ଭୁବନେଶ୍ବର: ପ୍ରତିଷ୍ଠା ପର ଠାରୁ କ୍ଷମତାରେ ରହିଆସିଥିବା ନବୀନଙ୍କ ନେତୃତ୍ବାଧୀନ ‘ବିଜୁ ଜନତା ଦଳ (ବିଜେଡି) ଆଜି ପ୍ରଥମ ଥର କ୍ଷମତାରୁ ବଞ୍ଚିତ ରହି ପ୍ରତିଷ୍ଠା ଦିବସ ପାଳୁଛି । 28ତମ ପ୍ରତିଷ୍ଠା ଦିବସ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ଦଳୀୟ ପଦାଧିକାରୀଙ୍କୁ ସମ୍ବୋଧିତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ‘ଭାରତୀୟ ଜନତା ପାର୍ଟି’ ଉପରେ ବର୍ଷିଛନ୍ତି ।
- ନିର୍ବାଚନୀ ବିପର୍ଯ୍ୟୟ ନେଇ ମୁହଁ ଖୋଲିଲେ ନବୀନ
ରାଜ୍ୟରେ ବିଜେଡି ପରାଜୟର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ବିଭିନ୍ନ ସମୀକ୍ଷକ ଭିନ୍ନ ଭିନ୍ନ କାରଣ କହୁଛନ୍ତି । ପରାଜୟର କାରଣ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ଥର ମୁହଁ ଖୋଲିଛନ୍ତି । ବୈଦ୍ୟୁତିକ ଭୋଟିଂ ମେସିନ (EVM) ଚଞ୍ଚକତା ଦଳର ପରାଜୟର କାରଣ ବୋଲି ଇସାରା ଦେଇଛନ୍ତି ନବୀନ । ସିଧା କହିନଥିଲେ ସୁଦ୍ଧା ନବୀନ ବାଲାଟ ପେପର ଭୋଟିଂ ବ୍ୟବସ୍ଥାକୁ ସମର୍ଥନ କରିବେ ବୋଲି କହିଛନ୍ତି ।
- ପୂର୍ବରୁ ଦଳୀୟ ନେତା କହୁଥିଲେ, ଏବେ ନବୀନ ମଧ୍ୟ ସ୍ବର ମିଳାଇଲେ
ଚଳିତ 2024 ସାଧାରଣ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ‘ବିଜେଡି’ । ଦୀର୍ଘ 24 ବର୍ଷ ଧରି କ୍ରମାଗତ କ୍ଷମତାରେ ରହିଆସିଥିବା ନବୀନ ସରକାରର ପତନ ହୋଇଛି । କେବଳ ଏତିକି ନୁହେଁ, ଲୋକସଭାରେ ଖାତା ଖୋଲିବାରେ ବିଫଳ ହୋଇଛି ‘ବିଜେଡି’। ବିଜେଡି ବିପର୍ଯ୍ୟୟର ବିଭିନ୍ନ କାରଣକୁ ନେଇ ଚର୍ଚ୍ଚା ଲାଗି ରହିଛି । ଗତ 6 ମାସ ହେବ ଦଳର ପରାଜୟର କାରଣ ଖୋଜିବାରେ ଲାଗିଛି ବିଜେଡି । ଇଭିଏମରେ ଅନିୟମିତତା ହୋଇଥିବା ପୂର୍ବରୁ ଦଳ ଅଭିଯୋଗ କରିସାରିଛି । ନିକଟରେ ବିଜେଡି ସାଂସଦ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏ ସମ୍ପର୍କରେ ଦାବିପତ୍ର ଦେଇଥିଲେ । ଆଜି ପ୍ରତିଷ୍ଠା ଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ମଧ୍ୟ ସେହି ଦିଗକୁ ଇସାରା କରିଛନ୍ତି ।
‘ଇଭିଏମ’ ଯାଞ୍ଚ ହେବା ଜରୁରୀ: ନବୀନ
