ଓଡିଶା

odisha

ETV Bharat / technology

ନୂଆ Maruti Dzireରେ ପୁରୁଣା ମଡେଲ ତୁଳନାରେ କେତେ ଅଲଗା; ଜାଣନ୍ତୁ ପାର୍ଥକ୍ୟ - NEW MARUTI DZIRE VS OLD DZIRE

ନିକଟରେ ମାରୁତି ସୁଜୁକି ନୂଆ ଜେନେରେସନ ମାରୁତି ଡିଜାୟାର ଲଞ୍ଚ କରିଛି । ତେବେ ଏହା ପୁରୁଣା ମଡେଲଠାରୁ କେତେ ଅଲଗା ଓ ଭଲ ? ବିସ୍ତୃତ ଭାବରେ ଜାଣନ୍ତୁ...

NEW MARUTI DZIRE VS OLD DZIRE
NEW MARUTI DZIRE VS OLD DZIRE (Credit- Maruti Dzire)

By ETV Bharat Tech Team

Published : Nov 14, 2024, 2:10 PM IST

ହାଇଦ୍ରାବାଦ: ଜାପାନ କମ୍ପାନୀ ମାରୁତି ସୁଜୁକି ନିକଟରେ ଏହାର ନୂଆ ମାରୁତି ଡିଜାୟାର କାର ଲଞ୍ଚ କରିଛି । ଏହା ମାରୁତି ଡିଜାୟାରର ଚତୁର୍ଥ ଭର୍ସନ । ଏହି କାର ଗ୍ଲୋବାଲ NCAP ଦ୍ବାରା 5-ଷ୍ଟାର ସେଫ୍ଟି ରେଟିଂ ପାଇବାରେ ପ୍ରଥମ କାର ହୋଇପାରିଛି । କମ୍ପାନୀ ଏହି କାରର ପ୍ରାରମ୍ଭିକ ମୂଲ୍ୟ 6.79ଲକ୍ଷ ଟଙ୍କା ରଖିଛି । ତେବେ ନୂଆ ଡିଜାୟାର ପୁରୁଣା ଡିଜାୟାରଙ୍କ ତୁଳନାରେ କେତେ ଭଲ ଓ କଣ ଏଥିରେ ଭିନ୍ନତା ରହିଛି ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ନୂଆ ବନାମ ପୁରୁଣା Maruti Dzireର ଡିଜାଇନ:-

କହିବାକୁ ଗଲେ ଉଭୟ କାରର ସାମଗ୍ରିକ ଲୁକ୍‌ ପ୍ରାୟ ସମାନ ରହିଛି । କିନ୍ତୁ ନୂତନ ଡିଜାଯାରରେ ଅଧିକ ଭଲ ଲୁକ୍‌ ମିଳିଛି । ପୁରୁଣା ମଡେଲ ପରି ନୂତନ ଡିଜାୟାରର ବାହାର ଭାଗ ମାରୁତି ସ୍ବିଫ୍ଟ ସହିତ କୌଣସି ସମାନତା ରଖାଯାଇ ନାହିଁ । ଏଲଇଡି DRL ସହିତ ଆସିଥିବା ପ୍ରୋଜେକ୍ଟର ହେଡଲ୍ୟାମ୍ପଗୁଡ଼ିକ ପୁରୁଣା ମଡେଲ ଅପେକ୍ଷା ନୂଆରେ ହାଲୁକା । 6ଟି ଭୂସମାନ୍ତର ଗ୍ରୀଲ ପୂର୍ବ ଅପେକ୍ଷା ବଡ଼ ।

ପରିମାପ ନୂତନ ମାରୁତି ଡିଜାୟାର ପୁରୁଣା ମାରୁତି ଡିଜାୟାର
ଦୈର୍ଘ୍ୟ 3,995 ମିମି 3,995 ମିମି
ମୋଟେଇ 1,735 ମିମି 1,735 ମିମି
ଉଚ୍ଚତା 1,525 ମିମି 1,515 ମିମି
ହ୍ବିଲ୍ ବେସ୍ 2,450 ମିମି 2,450 ମିମି
ଗ୍ରାଉଣ୍ଡ କ୍ଲିୟରାନ୍ସ 163 ମିମି 163 ମିମି
ବୁଟ୍ ସ୍ପେସ୍ 382 ଲିଟର 378 ଲିଟର
ଚକ ଏବଂ ଟାୟାର 185/65 R15 185/65 R15
ଓଜନ 920-1025 କିଗ୍ରା 880-995 କିଗ୍ରା

ନୂଆ ଓ ପୁରୁଣା ମାରୁତି ଡିଜାୟାରର ଇଣ୍ଟିରିଅର:-

ଉଭୟ କାରର ଭିତର ଭାଗ ଦେଖିଲେ ନୂଆ ଡିଜାୟାରରେ ନୂତନ ମାରୁତି ସ୍ବିଫ୍ଟ ସହିତ ସମାନ ଥିବା ବେଳେ ବିଦ୍ୟମାନ କମ୍ପାକ୍ଟ ସେଡାନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ନୂତନ ଡିଜାୟାରର ଡ୍ୟାସବୋର୍ଡରେ ଏକ ଆଧୁନିକ ଏବଂ ମଲ୍ଟି ସ୍ତରୀୟ ଡିଜାଇନ ଅଛି ଯାହାର ମଝିରେ ଫ୍ରି-ସେଟିଂ ଟଚସ୍କ୍ରିନ୍ ରହିଛି । ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ନୂତନ ଡାଏଲ୍ ଏବଂ ଏକ ନୂତନ MID ମିଳିଛି । ଅଟୋ ଏସି ଏବଂ ନୂତନ ଭାବରେ ଡିଜାଇନ୍ ହୋଇଥିବା AC ଭେଣ୍ଟ ମଧ୍ୟ ଉପଲବ୍ଧ ।

ଏହା ବି ପଢନ୍ତୁ
  1. 2024 Maruti Dzireର କେଉଁ ଭାରିଏଣ୍ଟରେ କଣ ସୁବିଧା; ଜାଣନ୍ତୁ
  2. ଭାରତରେ ଲଞ୍ଚ୍‌ ହେଲା 2024 Maruti Dzire; ମିଳିଛି 5-ଷ୍ଟାର ସେଫ୍ଟି ରେଟିଂ, ଦାମ ଏତିକି
  3. ମାରୁତି ସୁଜୁକିର ଏହି କାରକୁ 5-ଷ୍ଟାର ସେଫ୍ଟି ରେଟିଂ ଦେଲା Global NCAP; ଦେଖନ୍ତୁ ଭିଡିଓ
  4. ପ୍ରଥମ ଇଲେକ୍ର୍ଟିକ କାର ନାଁ ଖୁଲାସା କଲା Maruti ସୁଜୁକି; ଜାଣନ୍ତୁ କେବେ ଲଞ୍ଚ

ନୂଆ ଡିଜାୟାରର କ୍ୟାବିନରେ ସବୁଠାରୁ ବଡ ପରିବର୍ତ୍ତନ ଏହାର ଫିଚର ତାଲିକାରେ ଅଛି ଯାହା ପୂର୍ବ ମଡେଲ ତୁଳନାରେ ବହୁତ ଲମ୍ବା । ଏଥିରେ ଏକ ବଡ଼ 9-ଇଞ୍ଚ୍ ଟଚସ୍କ୍ରିନ, ସେଗମେଣ୍ଟରେ ପ୍ରଥମ ଥର ପାଇଁ ପାୱାର୍ଡ ସନରୁଫ୍, 360 ଡିଗ୍ରୀ କ୍ୟାମେରା, କ୍ରୁଜ୍ କଣ୍ଟ୍ରୋଲ୍, ୱେୟାରଲେସ ଚାର୍ଜର ଏବଂ ସୁଜୁକି କନେକ୍ଟ ଇନ୍-କାର୍ କନେକ୍ଟିଭିଟି ସୁଟ୍ ଭଳି ଫିଚର ଅଛି ।

ଇଞ୍ଜିନ ଓ ମାଇଲେଜ:-

ନୂତନ ଡିଜାୟାରରେ ନୂଆ Z12E ପେଟ୍ରୋଲ ଇଞ୍ଜିନ ରହିଛି ଯାହାକି ନୂଆ ସ୍ବିଫ୍ଟରେ ପ୍ରଥମ ଥର ବ୍ୟବହୃତ ହୋଇଥିଲା । କିନ୍ତୁ ପୁରୁଣା ମଡେଲ୍ କେ-ସିରିଜ୍ ଡୁଆଲ୍ ଜେଟ୍ ଇଞ୍ଜିନ୍ ସହିତ ଉପଲବ୍ଧ ଥିଲା ଯାହାକି 1.2-ଲିଟର, 4-ସିଲିଣ୍ଡର ଇଞ୍ଜିନ 89 ବିଏଚପି ପାୱାର ଏବଂ 113Nm ଟର୍କ ଉତ୍ପାଦନ କରୁଥିଲା । ନୂତନ 1.2-ଲିଟର, 3-ସିଲିଣ୍ଡର ଇଞ୍ଜିନ୍ 81 ବିଏଚପି ଶକ୍ତି ଏବଂ 112Nm ଟର୍କ ଉତ୍ପାଦନ କରେ ।

