ହାଇଦ୍ରାବାଦ:ଭାରତରେ ଲଞ୍ଚ ହେଲା ରେଡମିର ନୂଆ ସ୍ମାର୍ଟଫୋନ Redmi 14C 5G ସ୍ମାର୍ଟଫୋନ । ଆଜି ମଧ୍ୟାହ୍ନ 12ଟା ସମୟରେ କମ୍ପାନୀ ଏହି ଦମଦାର ଓ ବଜେଟ୍ ସ୍ମାର୍ଟଫୋନକୁ ଦେଶରେ ଲଞ୍ଚ କରିଛି । ଏଥିରେ 120Hz ରିଫ୍ରେସ୍ ରେଟ୍ ସହିତ 6.88 ଇଞ୍ଚର ଡିସପ୍ଲେ ମିଳିବ । ଏହାସହିତ 5160mAh ବଡ଼ ବ୍ୟାଟେରୀ ଯାହାକି 18W ଫାଷ୍ଟ ଚାର୍ଜଂ ସପୋର୍ଟ ସହିତ ଆସିଛି । ଫୋନର ଡିଜାଇନ ବେଶ ଅତ୍ୟାଧୁନିକ ହୋଇଥିବା ବେଳେ ଏଥିରେ ଗୋଲାକାର କ୍ୟାମେରା ମଡ୍ୟୁଲ ମିଳିବ । ପଛରେ 50MP ଡୁଆଲ କ୍ୟାମେରା ସହ ସେଲଫି ପାଇଁ 8MP କ୍ୟାମେରା ଦିଆଯାଇଛି । ଆଉ କଣ ଏଥିରେ ଖାସ ରହିଛି ନିମ୍ନରେ ଜାଣନ୍ତୁ ।
Redmi 14C 5G: ସ୍ପେଶିଫିକେସନ
- ଡିସପ୍ଲେ:ରେଡମି 14C 5Gରେ 120Hz ରିଫ୍ରେସ ରେଟ୍ ସହିତ 6.8-ଇଞ୍ଚ HD + ଡିସପ୍ଲେ, TUV Rheinland ସାର୍ଟିଫିକେସନ୍, 600 ନିଟ୍ସ ପିକ୍ ବ୍ରାଇଟନେସ୍ ମୋଡ୍, 240Hz ଟଚ୍ ସାମ୍ପଲିଂ ରେଟ୍ ସହ ଆସିଛି ।
- ପ୍ରୋସେସର:ସ୍ମାର୍ଟଫୋନ୍ କ୍ବାଲକମ୍ ସ୍ନାପଡ୍ରାଗନ୍ 4 ଜେନ 2 ପ୍ରୋସେସର ଦ୍ବାରା ଚାଳିତ ।
- କ୍ୟାମେରା:ଏଥିରେ 50MP ପ୍ରାଥମିକ କ୍ୟାମେରା (ଏହା ଏକ ପ୍ରାଇମେରି ଲେନ୍ସ ଯାହାକି ଭଲ ଫଟୋ ଉଠାଇବା ଦିଗରେ କାମ କରେ) ଏବଂ ପଛରେ 2MP ସେକେଣ୍ଡାରୀ ସେନ୍ସର (ଏହି ଲେନ୍ସ ଲାଇଟ୍, ଫିଲ୍ଡ ଭ୍ୟୁ ଓ ବ୍ଲର କରିବା ଦିଗରେ କାମ କରେ) ଅଛି । ସେଲଫି ପାଇଁ ଏଥିରେ 8MP କ୍ୟାମେରା ଦିଆଯାଇଛି ।
- ବ୍ୟାଟେରୀ ଓ ଚାର୍ଜିଂ:ରେଡମି 14C 5G 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 5,160mAh ବଡ଼ ବ୍ୟାଟେରୀ ପ୍ୟାକ୍ ସହିତ ଆସିଛି । କିନ୍ତୁ ଆପଣ ବାକ୍ସ ଭିତରେ ଏକ 33W ଚାର୍ଜର ପାଇବେ ।
- ଅନ୍ୟାନ୍ୟ ଫିଚର:ରେଡମି 14C 5G ଧୂଳି ଏବଂ ଜଳ ପ୍ରତିରୋଧ ଲାଗି IP52 ରେଟିଂ ସହିତ ଆସିଥିବା ବେଳେ ଏଥିରେ 3.5 ମିମି ହେଡଫୋନ୍ ଜ୍ୟାକ୍ ଏବଂ ଏକ USB ଟାଇପ୍-ସି ପୋର୍ଟ ଦିଆଯାଇଛି ।