‘ଇଭିଏମ’ ସମ୍ପର୍କିତ ପ୍ରଶ୍ନରେ ନବୀନ କହିଛନ୍ତି, "ଏହା ସେହି ଆଡ଼େ ଇସାରା ଦେଉଛି । ଏହା ନିଶ୍ଚୟ ଭାବେ ଯାଞ୍ଚ ହେବା ଦରକାର । ନିର୍ବାଚନ ଆୟୋଗ ଏହାକୁ ଗୁରୁତର ସହ ନେବା ଆବଶ୍ୟକତା ରହିଛି । ଆମେ ପେପର-ବାଲଟ ସପକ୍ଷରେ ଅଛୁ । ‘EVM’କୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) କାହିଁକି ଏତେ ଛାନିଆ ହେଉଛି । ନିର୍ବାଚନ ପ୍ରକ୍ରିୟାକୁ ନେଇ କେହି ବିଜେପିକୁ ଆକ୍ଷେପ କରି ନାହାନ୍ତି । ଏହା ସୂଚାଉଛି ଯେ ଠାକୁର ଘରେ କିଏ, ନା ମୁଁ କଦଳୀ ଖାଇନାହିଁ । ଏହା କହି ନବୀନ ବିଜେପିକୁ ଆକ୍ଷେପ କରିଛନ୍ତି ।"
- ବିଜେପି ମିଛ ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛି: ନବୀନ
ସେହିପରି ନବୀନ ଏହା ମଧ୍ୟ କହିଛନ୍ତି,"ବିଜେପି ମିଛ କଥା ଓ ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ ଭୋଟ ପାଇଛି । ଆମର ଭୁଲ ହେଲା ଆମେ ସେମାନଙ୍କ ମିଛର ଠିକ ଭାବରେ ଜବାବ ଦେଇ ପାରିଲୁ ନାହିଁ । ସେମାନଙ୍କ ନକରାତ୍ମକ ପ୍ରଚାର ଓ ସାମାଜିକ ଗଣମାଧ୍ୟମରେ False narratives ର ଠିକ ଭାବରେ ଆମେ ଜବାବ ଦେଇ ପାରିଲୁ ନାହିଁ । ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି ।
ECIଙ୍କୁ ଭେଟିବା ପରେ ୨୦୨୪ ନିର୍ବାଚନ ଭୋଟ୍ ଅସଙ୍ଗତି ଅଭିଯୋଗ ଦୋହରାଇଲା ବିଜେଡି ନବୀନଙ୍କ ଜୀବନୀ ପୁସ୍ତକ: ରୁବେନଙ୍କୁ ଅରୁଣଙ୍କ ଟାର୍ଗେଟ୍, ବିଜେପି କହିଲା ସତକୁ ଗ୍ରହଣ କର |
- ମୋ ନାମରେ ‘ଭାରତରତ୍ନ’ ପ୍ରସ୍ତାବ ନେଇ କୌଣସି ସୂଚନା ନାହିଁ: ନବୀନ
ଆପଣଙ୍କ ପରେ ବିଜେଡି ମଙ୍ଗ କିଏ ଧରିବ ପ୍ରଶ୍ନରେ ନବୀନ କହିଛନ୍ତି,‘‘ ମୁଁ ବହୁତ ଲମ୍ବା ସମୟ ଧରି ଅଛି । ଏ ନେଇ ମୁଁ ଚିନ୍ତା କରିନି । ସେହିପରି ‘ଏକକ ନିର୍ବାଚନ’ ପ୍ରସଙ୍ଗରେ ନେଇ ଆମେ ଯାଞ୍ଚ କରୁଛି । ମୋ ପାଇଁ ‘ଭାରତରତ୍ନ’ ପ୍ରସ୍ତାବ ନେଇ ମୋ ପାଖରେ କୌଣସି ଖବର ନାହିଁ । ଆମ ଦଳ ଓ ଅନେକ ଲୋକ ବିଜୁ ପଟ୍ଟନାୟକଙ୍କ ପାଇଁ ଭାରତରତ୍ନ ସପକ୍ଷରେ ଅଛନ୍ତି । ଆମ୍ବେଦକରଙ୍କୁ ନେଇ ଗୃହମନ୍ତ୍ରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ।’’
ନବୀନଙ୍କ ହାତ ଛାଡୁଛନ୍ତି ନେତା, BJDକୁ ବଳ ଦେବ କି ସାଙ୍ଗଠନିକ ନିର୍ବାଚନ ? ୭ BJD ରାଜ୍ୟସଭା ସାଂସଦଙ୍କ ଦମ୍ଭୋକ୍ତି 'ଆମେ ନବୀନଙ୍କ ସହ ଅଛୁ, ଛାଡିବୁନି ଦଳ’ |
ଇଟିଭି ଭାରତ, ଭୁବନେଶ୍ବର