ଓଡିଶା

odisha

ETV Bharat / technology

LG କଲା କମାଲ; ଆଣିଲା ଦୁନିଆର ପ୍ରଥମ ଷ୍ଟ୍ରେଚେବଲ୍‌ ଡିସପ୍ଲେ, 50% ଲମ୍ବିଯିବ - LG STRETCHABLE DISPLAY

ଏଲଜି ଏପରି ଏକ ଡିସପ୍ଲେ ଆଣିଛି ଯାହାକି 50 ପ୍ରତିଶତ ଲମ୍ବିଯିବ । ଡିସପ୍ଲେ ପ୍ରାୟ 12ରୁ 18 ଇଞ୍ଚ ପର୍ଯ୍ୟନ୍ତ ଲମ୍ବିପାରିବ । ଅଧିକ ପଢନ୍ତୁ

LG Stretchable display
LG Stretchable display (Credit- LG)

By ETV Bharat Tech Team

Published : Nov 12, 2024, 7:36 PM IST

ହାଇଦ୍ରାବାଦ: ଦକ୍ଷିଣ କୋରିଆ ବ୍ରାଣ୍ଡ ଏଲଜି ଡିସପ୍ଲେ ଟେକ୍ନୋଲୋଜି ଉପରେ ଏକ ଅବିଶ୍ବନୀୟ କାମ କରିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । କମ୍ପାନୀ ବିଶ୍ବର ପ୍ରଥମ ଷ୍ଟ୍ରେଚେବଲ୍‌ ଡିସପ୍ଲେ ଆଣିଛି, ଯାହାକୁ ଆପଣ ତଉଲିଆ ଭଳି ମୋଡ଼ି ମାରିବେ । ଏହା ପୂର୍ବରୁ ମଧ୍ୟ କମ୍ପାନୀ ଏହି ଡିସପ୍ଲେ ଟେକ୍ନୋଲୋଜି ଉପରେ କାମ କରିଛି । ଏହି ଟେକ୍ନୋଲୋଜି ଏବେ ପ୍ରୋଟୋଟାଇପ୍‌ ଷ୍ଟେଜରେ ଅଛି । କିନ୍ତୁ ଏପରି ଟେକ୍ନୋଲୋଜି ଆଣିବା ପରେ ଫୋଲ୍ଡେବଲ ଡିସପ୍ଲେ ଆଣୁଥିବା ପ୍ରମୁଖ କମ୍ପାନୀ ସାମସଙ୍ଗରି ଚିନ୍ତା ବଢାଇଛି ।

LGର କହିବାନୁସାରେ, ଏହି ଷ୍ଟ୍ରେଚେବଲ୍‌ ଡିସପ୍ଲେ ନିଜ ଆକାରରୁ 50 ପ୍ରତିଶତ ବିନା ଇମେଜ କ୍ବାଲିଟି ଖରାପ କରି ବଢିପାରିବ । ଷ୍ଟ୍ରେଚେବଲ୍‌ ଡିସପ୍ଲେର ପ୍ରୋଟୋଟାଇପ୍‌ ଲଞ୍ଚ କରି କମ୍ପାନୀ କହିଛି ଯେ ଏହା ପ୍ରାୟ 12 ଇଞ୍ଚ ଡିସପ୍ଲେ ଯାହାକୁ ଟାଣି 18 ଇଞ୍ଚ କରାଯାଇପାରିବ। ଏହା ପୂର୍ବରୁ କମ୍ପାନୀ 2022 ମସିହାରେ ଏପରି ଏକ ଷ୍ଟ୍ରେଚେବଲ୍‌ ଡିସପ୍ଲେର ପ୍ରୋଟୋଟାଇପ୍‌କୁ ପ୍ରଦର୍ଶିତ କରିଥିଲା ।

ଏହା ବି ପଢନ୍ତୁ
  1. ରୋବୋଟ୍‌ ବନାଇଲା ଏପରି ପେଣ୍ଟିଂ ହେଲା ନିଲାମି; 11କୋଟି ଟଙ୍କାରେ ବିକ୍ରି
  2. Amazon ତିଆରି କରୁଛି ସ୍ମାର୍ଟ ଚଷମା; ପିନ୍ଧିବା ପରେ ଆଖି ସାମ୍ନାରେ ହେବ ସବୁ ରାସ୍ତା

ତଉଲିଆ ପରି ମୋଡିହେବ ଡିସପ୍ଲେ:-

କମ୍ପାନୀର କହିବାନୁସାରେ, ଏହି ଫ୍ଲେକ୍ସିବଲ୍‌ ଡିସପ୍ଲେ ସମ୍ପୂର୍ଣ୍ଣ ଭାବରେ ସ୍ବତନ୍ତ୍ର ଡିଜାଇନର । ଏହାକୁ ଅଲ୍ଟିମେଟ୍‌ ଡିସପ୍ଲେ ଟେକ୍ନୋଲୋଜି ବୋଲି କୁହାଯାଉଛି । ଅନ୍ୟ ଫ୍ଲେକ୍ସିବଲ୍‌ ଡିସପ୍ଲେ ପରି ଏହାକୁ କେବଳ ଭାଙ୍ଗିବା ବା ମୋଡାଯିବ ନାହିଁ, ବରଂ ଷ୍ଟ୍ରେଚ୍‌ ବା ଟାଣି ଲମ୍ବା ମଧ୍ୟ କରିହେବ । ଏହି ଡିସପ୍ଲେ ମାଇକ୍ରୋ LEDରେ ବିକଶିତ କରାଯାଇଛି । ଏହାକୁ 10ହଜାର ଥର ଲଗାତାର ଟାଣି ଲମ୍ବା କରାଯାଇପାରିବ ।

କମ୍ପାନୀ ଦାବି କରିଛି ଯେ ଏହି ଡିସପ୍ଲେ ସର୍ବାଧିକ ତାପମାତ୍ରାରେ ମଧ୍ୟ କାମ କରିବ । ଏହାକୁ ମୋଡିଲେ ମଧ୍ୟ ଏକ ସାଧାରଣ ଡିସପ୍ଲେ ଭଳି କାମ କରିଥାଏ । ଏହି ଡିସପ୍ଲେର ଫିଚର ସମ୍ପର୍କରେ କହିଲେ, ଏହାକୁ ଟଚ୍‌ ଜେଶ୍ଚରରେ ନିୟନ୍ତ୍ରଣ କରିହେବ । ଖାଲି ସେତିକି ନୁହେଁ ଏହାକୁ ଆପଣ ନିଜ ହାତରେ ମଧ୍ୟ ପିନ୍ଧିପାରିବେ । ଏହି ଡିସପ୍ଲେ ପତଳା ଓ ହାଲୁକା ମଧ୍ୟ । ଭବିଷ୍ୟତରେ LG ଫ୍ଲେକ୍ସିବଲ୍‌ ଡିସପ୍ଲେ ସହିତ ସ୍ମାର୍ଟଫୋନ, ଟାବଲେଟ୍‌ କିମ୍ବା ପିନ୍ଧିବାଯୋଗ୍ୟ ଡିସପ୍ଲେ ମଧ୍ୟ ଆଣିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details