ହାଇଦ୍ରାବାଦ: ଚାଇନିଜ କମ୍ପାନୀ ରିଅଲମି ଭାରତରେ ଆଜି ଭାରତରେ ଏହାର ଆଗାମୀ ଦୁଇଟି ନୂଆ 5ଜି ସ୍ମାର୍ଟଫୋନକୁ ଲଞ୍ଚ କରିଛି । ରିଅଲମି ପି3 ସିରିଜରେ ଗ୍ରାହକ Realme P3x ଓ Realme P3 Pro ଦୁଇଟି ସ୍ମାର୍ଟଫୋନକୁ କିଣିପାରିବେ । ଉଭୟ ମୋବାଇଲ 50 ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ଓ 6000mAh ବଡ଼ ବ୍ୟାଟେରୀ ସହ ଆସିଛି । ରିଅଲମି ପି3 ପ୍ରୋ ମଡେଲ ସ୍ନାପଡ୍ରାଗନ 7ଏସ ଜେନ 3 ଚିପସେଟ୍ ସହ ଆସିଥିବାବେଳେ P3x ମିଡିଆଟେକ୍ ଡାଇମେନସିଟି 6400 SoC ପ୍ରୋସେସର ସହ ଆସିଛି । ଉଭୟ ଆଣ୍ଡ୍ରଏଡ 15 ଉପରେ ଆଧାରିତ ଓ Realme UI 6.0 ୟୁଜର ଇଣ୍ଟରଫେସ ସହ ଆସିଛନ୍ତି ।
Realme P3 Series: ଭାରତରେ ଦାମ ଓ ଅଫର
- ରିଅଲମି P3 Pro 5G ସ୍ମାର୍ଟଫୋନର ଦାମ ବେସ୍ ମଡେଲ 8GB RAM+128GB ଲାଗି 23,999 ଟଙ୍କା ରହିଛି । ଏହି ହ୍ୟାଣ୍ଡସେଟ୍ଟି ଆଉ ଦୁଇଟି ଭାରିଏଣ୍ଟ 8GB+256GB ଓ 12GB+256GB ଉପଲବ୍ଧ ଥିବାବେଳେ ଏହାର ଦାମ ଯଥାକ୍ରମେ ₹24,999 ଓ ₹26,999 ରହିଛି । ଏହା 3ଟି କଲର ଅପସନ Galaxy Purple, Nebula Glow ଓ Saturn Brownରେ ଉପଲବ୍ଧ । ଏହାକୁ ଗ୍ରାହକ କମ୍ପାନୀର ୱେବସାଇଟ୍ ଓ ଫ୍ଲିପକାର୍ଟରୁ ଫେବୃଆରୀ 25 ତାରିଖରୁ କିଣିପାରିବେ ।
- ଯଦି ଆମେ ଅନ୍ୟ ସ୍ମାର୍ଟଫୋନ ରିଅଲମି P3x 5G ସମ୍ପର୍କରେ ଆଲୋଚନା କରିବା ଏହା ଦୁଇଟି ଭାରିଏଣ୍ଟ 6GB+128GB ଓ 8GB+128GB ସହିତ ଉପଲବ୍ଧ ଥିବାବେଳେ ଏହାର ଦାମ ଯଥାକ୍ରମେ ₹13,999 ଓ ₹14,999 ରହିଛି । ଏହା 3ଟି କଲର ଅପସନ Lunar Silver, Midnight Blue ଓ Stellar Pink ସହିତ ଉପଲବ୍ଧ । ଗ୍ରାହକ ଏହି ହ୍ୟାଣ୍ଡସେଟ୍କୁ ଫେବୃଆରୀ 28 ତାରିଖରୁ ରିଅଲମି ୱେବସାଇଟ୍ ଓ ଫ୍ଲିପକାର୍ଟରୁ କିଣିପାରିବେ ।
- ଗ୍ରାହକ ଯୋଗ୍ୟ ବ୍ୟାଙ୍କ କାର୍ଡ ଅଫର ସହିତ Realme P3 Pro 5G ଉପରେ Rs. 2,000 ରିହାତି ଏବଂ Realme P3x 5G ଉପରେ ₹1,000 ରିହାତି ପାଇପାରିବେ ।