ହାଇଦ୍ରାବାଦ:ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଆଜିକାଲି ସମସ୍ତେ ନିଜ ନିଜ ପସନ୍ଦର ଫିଲ୍ମ, ୱେବ ସିରିଜ ଆଦି ଦେଖୁଛନ୍ତି । କୌଣସି ଫିଲ୍ମ ଦେଖୁଥିଲେ ଏହାର ଗୋଟିଏ ଗୋଟିଏ ସିନ୍ ଦର୍ଶକଙ୍କ ମନକୁ ଛୁଇଁଯାଏ । ସେମାନେ ଏହାକୁ ସୋସିଆଲ ମିଡିଆ ହେଉ କି ବନ୍ଧୁ ପରିଜନଙ୍କ ସହିତ ସେୟାର କରିବାକୁ ଚାହାଁନ୍ତି । ହେଲେ ସ୍କ୍ରିନସଟ୍କୁ ଅନୁମତି ନଥିବାରୁ କେହି କେହି ଅନ୍ୟ କୌଣସି ଡିଭାଇସର ସହାୟତା ନିଅନ୍ତି । ଅର୍ଥାତ ଆଉ ଗୋଟେ ମୋବାଇଲ ଆଣି ଉକ୍ତ ସିନ୍କୁ କ୍ୟାପଚର କରନ୍ତି । ଏବେ ଆଉ କଷ୍ଟ କରିବାକୁ ପଡ଼ିବ ନାହିଁ । ନୂଆ ଫିଚର ଆଣିଛି ନେଟଫ୍ଲିକ୍ସ ।
ନେଟଫ୍ଲିକ୍ସ ନୂଆ ଫିଚର 'Moments' ଆଣି ଏହାକୁ ଅତି ସହଜ କରିଛି । ଏବେ ଆପଣ ଅତି ସହଜରେ ଯେକୌଣସି ଫିଲ୍ମ ବା ଶୋ'ର ସିନ୍କୁ କ୍ୟାପଚର, ସେଭ ଓ ସେୟାର କରିପାରିବେ । ନିଜ ମୋବାଇଲରୁ ସେୟାର କରିପାରିବେ । ନେଟଫ୍ଲିକ୍ସ ପୂର୍ବରୁ କଣ୍ଟେଣ୍ଟ ସେୟାରକୁ ଅନୁମତି ଦେଉନଥିବାରୁ ସ୍କ୍ରିନସଟ୍ ନେବା ମାତ୍ରେ ଏହା ବ୍ଲାକ୍ ଭଳି ଆସିଥାଏ । ମାତ୍ର ନୂଆ ଫିଚର ସାହାଯ୍ୟରେ iOS ୟୁଜର ଆଜିଠୁ ଏହାର ସୁବିଧା ପାଇପାରିବେ । ଆଉ କିଛି ସପ୍ତାହ ମଧ୍ୟରେ ଆଣ୍ଡ୍ରଏଡ ୟୁଜର ମଧ୍ୟ ସ୍କ୍ରିନସଟ୍ ନେଇପାରିବେ ।
ଏହା ବି ପଢନ୍ତୁ |