ହାଇଦ୍ରାବାଦ: ଦକ୍ଷିଣ କୋରିଆର ଟେକ୍ କମ୍ପାନୀ ସାମସଙ୍ଗ (SAamsung) ପ୍ରତି ବର୍ଷ ପ୍ରଥମ ତ୍ରୟମାସରେ ନିଜ ଫ୍ଲାଗସିପ ସ୍ମାର୍ଟଫୋନ ଲାଇନଅପ୍ ଉପରୁ ପରଦା ଉଠାଇଥାଏ । ଆସନ୍ତା ବର୍ଷ 2025ରେ Galaxy S25 ସିରିଜ ଲଞ୍ଚ କରିବାକୁ ଯାଉଛି । ଏହି ଲାଟେଷ୍ଟ ସିରିଜରେ କମ୍ପାନୀ ତିନିଟି ମଡେଲ- ଭନିଲା, ଅଲଟ୍ରା ଓ ସ୍ଲିମ ଭାରିଏଣ୍ଟ ସାମିଲ । ନୂଆ ଡିଭାଇସ ସହ ଜଡ଼ିତ ତଥ୍ୟ ଲଗାତାର ସାମ୍ନାକୁ ଆସୁଛି । ଏବେ Galaxy S25 Ultra ମଡେଲର ପ୍ରଥମ ହ୍ୟାଣ୍ଡସ୍-ଅନ୍ ଭିଡିଓ ଲିକ୍ ହୋଇଛି ।
ଲିକ୍ ହୋଇଥିବା ଭିଡିଓରେ ସାମସଙ୍ଗ ଗାଲାକ୍ସି ଏସ25 ଅଲଟ୍ରା ମଡେଲର ଝଲକ ଦେଖିବାକୁ ମିଳିଛି । କମ୍ପାନୀର ନୂଆ ଫ୍ଲାଗସିପରେ ରାଉଣ୍ଡେଡ୍ କର୍ଣ୍ଣର୍ସ ମିଳିବ, ଯାହାକି Galaxy S24 Ultra ଫୋନରେ ନାହିଁ । ପୂର୍ବରୁ ଲିକ୍ ହୋଇଥିବା କିଛି ତଥ୍ୟରୁ ଏହା ସାମ୍ନାକୁ ଆସିଥିଲା । କିନ୍ତୁ କ୍ୟାମେରା ମଡ୍ୟୁଲରେ କମ୍ପାନୀ କୌଣସି ପରିବର୍ତ୍ତନ କରିନାହିଁ । ଏଥିରେ Galaxy Z Fold 6 ଭଳି କ୍ୟାମେରା ସେଟଅପ୍ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହି ନୂଆ ଫ୍ଲାଗିସପ୍ର ଅନେକ ଫଟୋ ମଧ୍ୟ ଦେଖିବାକୁ ମିଳିଛି ।
ଅନେକ ଅପଗ୍ରେଡ ସହ ଆସିବ ନୂଆ Samsung ଫୋନ:-
ଲିକ୍ ହୋଇଥିବା ଫଟୋରୁ ଜଣାପଡ଼ିଛି ଯେ କମ୍ପାନୀର ଏହି ନୂଆ ଫ୍ଲାଗସିପ୍ ଉନ୍ନତମାନର ଡିସପ୍ଲେ ଓ କ୍ଲିନ ଡିଜାଇନ ସହିତ ଆସିବ । ଏଥିରେ S-Pen (ଏହା ହେଉଛି ୱେୟାରଲେସ ଡିଜିଟାଲ ପେନ୍ ଷ୍ଟାଇଲସ୍ ଡିଜାଇନ ଯାହାକି ସ୍କ୍ରିନ ଉପରେ ଲେଖିବାକୁ ବା ଚିତ୍ର କରିବାକୁ ଅନୁମତି ଦିଏ) ଡିଜାଇନ ଅପଗ୍ରେଡ ମିଳିପାରେ । S-ପେନର ହେଡ୍ ପୂର୍ବାପେକ୍ଷା କଭର୍ଡ ରହିପାରେ । କମ୍ପାନୀ ନିଜର ପ୍ରିମିୟମ ସ୍ମାର୍ଟଫୋନରେ ଏହି S-ପେନ ଡିଜାଇନକୁ ରଖିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି ।