ETV Bharat / technology

BSNL ୟୁଜରଙ୍କ ଲାଗି ଖୁସି ଖବର ! ଖୁବଶୀଘ୍ର 5ଜି ସେବା, ଏମିତି କହିଲା TCS - GOOD NEWS FOR BSNL USERS

ଖୁବଶୀଘ୍ର ଭାରତରେ BSNLର 4ଜି ଓ 5ଜି ସେବା ଲଞ୍ଚ ହେବାକୁ ଯାଉଛି । ଏ ନେଇ ସ୍ପଷ୍ଟ କଲା ଟାଟା କନସଲଟାନ୍ସି ସର୍ଭିସ (TCS) । ଅଧିକ ପଢନ୍ତୁ

4G 5G Services of BSNL to Debut by 2025
4G 5G Services of BSNL to Debut by 2025 (ETV Bharat)
author img

By ETV Bharat Tech Team

Published : Dec 26, 2024, 4:20 PM IST

ହାଇଦ୍ରାବାଦ: ଯଦି ଆପଣ BSNL ସିମ୍‌ ବ୍ୟବହାର କରୁଛନ୍ତି ଏବଂ ନେଟୱର୍କ କନେକ୍ଟିଭିଟିକୁ ନେଇ ସମସ୍ୟା ଭୋଗୁଛନ୍ତି, ତେବେ ଆପଣଙ୍କ ଚିନ୍ତା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ବିଏସଏନଏଲର କୋଟି କୋଟି ୟୁଜର 4G-5G ନେଟୱର୍କ ରୋଲଆଉଟ୍‌ କରିବା ଲାଗି ଚାହିଁ ବସିଛନ୍ତି । ଏହାରି ମଧ୍ୟରେ TCS ଏକ ବଡ଼ ଘୋଷଣା କରିଛି । ଯାହାଦ୍ବାରା କୋଟି କୋଟି ୟୁଜରଙ୍କୁ ଆଶ୍ବସ୍ତି ମିଳିବ ।

ଇଟିର ଏକ ରିପୋର୍ଟ ଅନୁଯାୟୀ, TCSର ବରିଷ୍ଠ ଅଧିକାରୀ ଏନ, ଗଣପତି ସୁବ୍ରମଣ୍ୟମଙ୍କ ପକ୍ଷରୁ କୁହାଯାଇଛି ଯେ BSNL 4ଜି-5ଜି ସେବା ଧାର୍ଯ୍ୟ ସମୟ ଅନୁସାରେ ରୋଲ ଆଉଟ୍‌ କରାଯିବ । ଏଠାରେ ଆପଣଙ୍କୁ ମନେ ପକାଇଦେବୁ ଯେ ଭାରତ ସରକାରଙ୍କ ଟେଲି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ୟୁଏସ ଇଣ୍ଡିଆ ପାର୍ଟନରସିପ ଫୋରମରେ କହିଥିଲେ ଯେ ଆସନ୍ତା ବର୍ଷ ଅର୍ଥାତ 2025 ସୁଦ୍ଧା ଭାରତରେ ହାଇସ୍ପିଡ 4ଜି ଓ 5ଜି ସେବା ଲଞ୍ଚ ହେବ ।

BSNL 4G-5Gକୁ ନେଇ କଣ କହିଲା TCS ?

କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ବିଏସଏନଏଲର ପ୍ରାୟ 1 ଲକ୍ଷ ବେସ୍‌ ଷ୍ଟେସନରେ 4ଜି ସର୍ଭିସ 2025 ମେ ମାସ ପର୍ଯ୍ୟନ୍ତ ଓ 5ଜି ସେବା ଜୁନ ମାସ ମଧ୍ୟରେ ଆରମ୍ଭ କରାଯିବ । ଏବେ TCS ପକ୍ଷରୁ ଧାର୍ଯ୍ୟ ସମୟରେ ସେବା ରୋଲ୍‌ ଆଉଟ୍‌ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ଯାହା ପରେ କୋଟି କୋଟି ୟୁଜରଙ୍କୁ ଆଶ୍ବସ୍ତି ମିଳିଛି । ବିଏସଏନଏଲ 4ଜି-5ଜି ସେବାକୁ ନିର୍ଦ୍ଧାରିତ ସମୟରେ ଶୁଭାରମ୍ଭ କରିବା ପାଇଁ ଯୋଜନା ରହିଛି, ଏଥିଲାଗି କମ୍ପାନୀ ବିଦେଶୀ ଟେଲିକମ କମ୍ପାନୀ ସହିତ ସମ୍ପର୍କରେ ଅଛି ।

ସ୍ବଦେଶୀ ହେବ BSNL 4G-5G ସେବା

ଆପଣଙ୍କୁ କହି ରଖୁଛୁ କି, ମୋଦି ସରକାରଙ୍କ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲର 4ଜି ଓ 5ଜି ସେବା ସମ୍ପୂର୍ଣ୍ଣ ସ୍ବଦେଶୀ ହେବ । ଏହାକୁ ଲାଗୁ କରିବା ଲାଗି ସ୍ବଦେଶୀ କମ୍ପାନୀ TCS ଓ ତେଜ୍‌ ନେଟୱର୍କ ମିଳିତ ଭାବରେ କାମ କରୁଛନ୍ତି । ଉଭୟ କମ୍ପାନୀ ସ୍ପଷ୍ଟ କରିଛନ୍ତି ଯେ ଏଭଳି ବଡ଼ ପରିଯୋଜନାକୁ ଲାଗୁ କରିବା ଲାଗି ଉଭୟଙ୍କ ନିକଟରେ ଅଭିଜ୍ଞତା ସହିତ ଟେକ୍ନୋଲୋଜି ମଧ୍ୟ ରହିଛି ।

'ଖୁବଶୀଘ୍ର ବଡ଼ ଘୋଷଣା କରିବ BSNL'

ଦେଶରେ ବିଏସଏନଏଲ 4ଜି-5ଜି ସେବା ଆରମ୍ଭ ନେଇ ବିଳମ୍ବ ହେବା ଚର୍ଚ୍ଚାକୁ TCS ଅଗ୍ରାହ୍ୟ କରିଛି । ଭାରତ ସରକାରଙ୍କ ପକ୍ଷରୁ 2023 ଜୁଲାଇରେ ଦାୟିତ୍ବ ଦିଆଯାଇଥିଲା ଓ ଏହାକୁ ଲାଗୁ କରିବା ଲାଗି 24 ମାସ ସମୟ ଦିଆଯାଇଥିଲା । କମ୍ପାନୀର କହିବାନୁସାରେ, ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି, ଯାହାଦ୍ବାରା ଧାର୍ଯ୍ୟ ସମୟ ଅନୁସାରେ କମ୍ପାନୀ ସେବା ଆରମ୍ଭ କରିବ । ଏହାସହିତ BSNL ଖୁବଶୀଘ୍ର ଏକ ବଡ଼ ଘୋଷଣା କରିବ ବୋଲି ଟିସିଏସ ସ୍ପଷ୍ଟ କରିଛି ।

ଏହା ବି ପଢନ୍ତୁ
  1. BSNL ଆଣିଲା 13ମାସର ଶସ୍ତା ପ୍ଲାନ; ଅନଲିମିଟେଡ କଲିଂ ସାଙ୍ଗକୁ ମିଳିବ 790GB ଡେଟା
  2. ନେଟୱର୍କ ସମସ୍ୟାକୁ କରନ୍ତୁ ବାଏ ବାଏ; BSNL ଆଣିଲା D2D ସେବା
  3. ବିନା SIM କାର୍ଡରେ କରିହେବ ମେସେଜ ଓ ଫୋନକଲ୍‌; BSNL ଆଣୁଛି ନୂଆ ସେବା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.