ଓଡିଶା

odisha

ETV Bharat / technology

OPPO A3x 4G ଫୋନ ଲଞ୍ଚ; ଦେଉଛି ଆଇଫୋନ ଲୁକ୍‌, ଦାମ 10ହଜାରରୁ କମ୍‌

ଓପୋ ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଯାହାକି ଆଇଫୋନ ଭଳି ଲୁକ୍‌ ଦେଉଥିବା ବେଳେ ଦାମ 10ହଜାରରୁ କମ ରହିଛି । ଅଧିକ ପଢନ୍ତୁ

Oppo A3x 4G
Oppo A3x 4G (Photo- OPPO India)

By ETV Bharat Tech Team

Published : 4 hours ago

ହାଇଦ୍ରାବାଦ:ଓପୋ ଭାରତରେ ନୂଆ 4ଜି ସ୍ମାର୍ଟଫୋନ OPPO A3x ଲଞ୍ଚ କରିଛି । ଏହି ଫୋନଟି ଚଳିତ ବର୍ଷ ଅଗଷ୍ଟ ପହିଲାରେ ଲଞ୍ଚ ହୋଇଥିବା A3X 5G ସ୍ମାର୍ଟଫୋନର 4ଜି ଭର୍ସନ । ଏଥିରେ ଗ୍ରାହକଙ୍କୁ 6.67 ଇଞ୍ଚର HD+ ଡିସପ୍ଲେ ସହିତ 90Hz ରିଫ୍ରେସ ରେଟ୍‌ ମିଳିବ । ଏହାସହିତ 1000 ନିଟ୍ସର ବ୍ରାଇଟନେସ ମଧ୍ୟ କମ୍ପାନୀ ପ୍ରଦାନ କରିଛି । ସବୁଠୁ ଖାସ କଥା ହେଉଛି ଏହି ସ୍ମାର୍ଟଫୋନର ଲୁକ୍‌ ଆଇଫୋନ ଡିଜାଇନ ସହିତ ମେଳ ଖାଉଥିବା ବେଳେ ଏହାର ଦାମ 10 ହଜାରରୁ କମ ରହିଛି ।

ଓପୋ ଏହି ସ୍ମାର୍ଟଫୋନକୁ ଏକ ଇ-କମ୍ପାସ୍, ପ୍ରକ୍ସିମିଟି ସେନ୍ସର, ଆକ୍ସିଲେରୋମିଟର ଏବଂ ଏକ ଆମ୍ବିଏଣ୍ଟ୍ ଲାଇଟ୍ ସେନ୍ସର ସହିତ ସଜାଇଛି । ବାୟୋମେଟ୍ରିକ୍ ପ୍ରାମାଣିକିକରଣ ପାଇଁ ଏକ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ମଧ୍ୟ ଏଥିରେ ଅଛି । ଏହି ଫୋନଟି ଆପଣଙ୍କୁ 2ଟି କଲର ଅପସନ Nebula Red ଓ Ocean Blueରେ ମିଳିଯିବ ।

Oppo A3x 4G (Photo- OPPO India)
ଏହା ବି ପଢନ୍ତୁ
  1. ମାର୍କେଟକୁ ଆସିଲା Oppoର ମନୀଷ ମଲହୋତ୍ରା ଏଡିସନ ସ୍ମାର୍ଟଫୋନ; କଣ ଖାସ ଜାଣନ୍ତୁ
  2. Jioର ଧମାକା ଦିୱାଲି ଅଫର; Rs 699ରେ କିଣନ୍ତୁ 4G ମୋବାଇଲ
  3. ଏହି ଦେଶରେ ବ୍ୟାନ୍‌ ହେଲା ଆପଲ iPhone 16; ପର୍ଯ୍ୟଟକ ହଟହଟା

OPPO A3x: ଫିଚର ଓ ବିଶେଷତା

  • 6.67 ଇଞ୍ଚର HD+ ଡିସପ୍ଲେ ସହିତ 90Hz ରିଫ୍ରେସ ରେଟ୍‌
  • 1000 ନିଟ୍ସର ବ୍ରାଇଟନେସ, ଡିସପ୍ଲେ ସୁରକ୍ଷା ପାଇଁ ପାଣ୍ଡା ଗ୍ଲାସ
  • ପରିମାପ: 76.02×165.71×7.68 mm; ଓଜନ: 187ଗ୍ରାମ
  • 8-କୋର କ୍ବାଲକମ ସ୍ନାପଡ୍ରାଗନ 6s 4G Gen1
  • 4GB LPDDR4X RAM ,64GB / 128GB ଷ୍ଟୋରେଜ
  • Android 14 ସହିତ କଲର OS 14
  • 8MP ରିଅର କ୍ୟାମେରା f/2.0 ଆପେର୍ଚର ଓ LED ଫ୍ଲାସ
  • ସେଲଫି ଓ ଭିଡିଓ କଲିଂ ପାଇଁ 5MP ଫ୍ରଣ୍ଟ କ୍ୟାମେରା
  • ପାଣି-ଧୂଳିରୁ ସୁରକ୍ଷା ପାଇଁ IP54 ରେଟିଂ
  • 5000mAh ବ୍ୟାଟେରୀ ଓ 45W ସୁପରଫାଷ୍ଟ ଚାର୍ଜିଂ
Oppo A3x 4G (Photo- OPPO India)

ଭାରତରେ OPPO A3xର ଦାମ:-

  • 4GB + 64GB ମଡେଲ ପାଇଁ ଦାମ Rs 8,999
  • 4GB + 128GB ମଡେଲ ପାଇଁ ଦାମ Rs 9,999
Oppo A3x 4G (Photo- OPPO India)

କେଉଁଠି କିଣିବେ ?

ଏହି ସ୍ମାର୍ଟଫୋନଟିକୁ କିଣିବାକୁ ଚାହୁଁଥିଲେ ଆପଣ OPPO ଇଣ୍ଡିଆର ଅନଲାଇନ ଷ୍ଟୋରକୁ ଯିବେ । ନଚେତ ଅଫଲାଇନ ରିଟେଲ ଷ୍ଟୋର କିମ୍ବା ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ ଓ ଆମାଜନରେ ମଧ୍ୟ ଏହା ଉପଲବ୍ଧ ।

ABOUT THE AUTHOR

...view details