ହାଇଦ୍ରାବାଦ:ସଫଳତା ଦିଗରେ ଆଗେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ଏହାରି ଭିତରେ ଆଉ ଏକ ବଡ ସଫଳତା ହାସଲ କରିଛି । ରିୟୁଜେବଲ ଲଞ୍ଚ ଭେହିକଲ(ଲଞ୍ଚ ଭେହିକଲର ପୁନଃ ବ୍ୟବହାର ପାଇଁ ଟେକନିକ)ର ସଫଳ ପରୀକ୍ଷଣ କଲା ଇସ୍ରୋ । ଏହି ଲଞ୍ଚ ଯାନର ନାମ ପୁଷ୍ପକର ରଖାଯାଇଛି । ଆଜି ସକାଳ 7ଟା 10 ମିନିଟ ସମୟରେ କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନେଟିକାଲ୍ ଟେଷ୍ଟ ରେଞ୍ଜରେ ରିୟୁଜେବଲ ଲଞ୍ଚ ଭେହିକଲ ସ୍ବୟଂଚାଳିତ ଭାବରେ ରନୱେରେ ଅବତରଣ କରିଛି । ଏନେଇ ଇସ୍ରୋ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ସଫଳ ଲ୍ୟାଣ୍ଡି ନେଇ ଇସ୍ରୋ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ରିୟୁଜେବଲ ଲଞ୍ଚ ଭେହିକଲର ଟେକନିକ ମାମଲାରେ ଇସ୍ରୋ ଏକ ବଡ ସଫଳତା ହାସଲ କରିଛି । ପୁଷ୍ପକ ବିମାନ(RLV-TD)ର ସଫଳ ଲଞ୍ଚିଂ କରିଛି ଇସ୍ରୋ ।
ରିୟୁଜେବଲ ଲଞ୍ଚ ଭେହିକଲ ପୂର୍ବରୁ ଦୁଇ ପରୀକ୍ଷଣ ସଫଳ ହୋଇଥିଲା:2022 ମସିହାରୁ ଏନେଇ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସଫଳତା ହାତେଇଛି ସଂସ୍ଥା । ଏହା ପୂର୍ବରୁ ଇସ୍ରୋ ଦୁଇ ଥର ରିୟୁଜେବଲ ଲଞ୍ଚ ଭେହିକଲର ସଫଳ ଲ୍ୟାଣ୍ଡିଂ କରିଥିଲା । ଗତ ବର୍ଷ ଏହାର ଲଞ୍ଚ ଟେଷ୍ଟିଂ କରାଯାଇଥିବା ବେଳେ ରିୟୁଜେବଲ ଲଞ୍ଚ ଭେହିକଲକୁ ବାୟୁସେନା ଚିନୁକ ହେଲିକପ୍ଟରରୁ ଆରଏଲଭିରେ ପ୍ରାୟ ସାଢେ ଚାରି କିଲୋମିଟର ଉଚ୍ଚତାରୁ ଉତକ୍ଷେପଣ କରାଯାଇଥିଲା । ପରୀକ୍ଷଣ ସମୟରେ ଆରଏଲଭି ସଫଳତା ପୂର୍ବକ ରନଓ୍ବେରେ ଅବତରଣ କରିଥିଲା । ତେବେ ଇସ୍ରୋ ବିକଶିତ କରିଥିବା ଟେକ୍ନୋଲୋଜି ନାଭିଗେସନ୍, କଣ୍ଟ୍ରୋଲ୍ ସିଷ୍ଟମ୍, ଲ୍ୟାଣ୍ଡିଙ୍ଗ୍ ଗିଅର୍ ମଧ୍ୟ ଏକ ପ୍ରକାର ସଫଳ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ପୁନଃବ୍ୟବହାର ଯୋଗ୍ୟ ରକେଟ୍ର ପ୍ରଥମ ରନୱେ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ISRO