ହାଇଦ୍ରାବାଦ: ମଙ୍ଗଳ ଗ୍ରହ ପୃଷ୍ଠର ଘନତାର ପରିବର୍ତ୍ତନ କିପରି ଗ୍ରହର ମ୍ୟାଗମେଟିକ୍ ବିବର୍ତ୍ତନ ଏବଂ ହାଇଡ୍ରୋଲୋଜିକାଲ୍ ସିଷ୍ଟମ ଉପରେ ପ୍ରଭାବ ପକାଇପାରେ, ଏକ ନୂତନ ଅଧ୍ୟୟନରେ ଅନୁସନ୍ଧାନରୁ ତାହା ଜଣାପଡ଼ିଛି । ଆର୍ଥ ଆଣ୍ଡ ପ୍ଲାନେଟାରୀ ସାଇନ୍ସ ଲେଟର୍ସରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ କୋଟି କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହର ଦକ୍ଷିଣ ଉଚ୍ଚଭୂମିଗୁଡିକର ଘନ ଭୂତଳ ଗ୍ରାନାଇଟିକ୍ ମ୍ୟାଗମା ଏବଂ ବିଶାଳ ଭୂତଳ ଜଳଭଣ୍ଡାର ସୃଷ୍ଟି କରିଥିଲା । ଏହି ଖୁଲାସା ଲାଲ ଗ୍ରହର ଭୂପୃଷ୍ଠ କିପରି ଥିଲା ତାହା ଉପରେ ଲମ୍ବା ସମୟ ଧରି ଜାରି ଥିବା ଚର୍ଚ୍ଚାକୁ ଆହ୍ବାନ ଦେଇଛି ।
ରାଇସ ୟୁନିଭର୍ସିଟିର ସିନ-ଟି ଲିଙ୍କ ନେତୃତ୍ବରେ କରାୟାଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ 3-4 କୋଟି ବର୍ଷ ପୂର୍ବେ ମଙ୍ଗଳ ଭୂପୃଷ୍ଠର ଉଚ୍ଚ ଅଞ୍ଚଳର ପ୍ରାୟ 80 କିଲୋମିଟର ପର୍ଯ୍ୟନ୍ତ ଏତେ ଗରମ ଥିଲା ଯେ ଯାହାକି ଭୂପୃଷ୍ଠର ତଳ ଭାଗକୁ ତରଳାଇ ଦେଇଥିଲା । ରେଡିଓଆକ୍ଟିଭ ହିଟିଂ ଦ୍ବାରା ହୋଇଥିବା ଏହି ପ୍ରକ୍ରିୟାରେ ସିଲିସିକ୍ ମ୍ୟାଗମସ୍ ଭଳି ଗ୍ରାନାଇଟ ସୃଷ୍ଟି ହୋଇଥିଲା ଏବଂ ଭୂପୃଷ୍ଠର ନିମ୍ନ ସ୍ତର ତରଳି ବିଶାଳ ଜଳ ଭଣ୍ଡାର ସୃଷ୍ଟି କରିଥାଇପାରେ ବୋଲି ଅଧ୍ୟୟନରେ କୁହାଯାଇଛି ।
ଏ ନେଇ ସିନ-ଟି ଲି କହିଛନ୍ତି, "ଆମ ଅଧ୍ୟୟନରୁ ଜଣାପଡ଼ିଛି ଯେ ମଙ୍ଗଳ ଗ୍ରହର କ୍ରଷ୍ଟଲ ପ୍ରକ୍ରିୟା ପୂର୍ବରୁ ଆକଳନ କରାଯାଉଥିବାଠାରୁ ଅଧିକ ଗତିଶୀଳ ରହିଛି । ଗ୍ରହର ଦକ୍ଷିଣ ଉଚ୍ଚଭୂମିରେ ଥିବା ଘନ ଭୂତଳ କେବଳ ପ୍ଲେଟ ଟେକ୍ଟୋନିକ୍ସ ବିନା କେବଳ ଗ୍ରାନାଇଟିକ୍ ମ୍ୟାଗମା ସୃଷ୍ଟି କରି ନାହିଁ, ବରଂ ଏହା ସ୍ଥିର ଭୂତଳ ଜଳ ପାଇଁ ତାପଜ ଅବସ୍ଥା ସୃଷ୍ଟି କରିଥିଲା, ଯେଉଁ ଗ୍ରହକୁ ଆମେ ପୂର୍ବରୁ ଶୁଖିଲା ଏବଂ ଜମି ହୋଇ ରହିଥିବା ଗ୍ରହ ବୋଲି ଭାବୁଥିଲୁ ।"
ଅନୁସନ୍ଧାନକାରୀ ଦଳରେ ରାଇସ୍ ୟୁନିଭର୍ସିଟିର ପ୍ରଫେସର ରାଜଦୀପ ଦାସଗୁପ୍ତା ଏବଂ କର୍ଷ୍ଟେନ୍ ସିବୈକ୍, ପୋଷ୍ଟଡକ୍ଟରାଲ୍ ରିସର୍ଚ୍ଚ ସହଯୋଗୀ ଡଙ୍କନ୍ କେଲର୍, ସ୍ନାତକ ଛାତ୍ର ଜ୍ୟାକସନ ବୋରଚର୍ଡ ଏବଂ ଜୁଲିନ୍ ଝାଙ୍ଗଙ୍କ ସହ ଲୁନାର ଓ ପ୍ଲାନେଟୋରୀ ଇନଷ୍ଟିଚ୍ୟୁଟର ପାଟ୍ରିକ୍ ମ୍ୟାକଗୋଭର୍ନ ରହିଥିଲେ, ଯେଉଁମାନେ ନୋଚିଆନ୍ ଏବଂ ହେସ୍ପରିୟନ କାଳରେ ମଙ୍ଗଳ ଗ୍ରହର ତାପଜ ଅବସ୍ଥା ଅଧ୍ୟୟନ କରିଥିଲେ । କ୍ରଷ୍ଟଲ୍ ଘନତା, ରେଡିଓଆକ୍ଟିଭ୍ ଉତ୍ତାପ ଉତ୍ପାଦନ ଏବଂ ମାଣ୍ଟଲ୍ ହିଟ୍ ପରି କାରଣଗୁଡିକ ଉପରେ ବିଚାର କରି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଉତ୍ତାପ କିଭଳି କ୍ରଷ୍ଟଲ୍ ତରଳିବା ଏବଂ ଭୂତଳ ଜଳର ସ୍ଥିରତା ଉପରେ ପ୍ରଭାବ ପକାଇଛି ।
ଗ୍ରାନାଇଟ୍ ଜୀବ ସତ୍ତା ପାଇଁ କାହିଁକି ଜରୁରୀ ?