ହାଇଦ୍ରାବାଦ:ଗତ ଅକ୍ଟୋବରରେ ଚାଇନାରେ ଲଞ୍ଚ ପରେ ଆଜି ଭାରତରେ ଲଞ୍ଚ ହୋଇଛି ପାୱାରଫୁଲ ଗେମିଂ ସ୍ମାର୍ଟଫୋନ iQOO 13 । ଚାଇନିଜ କମ୍ପାନୀ ଆଇକୁ (iQOO) ଦମଦାର ମୋବାଇଲ ଚିପସେଟ୍ Snapdragon 8 Elite ଓ 16GB RAM ସହିତ ଏହାକୁ ଗେମିଂ ଲାଗି ସର୍ବୋତ୍କୃଷ୍ଟ ଫୋନ ବନାଇଛି । ଷ୍ଟାଇଲିସ ଲୁକ୍, ଦମଦାର ଫିଚର ଓ ପାୱାରଫୁଲ ସ୍ପେଶିଫିକେସନ ସହିତ ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନ ପ୍ରବେଶ କରିଛି ।
iQOO 13 ସ୍ପେଶିଫିକେସନ
- ଡିସପ୍ଲେ:6.82 ଇଞ୍ଚ 2K 144Hz OLED ସ୍କ୍ରିନ
- ପ୍ରୋସେସର:Qualcomm Snapdragon 8 Elite
- ଷ୍ଟୋରେଜ:16GB RAM + 512GB
- କ୍ୟାମେରା: 32MP ସେଲ୍ଫି କ୍ୟାମେରା, 50MP ଟ୍ରିପଲ ରିଅର କ୍ୟାମେରା
- ବ୍ୟାଟେରୀ: 6,000mAh
- ଚାର୍ଜିଂ:120W ଦ୍ରୁତ ଚାର୍ଜିଂ ସମର୍ଥନ
- ସୁରକ୍ଷା:ଧୂଳି ଓ ପାଣିଠାରୁ ବଞ୍ଚିବା ଲାଗି IP68+ IP69 ରେଟିଂ
- ଅପରେଟିଂ ସିଷ୍ଟମ:Android-15 ଆଧାରିତ FunTouchOS 15
- ଅପଡେଟ୍:4ବର୍ଷ ପାଇଁ ଆଣ୍ଡ୍ରଏଡ୍ ଅପଡେଟ୍, 5ବର୍ଷ ପାଇଁ ସୁରକ୍ଷା ଅପଡେଟ୍
- କନେକ୍ଟିିଭିଟି:5G, 4G LTE, Wi-Fi 7, Bluetooth 5.4, ଟାଇପ-ସି ପୋର୍ଟ
- ଏଆଇ ଫିଚର:AI Photo Enhancer, Image Cutout, Instant Text, Live Call Translate, Live Transcribe
ଗେମିଂ ଫିଚର:-ଏହି ସ୍ମାର୍ଟଫୋନ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ସୁପର କମ୍ପ୍ୟୁଟିଂ ଚିପ୍ Q2 ସହିତ ଯୋଡି ହୋଇଛି । ଏହି ଫୋନରେ ଗେମିଂ ଲାଗି ଉନ୍ନତ ଫିଚର ଦିଆଯାଇଛି । ସେଗୁଡ଼ିକ ମଧ୍ୟରେ ଉନ୍ନତ ଗ୍ରାଫିକ୍ସ ପାଇଁ 2K ଗେମ୍ ସୁପର ରିଜୋଲ୍ୟୁସନ, ସୁଗମ ଗେମପ୍ଲେ ପାଇଁ 144 fps ଫ୍ରେମ୍ ଇଣ୍ଟରପୋଲେସନ୍ ରହିଛି ।
iQOO 13 Price in India (Photo Credit- iQOO India) ଦାମ କେତେ ?
