ହାଇଦ୍ରାବାଦ:ଦୀର୍ଘ ସମୟ ଅପେକ୍ଷା ପରେ ଆପଲ୍ ବ୍ୟବହାରକାରୀଙ୍କୁ ଆପଲ୍ ଇଣ୍ଟେଲିଜେନ୍ସର ସୁବିଧା ପ୍ରଦାନ କରିଛି । ଡେଭଲପର ପରୀକ୍ଷଣ ପରେ iOS 18.1 ରିଲିଜ ହେବା ସହିତ ଆଇଫୋନ୍ 16, ଆଇଫୋନ୍ 15 ପ୍ରୋ, ନୂତନ ଆଇପ୍ୟାଡ୍ ମିନି, ପୁରୁଣା ମ୍ୟାକ୍ ଏବଂ M1 ଚିପ୍ ଦ୍ବାରା ଚାଳିତ ଆଇପ୍ୟାଡ୍ ବ୍ୟବହାରକାରୀମାନେ ଆପଲ୍ ଇଣ୍ଟେଲିଜେନ୍ସ ଫିଚର ପାଇବେ । ଏହି ଫିଚର ଲେଖିବା ଉପକରଣ, ନୋଟିଫିକେସନ ସମରି, ସିରି ପାଇଁ ଏକ ନୂତନ ଭିଜୁଆଲ ଅପଡେଟ୍ ପ୍ରଦାନ କରିବ, ଯାହା ଉପଭୋକ୍ତା ଅଭିଜ୍ଞତାକୁ ଆହୁରି ଉନ୍ନତ କରିବ ।
ଆପଲ୍ ଇଣ୍ଟେଲିଜେନ୍ସର ଫିଚର:-
1. ରାଇଟିଂ ଟୁଲ୍:- ଏହି ଫିଚରଗୁଡିକରେ ରାଇଟଂ ଟୁଲ ପ୍ରଦାନ କରାଯାଇଛି ଯାହା ଯେକୌଣସି ଆପରେ ବ୍ୟବହାର କରାଯାଇପାରିବ । ଏହାକୁ ବ୍ୟବହାର କରିବାକୁ ଏକ ନୂତନ ପ୍ୟାନେଲ୍ ଖୋଲିବା ପାଇଁ ରାଇଟିଂ ଟୁଲ୍ ଉପରେ ଟାପ୍ କରିବାକୁ ପଡିବ । ଏଠାରେ ଆପଣ ଆପଣଙ୍କର ଲେଖାକୁ ପ୍ରୁଫରିଡ୍ କିମ୍ବା ପୁଣି ଲେଖିବା ପାଇଁ ଅନେକ ଅପସନ ଦିଆଯାଇଥିବ । ଏଠାରେ ଆପଣ ଏକ ସାରାଂଶ ସୃଷ୍ଟି କରିପାରିବେ । ଆପଣ ମୁଖ୍ୟ ପଏଣ୍ଟଗୁଡିକର ଏକ ତାଲିକା ପ୍ରସ୍ତୁତ କରିପାରିବେ ।
2. ନୋଟିଫିକେସନ ସମରିଜ:-ଏହି ଫିଚର ସେହି ଲୋକଙ୍କ ଲାଗି ଭଲ ଯେଉଁମାନଙ୍କ ନିକଟକୁ ବହୁତ ନୋଟିଫିକେସନ ଆସିଥାଏ । ନୋଟିଫିକେସନ ସମରିଜ ଫିଚର ସାହାଯ୍ୟରେ ଏକ ସ୍ବୟଂଚାଳିତ ସମରି ଜେନେରେଟ ହେବ । ଏହି ଫିଚର ଆପଣଙ୍କ ଗ୍ରୁପ ଚାଟ୍, ନ୍ୟୁଜ ଆଲର୍ଟ ଉପରେ ନଜର ରଖେ । ଆପଣ ସବୁ ଆପ୍ର ନୋଟିଫିକେସନ ଲାଗି ଏହି ଫିଚରକୁ ଅନ୍/ଅଫ୍ କରିପାରିବେ ।
3. Siriରେ ଉନ୍ନତ ଅନୁଭବ:-iOS 18.1 ଅପଡେଟ୍ ଦ୍ବାରା ସିରି ପୂର୍ବାପେକ୍ଷା ଅଧିକ ଭଲ କାମ କରିବ । ଏବେ ଆପଣ ଭଏସ ବଦଳରେ ସିରିକୁ ଟାଇପ୍ କରିବା ଲାଗି ହୋମ ଇଣ୍ଡିକେଟର ଉପରେ ଡବଲ୍ ଟ୍ୟାପ୍ କରିପାରିବେ ।
4. ସ୍ମାର୍ଟ ରିପ୍ଲାଏ ଓ ସମରି:- ମେସେଜ ଓ Gmail ଆପରେ ମଧ୍ୟ ଅନେକ ଫିଚର ସାମିଲ କରାଯାଇଛି । ମେସେଜ ଓ ମେଲ୍ ଆପ୍ରେ ଆପଣଙ୍କୁ Inbox ତାଲିକାରେ ମେସେଜର ଏକ ସାଂରାଶ ମିଳିବ । ଯାହାଦ୍ବାରା ଆପଣଙ୍କୁ ସବୁକୁ ଟାପ୍ କରିବାକୁ ପଡ଼ିବ ନାହିଁ ।
Apple Intelligence (Photo- Apple) Apple rolled out the iOS 18.1 update (Photo- Apple) Apple Intelligenceର ବ୍ୟବହାର କିପରି କରିବେ ?
- ସର୍ବପ୍ରଥମେ ଆପଣଙ୍କ ଆଇଫୋନର ସେଟିଙ୍ଗକୁ ଯାଆନ୍ତୁ ।
- ଏଠାରେ ଆପଣ ଆପଣଙ୍କର ପ୍ରୋଫାଇଲ୍ ତଳେ Update ନୋଟିଫିକେସନ ପାଇବେ ।
- ଯଦି ଆପଣ ଏହି ନୋଟିଫିକେସନ ଦେଖିବାକୁ ମିଳୁନାହିଁ, ତେବେ Generalକୁ ଯାଆନ୍ତୁ ।
- ଏଠାରେ ଆପଣ ସଫ୍ଟୱେୟାର୍ ଅପଡେଟ୍ ଅପସନ ପାଇବେ ।
- ଏହାକୁ ଟ୍ୟାପ୍ କରି ଆପଣ ନୂତନ iOS 18.1ର ଅପଡେଟ ଯାଞ୍ଚ କରିପାରିବେ।
- ଅପଡେଟ ଉପଲବ୍ଧ ହେବା ପରେ ଡାଉନଲୋଡ୍ ଟ୍ୟାପ୍ କରନ୍ତୁ ।
- iOS 18.1 ଅପଡେଟ୍ ଡାଉନଲୋଡ୍ ହେବା ପରେ ଏହାକୁ ନିଜ ଆଇଫୋନରେ ଇନଷ୍ଟଲ୍ କରନ୍ତୁ ଏବଂ ଫୋନକୁ Reboot କରନ୍ତୁ ।