୍ରେସିଆ କହିଛନ୍ତି ଯେ ଟିମ ଉନ୍ନତ କୌଶଳର ଏକ ସେଟ୍ ବ୍ୟବହାର କରି ପ୍ରଦୂଷକକୁ ସଫଳତାର ସହିତ ଚିହ୍ନଟ କରିଛି, ଯାହାକି ସ୍ବାସ୍ଥ୍ୟ ବେଶ ହାନିକାରକ ।

ମଣିଷ ଶରୀର ଉପରେ କିପରି ପ୍ରଭାବ ପକାଏ ?

ଏହି କ୍ଷୁଦ୍ର ପ୍ଲାଷ୍ଟିକ କଣିକାଗୁଡ଼ିକ ମଣିଷ ଶରୀର ଉପରେ କିପରି ପ୍ରଭାବ ପକାଉଛି ତାହା ଜାଣିବା ଲାଗି UAB ଅନୁସନ୍ଧାନକାରୀମାନେ ଏହି କ୍ଷୁଦ୍ର କଣିକାକୁ ମଣିଷର ଅନ୍ତନଳୀ କୋଷଗୁଡ଼ିକରେ ଛାଡ଼ିଥିଲେ । ଏହି ପରୀକ୍ଷଣରୁ ଜଣାପଡିଛି ଯେ ମ୍ୟୁକସ୍ (କଫ ଭଳି ଖସଡ଼ା ପଦାର୍ଥ) ଉତ୍ପାଦନ କରୁଥିବା ଅନ୍ତନଳୀ କୋଷଗୁଡ଼ିକ ସର୍ବାଧିକ ପରିମାଣର ମାଇକ୍ରୋ ଏବଂ ନାନୋପ୍ଲାଷ୍ଟିକ୍ ଗ୍ରହଣ କରିଥିଲେ । ଏପରିକି କେତେକ କଣିକା କୋଷ ନ୍ୟୁକ୍ଲିୟସରେ ମଧ୍ୟ ପ୍ରବେଶ କରିଥିଲା, ଯେଉଁଥିରେ ଜେନେଟିକ୍ ପଦାର୍ଥ ରହିଥାଏ । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ପ୍ରଦୂଷକ କଣିକାକୁ ଏକାଠି କରିବାରେ ଅନ୍ତନଳୀର ମ୍ୟୁକସ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ମାନବ ସ୍ବାସ୍ଥ୍ୟ ଉପରେ କ୍ରନିକ୍ ଏକ୍ସପୋଜର (ଟକ୍ସିକ ପଦାର୍ଥ ସହିତ ପ୍ରତିଦିନ ସଂସ୍ପର୍ଶରେ ଆସିବା)ର ପ୍ରଭାବ ଉପରେ ଅଧିକ ଅନୁସନ୍ଧାନର ଆବଶ୍ୟକତାକୁ ଦର୍ଶାଏ ।

ଏହା ବି ପଢନ୍ତୁ
  1. ଲୁକ୍କାୟିତ ବିପଦ: ସ୍ମାର୍ଟୱାଚ୍ ରିଷ୍ଟବ୍ୟାଣ୍ଡରେ ମିଳିଲା 'Forever Chemicals'
  2. ଶକ୍ତି ବଞ୍ଚାଇବା ପାଇଁ ସାମୁଦ୍ରିକ ପ୍ରାଣୀମାନେ କିପରି ପହଁରନ୍ତି; ଅଧ୍ୟୟନରେ ଖୁଲାସା

ABOUT THE AUTHOR

...view details