ହାଇଦ୍ରାବାଦ:ଜାନୁଆରୀ 27 ତାରିଖରେ ସାମସଙ୍ଗ ବାର୍ଷିକ ଗାଲାକ୍ସି ଅନକ୍ୟାପଡ ଇଭେଣ୍ଟର ଆୟୋଜିତ ହୋଇଥିଲା । ଏହି ଇଭେଣ୍ଟରେ 3ଟି ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା କମ୍ପାନୀ । ସାମସଙ୍ଗ ଗାଲାକ୍ସି S24, ସାମସଙ୍ଗ ଗ୍ୟାଲାକ୍ସି S24 ପ୍ଲସ ଏବଂ ସାମସଙ୍ଗ ଗାଲାକ୍ସି S24 ଅଲଟ୍ରା ରଖାଯାଇଛି । ତେବେ ଲଞ୍ଚ ହୋଇଥିବା 3ଟି ଫୋନର ବିକ୍ରି ଆସନ୍ତା ଜାନୁଆରୀ 31 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆରମ୍ଭ ହୋଇସାରିଛି ପ୍ରି ବୁକିଂ । 18 ତାରିଖରୁ ପ୍ରି ବୁକିଂ ଆରମ୍ଭ ହୋଇଥିବା ବେଳେ ଏହି ସିରିଜକୁ ବେଶ୍ ପସନ୍ଦ କରିଛନ୍ତି ଭାରତୀୟ ୟୁଜର୍ସ । କେବଳ 3 ଦିନରେ 2 ଲକ୍ଷ 50 ହଜାରରୁ ଅଧିକ ୟୁନିଟର ପ୍ରି ବୁକିଂ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି ।
ରେକର୍ଡ କଲା ସାମସଙ୍ଗ: ସାମସଙ୍ଗ ଏହି ଫ୍ଲାଗସିପ ସ୍ମାର୍ଟଫୋନକୁ Galaxy AI ଫିଚର ସହିତ ଲଞ୍ଚ କରିଛି । ଏହି ଫିଚର ଦ୍ବାରା ସାମସଙ୍ଗ ୟୁଜର୍ସଙ୍କୁ ସ୍ମାର୍ଟଫୋନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିବାକୁ ମିଳିବ । ସାମସଙ୍ଗର ଏହି ଫିଚର ୟୁଜର୍ସଙ୍କୁ ଅଧିକ ପ୍ରଭାବିତ କରିଛି । ତେବେ 18 ତାରିଖରୁ ଏହାର ପ୍ରି ବୁକିଂ ଆରମ୍ଭ ହୋଇଥିବା ବେଳେ ଅନେକ ଅଫର୍ସ ମଧ୍ୟ ଘୋଷଣା କରିଥିଲା କମ୍ପାନୀ । ସାମସଙ୍ଗ ଗାଲାକ୍ସି ଏସ24 ପ୍ଲସ ଏବଂ ସାମସଙ୍ଗ ଗାଲାକ୍ସି ଏସ 24 ଅଲଟ୍ରା ବୁକ କରିଲେ ୟୁଜର୍ସଙ୍କୁ 22 ହଜାର ଲାଭ ମିଳିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏସ 24କୁ ବୁକ କରିବା ଦ୍ବାରା 15 ହଜାର ଟଙ୍କାର ଫାଇଦା ପାଇବେ ୟୁଜର୍ସ ।