ଓଡିଶା

odisha

ETV Bharat / technology

Mahindra BE 6e Vs Tata Curvv EV; କେଉଁଟା ଭଲ ? ଜାଣନ୍ତୁ - MAHINDRA BE 6E VS TATA CURVV EV

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ନୂଆ Mahindra BE 6e କାର ଲଞ୍ଚ କରିଛି । ତେବେ Mahindra BE 6e ଓ Tata Curvv EV ମଧ୍ୟରେ କେଉଁଟା ଭଲ ଜାଣନ୍ତୁ...

MAHINDRA BE 6E VS TATA CURVV EV
MAHINDRA BE 6E VS TATA CURVV EV (Credit- Mahindra/ Tata Motors)

By ETV Bharat Tech Team

Published : Nov 28, 2024, 1:32 PM IST

ହାଇଦ୍ରାବାଦ:ସ୍ବଦେଶୀ କାର ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗତକାଲି ନିଜର ଦୁଇ ଇଲେକ୍‌ଟ୍ରିକ୍‌ କାର Mahindra XEV 9e ଓ BE 6e ଲଞ୍ଚ କରିଛି । ଏଠାରେ Mahindra XUV 9e କାରକୁ କମ୍ପାନୀ 21.9 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ମୂଲ୍ୟରେ ଲଞ୍ଚ କରିଥିବା ବେଳେ ସେପଟେ Mahindra BE 6eର ଦାମ 18.9ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ରହିଛି । ଏହି ଦୁଇ କାର ଲଞ୍ଚ ହେବା ପରେ Tata Curvv EV ସହ Mahindra BE 6e ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି । ତେବେ ଆପଣଙ୍କ ପାଇଁ କେଉଁଟା ଭଲ ଆସନ୍ତୁ ଜାଣିବା ।

Mahindra BE 6e vs Tata Curvv EV: ପରିମାପ

ମଡେଲ୍ Mahindra BE 6e Tata Curvv EV
ଲମ୍ବ 4371 ମିମି 4310 ମିମି
ମୋଟେଇ 1907 ମିମି 1810 ମିମି
ଉଚ୍ଚତା 1627 ମିମି 1637 ମିମି
ହ୍ବିଲବେସ୍ 2775 ମିମି 2560 ମିମି
ଗ୍ରାଉଣ୍ଡ କ୍ଲିୟରାନ୍ସ 207 ମିମି 186 ମିମି
ବୁଟ୍‌ସ୍ପେସ୍ 455 ଲିଟର 500 ଲିଟର
ଫ୍ରଙ୍କ ଷ୍ଟୋରେଜ୍ 45 ଲିଟର 11.5 ଲିଟର
ଟର୍ଣ୍ଣିଂ ସର୍କଲ୍ <10 ମି 10.7 ମି
ଚକ ଆକାର 18-ଇଞ୍ଚ / 19-ଇଞ୍ଚ / 20-ଇଞ୍ଚ 17-ଇଞ୍ଚ / 18-ଇଞ୍ଚ

Mahindra BE 6e vs Tata Curvv EV: ବ୍ୟାଟେରୀ, ରେଞ୍ଜ, ଚାର୍ଜିଂ

ମଡେଲ୍ Mahindra BE 6e Tata Curvv EV
ବ୍ୟାଟେରୀ କ୍ଷମତା 59kWh / 79kWh 45kWh / 55kWh
ରେଞ୍ଜ (ARAI-ପ୍ରମାଣିତ) 535km / 682km 430km / 502km
ଚାର୍ଜିଂ ଅପସନ 11.2kW / 7.2kW AC ଚାର୍ଜର 7.2kW AC ଚାର୍ଜର
AC ଚାର୍ଜିଂ ସମୟ (7.2kW) 8.7 ଘଣ୍ଟା / 11.7 ଘଣ୍ଟା 6.5 ଘଣ୍ଟା / 7.9 ଘଣ୍ଟା
AC ଚାର୍ଜିଂ ସମୟ (11.2kW) 6 ଘଣ୍ଟା / 8 ଘଣ୍ଟା -
DC ଚାର୍ଜିଂ ସମୟ 20 ମିନିଟ୍ (175kW, 20-80 ପ୍ରତିଶତ) 40 ମିନିଟ୍ (70kW, 10-80 ପ୍ରତିଶତ)
ବ୍ୟାଟେରୀ ୱାରେଣ୍ଟି ଲାଇଫଟାଇମ‌୍‌ 8 ବର୍ଷ / 1,60,000 କିମି

Mahindra BE 6e vs Tata Curvv EV: ପରଫର୍ମାନ୍ସ ଓ ସ୍ପେଶିଫିକେସନ

ମଡେଲ Mahindra BE 6e Tata Curvv EV
ବ୍ୟାଟେରୀ ପ୍ୟାକ୍‌ 59kWh/79kWh 45kWh/55kWh
ଡ୍ରାଇଭ ଲେଆଉଟ୍‌ ରିଅର-ହ୍ବିଲ ଡ୍ରାଇଭ ଫ୍ରଣ୍ଟ-ହ୍ବିଲ ଡ୍ରାଇଭ
ପାୱାର 231hp/282hp 150hp/167hp
ଟର୍କ 380 ନ୍ୟୁଟନ ମିଟର 215 ନ୍ୟୁଟନ ମିଟର
0-100 କିମି/ଘଣ୍ଟା 6.7 ସେକେଣ୍ଡ (79kWh) 8.6 ସେକେଣ୍ଡ (55kWh

Mahindra BE 6e vs Tata Curvv EV: ଦାମ

ମଡେଲ Mahindra BE 6e Tata Curvv EV
ଦାମ (ଏକ୍ସ-ଶୋ'ରୁମ) 18.90 ଲକ୍ଷ ଟଙ୍କା (ସମ୍ଭବତଃ) 17.50-22 ଲକ୍ଷ ଟଙ୍କା

ମହିନ୍ଦ୍ରା 59kWh ବ୍ୟାଟେରୀ ସହିତ BE 6eର ପ୍ରାରମ୍ଭିକ ମୂଲ୍ୟର ଖୁଲାସା କରିଛି । Tata Curvv EVର 45kWh ଭାରିଏଣ୍ଟ ତୁଳନାରେ ଅତିରିକ୍ତ ରେଞ୍ଜ ଓ ପରଫର୍ମାନ୍ସ ଲାଗି ଆପଣଙ୍କୁ ଅଧିକ 1.40ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଏହା ବ୍ୟତୀତ ଚାର୍ଜର ପାଇଁ ମଧ୍ୟ ଆପଣଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ । ଜାନୁଆରୀ 2025ରେ ଯେତେବେଳେ ଟପ୍-ସ୍ପେକ୍‌ BE 6eର ଖୁଲାସା ହେବ ସେତେବେଳେ Tata Curvv EVର 22ଲକ୍ଷ ଟପ୍‌-ଏଣ୍ଡଠାରୁ ଏହାର ଦାମ ଅଧିକ ରହିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details