ହାଇଦ୍ରାବାଦ: ଏବେ ଆପଣ ଯେଉଁ ଘଣ୍ଟାରେ ସମୟ ଦେଖୁଛନ୍ତି, ଏବେ ସେହି ଘଣ୍ଟାକୁ ବ୍ୟବହାର କରି ଅନଲାଇନ ପେମେଣ୍ଟ ମଧ୍ୟ କରିପାରିବେ । ଭାରତର ଲୋକପ୍ରିୟ ୱାୟରଲେସ boAt ଏହି କମାଲ ଫିଚର୍ସ ଆଣିଛି । ବୋଟ୍ କମ୍ପାନୀ Mastercard ସହିତ ଏ ନେଇ ହାତ ମିଳାଇଛି । ଫଳରେ ବୋଟ୍ ୱାଚ୍ ୟୁଜର୍ସ ଘଣ୍ଟାକୁ କେବଳ ଛୁଇଁ ପମେଣ୍ଟ କରିପାରିବେ । କମ୍ପାନୀ ନିଜ ସ୍ମାର୍ଟୱାଚରେ ଟ୍ୟାପ-ଆଣ୍ଡ-ଫଙ୍କସନାଲିଟି ଫିଚର ଆରମ୍ଭ କରିଛି । ଏହାଦ୍ବାରା ୟୁଜର୍ସ ବୋଟ୍ର ଅଫିସିଆଲ ଆପ୍ ବ୍ୟବହାର କରି ଏହି ଟଙ୍କା ନେଣଦେଣ କରିପାରିବେ । ଏହି ପ୍ରକ୍ରିୟା ଯେତିକି ସହଜ ସେତିକି ସୁରକ୍ଷିତ ମଧ୍ୟ ।
କେମିତି କରିବେ ପେମେଣ୍ଟ ?
ଏହି ଆପ୍ର ୟୁଜର୍ସ ନିଜ ପାଖରେ ଥିବା ମାଷ୍ଟରକାର୍ଡ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବେ । ଥରେ ସମସ୍ତ ସେଟଅପ ହେବା ପରେ ପେମେଣ୍ଟ କରିବା ଲାଗି ସ୍ମାର୍ଟ ୱାଚକୁ କେବଳ POS ଡିଭାଇସରେ ଘଣ୍ଟାକୁ ଟ୍ୟାପ୍ କରିବାକୁ ପଡ଼ିବ । କୌଣସି PINର ଆବଶ୍ୟକତା ପଡ଼ିବ ନାହିଁ । ପ୍ରାଥମିକ ସ୍ତରରେ, କିଛି ପ୍ରମୁଖ ବ୍ୟାଙ୍କ ସହିତ ମାଷ୍ଟରକାର୍ଡ ୟୁଜର୍ସ ଏହି ଲାଭ ଉଠାଇପାରିବେ । ପରବର୍ତ୍ତୀ ସମୟରେ ଏହା ପ୍ରାୟ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସହିତ ସେବାର ଆରମ୍ଭ କରିବ ।
କଣ କହିଲେ ବୋଟ୍ ମୁଖ୍ୟ ?