ଓଡିଶା

odisha

ETV Bharat / technology

ଭାରତରେ ଏହି ଦିନ ଲଞ୍ଚ ହେବ iQOOର ନୂଆ ଫୋନ; ମିଳିବ ଆକର୍ଷଣୀୟ ଡିଜାଇନ - IQOO NEO 10R INDIA LAUNCH DATE

iQOO Neo 10R ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ଦମଦାର ପ୍ରୋସେସର ସାଙ୍ଗକୁ ଆକର୍ଷଣୀୟ ଡିଜାଇନ ମଧ୍ୟ ମିଳିବ । ଅଧିକ ପଢନ୍ତୁ

iQOO Neo 10R Confirmed to Launch in India
iQOO Neo 10R Confirmed to Launch in India (Image: iQOO India)

By ETV Bharat Tech Team

Published : Feb 5, 2025, 10:18 AM IST

ହାଇଦ୍ରାବାଦ: ଚାଇନିଜ କମ୍ପାନୀ ଆଇକୁ (iQOO) ଭାରତରେ ଏକ ନୂତନ ଫୋନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି, ଯାହାର ନାମ iQOO Neo 10R । ଆଇକୁର ଏହି ଫୋନ ଗତ କିଛି ମାସ ଧରି ଚର୍ଚ୍ଚାରେ ରହିଆସୁଥିବା ବେଳେ ଏବେ କମ୍ପାନୀ ଏହି ଫୋନର ଲଞ୍ଚ ତାରିଖ ଘୋଷଣା କରିଛି । ଏହା ବ୍ୟତୀତ କମ୍ପାନୀ ଏହାର କିଛି ସ୍ପେଶିଫିକେସନ ମଧ୍ୟ ପ୍ରକାଶ କରିଛି । କେଉଁ କେଉଁ ଫିଚର ମିଳିବ ଆସନ୍ତୁ ଜାଣିବା ।

iQOO ଇଣ୍ଡିଆର ସିଇଓ ନିପୁନ୍ ମାର୍ଯ୍ୟା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ iQOO Neo 10Rର ଏକ ଟିଜର ରିଲିଜ କରିଛନ୍ତି, ଯାହା ମାଧ୍ୟମରେ ଏହି ଫୋନର ଲଞ୍ଚ ତାରିଖ ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ 11ରେ ଭାରତରେ iQOO Neo 10R ଲଞ୍ଚ ହେବାକୁ ଯାଉଛି ।

iQOO Neo 10R: ଭାରତ ଲଞ୍ଚ

  • ଆଇକୁ ନିଓ 10ଆର ସ୍ମାର୍ଟଫୋନ ଭାରତରେ ମାର୍ଚ୍ଚ 11ରେ ଲଞ୍ଚ ହେବାକୁ ଯାଉଛି । ପୋଷ୍ଟର ଫଟୋରେ ଫୋନର ରିଅର ଡିଜାଇନ Raging Blue ରଙ୍ଗର ରହିଛି, ଯାହାକୁ ସ୍ବତନ୍ତ୍ର ଭାବେ ଭାରତ ପାଇଁ ଡିଜାଇନ କରାଯାଇଛି ।
  • ଏହାର କ୍ୟାମେରା ମଡ୍ୟୁଲ ଆୟତଗୋଲାକାର ଆକାରର ରହିଥିବା ବେଳେ ଡୁଆଲ କ୍ୟାମେରା ସେନ୍ସର ମିଳିବ ।
  • ଏହି ମୋବାଇଲଟି ବିକ୍ରି ଲାଗି ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଉପଲବ୍ଧ ହେବ ।

iQOO Neo 10R: ସ୍ପେଶିଫିକେସନ

  • ଡିସପ୍ଲେ:ଏହି ଫୋନଟି 6.78-ଇଞ୍ଚ 1.5K AMOLED ଡିସପ୍ଲେ, ଯାହାକି 144Hz ରିଫ୍ରେସ ରେଟ୍‌ ସହ ଆସିବ ।
  • ପ୍ରୋସେସର: iQOO Neo 9 Proରେ Snapdragon 8 Gen ପ୍ରୋସେସର ଥିବା ବେଳେ Neo 10Rରେ ଏହା ଅପଗ୍ରେଡ ହୋଇ Snapdragon 8s Gen 3 ଚିପସେଟ୍‌ ସହ ଆସିବ ।
  • କ୍ୟାମେରା: ଏଥିରେ 50MP Sony LYT-600 ପ୍ରାଇମେରି କ୍ୟାମେରା, 8MP ଅଲଟ୍ରା ୱାଇଡ କ୍ୟାମେରା ରହିପାରେ । 4K ଭିଡିଓ ରେକର୍ଡିଂ ଲାଗି 60fps ସପୋର୍ଟ ମିଳିବ । ଏହାବାଦ 16MPର ଫ୍ରଣ୍ଟ କ୍ୟାମେରା ମିଳିପାରେ ।
  • ବ୍ୟାଟେରୀ: Neo 9 Pro ସ୍ମାର୍ଟଫୋନରେ 5,160mAh ବ୍ୟାଟେରୀ ଥିବାବେଳେ ଏଥିରେ 6,400mAh ବ୍ୟାଟେରୀ ମିଳିପାରେ, ଯାହାକି 80W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।
  • ମେମୋରୀ:ଏହା 8GB + 256GB ଓ 12GB + 256GB ଷ୍ଟୋରେଜ ଅପସନ ରହିପାରେ । କିଛି ରିପୋର୍ଟ ଅନୁସାରେ ଏହା 8GB/128GB ମଡେଲରେ ମଧ୍ୟ ଉପଲବ୍ଧ ହୋଇପାରେ ।

ଦାମ କେତେ ରହିବ ?

iQOO Neo 10R ସ୍ମାର୍ଟଫୋନ ଭାରତରେ Rs 30,000ରେ ଉପଲବ୍ଧ ହୋଇପାରେ । ଗତବର୍ଷ ଲଞ୍ଚ ହୋଇଥିବା iQOO Neo 9 Proର ଦାମ ଭାରତରେ Rs 35,999 ଟଙ୍କା ରହିଥିଲା । ତେବେ ଲଞ୍ଚ ସମୟରେ କମ୍ପାନୀ ଏହାର ପ୍ରକୃତ ଦାମର ଖୁଲାସା କରିବ ।

ଏହା ବି ପଢନ୍ତୁ
  1. ଫେବୃଆରୀ ସ୍ମାର୍ଟଫୋନ ଲଞ୍ଚ୍‌; ନୂଆ ଫୋନ ଆଣୁଛନ୍ତି Vivo, iQOO ସହ Samsung
  2. ଲଞ୍ଚ ହେଲା ପାୱାରଫୁଲ ଗେମିଂ ସ୍ମାର୍ଟଫୋନ iQOO 13; ଦାମ ଏତିକି

ABOUT THE AUTHOR

...view details