ଇଞ୍ଜିନ ବିବରଣୀ ନୂଆ Maruti Dzire ପେଟ୍ରୋଲ ପୁରୁଣା Maruti Dzire ପେଟ୍ରୋଲ ନୂଆ Maruti Dzire CNG ପୁରୁଣା Maruti Dzire CNG
ଇଞ୍ଜିନ ଟାଇପ Z12E, 3-ସିଲିଣ୍ଡର ନ୍ୟାଚୁରାଲି ଏସ୍ପିରେଟେଡ K-ସିରିଜ, 4-ସିଲିଣ୍ଡର ଡୁଆଲଜେଟ ପେଟ୍ରୋଲ Z12E, 3-ସିଲିଣ୍ଡର ନ୍ୟାଚୁରାଲି ଏସ୍ପିରେଟେଡ K-ସିରିଜ, 4-ସିଲିଣ୍ଡର ଡୁଆଲଜେଟ ପେଟ୍ରୋଲ
ଇଞ୍ଜିନ ସିସି 1,197cc 1,197cc 1,197cc 1,197cc
ପାୱାର (bhp) 81 bhp 89 bhp 68.79 bhp 76.4 bhp
ଟର୍କ (NM) 112 nm 113 nm 101.8 nm 98.5 nm
ଗିଅରବକ୍ସ 5-ସ୍ପିଡ ଏମଟି/5-ସ୍ପିଡ ଏଏମଟି 5-ସ୍ପିଡ ଏମଟି/5-ସ୍ପିଡ ଏଏମଟି 5-ସ୍ପିଡ ଏମଟି 5-ସ୍ପିଡ ଏମଟି
ମାଇଲେଜ 24.79/25.71 କିମି/ଲିଟର 22.41/22.61 କିମି/ଲିଟର 33.73 କିମି/କିଗ୍ରା 31.12 କିମି/କିଗ୍ରା

ନୂଆ ମାରୁତି ଡିଜାୟାର ଓ ପୁରୁଣା ଡିଜାୟାରର ଦାମ ?

ଉଭୟ କାରର ଦାମ ବିଷୟରେ କହିବାକୁ ଗଲେ ନୂଆ ଡିଜାୟାରର ଏଣ୍ଟ୍ରି-ଲେଭଲ୍ ଭାରିଏଣ୍ଟ ପାଇଁ ଆପଣଙ୍କୁ ପୂର୍ବ ମଡେଲ ତୁଳନାରେ 22,000 ଟଙ୍କା ଅଧିକ ଦେବାକୁ ପଡ଼ିବ । ତଥାପି ଅନେକ ଫିଚରକୁ ବିଚାରକୁ ନେଲେ ଏହି ରାଶି ଠିକ ବାଟରେ ଖର୍ଚ୍ଚ ହେବା ପରି ମନେ ହୁଏ । ସେହିପରି ଟପ୍-ସ୍ପେକ୍ ଭାରିଏଣ୍ଟ ପାଇଁ ଆପଣଙ୍କୁ ପୁରୁଣା ମଡେଲ ଅପେକ୍ଷା 75,000 ଟଙ୍କା ଅଧିକ ଦେବାକୁ ପଡ଼ିବ । ଏହି ଦାମଗୁଡ଼ିକ ହେଉଛି ଏହାର ପ୍ରାରମ୍ଭିକ ମୂଲ୍ୟ ଯାହା ଜାନୁଆରୀ 2025ରୁ ବୃଦ୍ଧି ପାଇପାରେ ।

ଭାରିଏଣ୍ଟ ନୂଆ Maruti Dzire ପୁରୁଣା Maruti Dzire
ପେଟ୍ରୋଲ-MT 6.79 - 9.69 ଲକ୍ଷ ଟଙ୍କା 6.57 - 8.89 ଲକ୍ଷ ଟଙ୍କା
ପେଟ୍ରୋଲ-AMT 8.24 - 10.14 ଲକ୍ଷ ଟଙ୍କା 7.99 - 9.39 ଲକ୍ଷ ଟଙ୍କା
CNG-ଏମଟି 8.74 - 9.84 ଲକ୍ଷ ଟଙ୍କା 8.44 - 9.12 ଲକ୍ଷ ଟଙ୍କା
ସବୁ ଦାମ ଏକ୍ସ-ଶୋ'ରୁମ, ଭାରତ

ABOUT THE AUTHOR

...view details