iQOO 13ର 12GB+256GB ଭାରିଏଣ୍ଟ ଲାଗି ଦାମ ରହିଛି Rs 54,999 ଓ 16GB+512GB ଲାଗି Rs 59,999 ଟଙ୍କା ରହିଛି । ICICI ଓ HDFC ବ୍ୟାଙ୍କ କାର୍ଡ ସହିତ ଗ୍ରାହକ 3000ଟଙ୍କା ରିହାତି ପାଇବେ । ଡିସକାଉଣ୍ଟ ମିଳିବା ପରେ 12GB+256GB ଓ 16GB+512GB ଭାରିଏଣ୍ଟର ଦାମ ଯଥାକ୍ରମେ Rs 51,999 ଓ Rs 56,999 ହେବ । ଏଠାରେ କମ୍ପାନୀ ଏକ୍ସଚେଞ୍ଜ ଅଫର ମଧ୍ୟ ପ୍ରଦାନ କରୁଛି । ଗ୍ରାହକ Vivo କିମ୍ବା iQOO ଡିଭାଇସ ବଦଳାଇଲେ 2000ଟଙ୍କା ରିହାତି ପାଇବେ । 9 ମାସ ପର୍ଯ୍ୟନ୍ତ ବିନା ମୂଲ୍ୟରେ EMI ଅଫର ମଧ୍ୟ ରହିଛି ଅର୍ଥାତ 9 ମାସ ପର୍ଯ୍ୟନ୍ତ ଇଏମଆଇ କଲେ କୌଣସି ସୁଧ ଲାଗିବ ନାହିଁ ।
ପ୍ରି-ବୁକିଂ ଅଫର:-iQOO 13କୁ ଗ୍ରାହକ ଆଗୁଆ ବୁକ୍ କରିପାରିବେ । ଏଥିଲାଗି ଆଜି ଅପରାହ୍ନ 2ଟାରୁ Vivo ଅଫିସିଆଲ ସାଇଟ୍ରୁ ପ୍ରି-ବୁକିଂ ଆରମ୍ଭ ହୋଇଛି । ଆସନ୍ତା ଡିସେମ୍ବର 5 ତାରିଖରୁ Amazonରେ ମଧ୍ୟ ଗ୍ରାହକ ପ୍ରି-ବୁକିଂ କରିପାରିବେ । ଏହି ସ୍ମାର୍ଟଫୋନକୁ କମ୍ପାନୀ ଲଞ୍ଚ କରିବା ପରେ କିଛି ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରି-ବୁକ୍ ଅଫର ପ୍ରଦାନ କରିଛି । ଯେପରିକି 12 ମାସ ପର୍ଯ୍ୟନ୍ତ ୱାରେଣ୍ଟି ଓ 3999ଟଙ୍କାର ମାଗଣା iQOO Gamepad ଅନ୍ତର୍ଭୁକ୍ତ ।
BMW କାର ପ୍ୟାଟର୍ଣ୍ଣ ଡିଜାଇନ:-
iQOO ଏହି ଫୋନ ଲାଗି BMW Motorsport ସହ ପାର୍ଟନରସିପ୍ କରିଛି । ଏହାର ଅର୍ଥ ଫୋନରେ BMW କାର ପରି ପ୍ୟାଟର୍ଣ୍ଣ ଡିଜାଇନ ଦେଖିବାକୁ ମିଳିଛି । ଏହାର 'Legend Edition'ରେ BMW ମୋଟରସ୍ପୋର୍ଟର ଟ୍ରାଇ-କଲର ଷ୍ଟ୍ରାଇପ ରହିଛି । ଏହାସହିତ iQOO 13ରେ 'ମନଷ୍ଟର ହାଲୋ' ଲାଇଟ୍ ଇଫେକ୍ଟ ଡିଜାଇନ ରହିଛି ଯାହାକି ଫୋନର ଡିଜାଇନକୁ ହାଇଲାଇଟ୍ କରିଛି । ଏହି ଡିଜାଇନଟି କ୍ୟାମେରା ମଡ୍ୟୁଲ ଚାରିପାଖରେ ରହିବ । ମୋବାଇଲକୁ କଲ୍, ମେସେଜ ଆସିଲେ ବା ଚାର୍ଜ ସମୟରେ ଏହା ଏକ ନୋଟିଫିକେସନ ପରି କାମ କରିବ ।
କଲର ଅପସନ: ଏହି ନୂଆ ହ୍ୟାଣ୍ଡସେଟ୍ଟି ଭାରତୀୟ ବଜାରରେ 2ଟି ରଙ୍ଗରେ ଉପଲବ୍ଧ ହେବ । ସେଗୁଡ଼ିକ ହେଉଛି Nardo Grey (ଇଟାଲୀ ରେସିଂ କାର ଉପରେ ଡିଜାଇନ ଆଧାରିତ) ଓ ଅନ୍ୟଟି ହେଉଛି 'Legend Edition' ଯାହାକି BMW ମୋଟରସ୍ପୋର୍ଟର ଟ୍ରାଇ-କଲର ଷ୍ଟ୍ରାଇପ ପରି ରହିବ ।