ହାଇଦ୍ରାବାଦ:ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ବିଲିୟମ୍ସ । ଅନ୍ତରୀକ୍ଷ ସ୍ସେସ ଷ୍ଟେସନ ଅଭିମୁଖେ ଗତ 5 ତାରିଖ ରାତି ପ୍ରାୟ 8ଟା 22ଟାରେ ବାହାରିଥିବା ବେଳେ ସଠିକ ସମୟରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବେରୀ ବୁଚ ଗୁରୁବାର ସୁରକ୍ଷିତ ସ୍ଥାନରେ ପହଞ୍ଚିଛନ୍ତି । ତେବେ ସଫଳତା ପରେ ସେ ଖୁସିରେ ନାଚୁଥିବା ନଜର ଆସିଛନ୍ତି । ତେବେ ଏହି ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯିବା ବାଟରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ଉଡାଣ କ୍ଷମତା(ମାନୁଆଲ ପାଇଲଟିଂ) ର ପରୀକ୍ଷଣ ମଧ୍ୟ କରିଥିଲେ । ଏଭଳି ସଫଳ କରିବାରେ ପ୍ରଥମ ମହିଳା ହେଉଛନ୍ତି ସୁନୀତା ଓ୍ବିଲିୟମ୍ସ ।
କେମିତି ରହିଥିଲା ଯାତ୍ରା:ଯଦି ଦେଖିବା ମହାକାଶଯାନ ସାଧାରଣତଃ ଅଟୋମୋଟିକ ହୋଇଥାଏ । କିନ୍ତୁ ପ୍ରାୟତଃ ଦୁଇ ଘଣ୍ଟାରେ ଅଟୋ ଉଡାଣ ପରେ କର୍ମଚାରୀମାନେ ଏହାକୁ ନିଜେ ନିୟନ୍ତ୍ରିତ କରିଥିଲେ । ସେମାନେ ଷ୍ଟାରଲାଇନରଙ୍କୁ ପୃଥିବୀ ଆଡକୁ କରିଥିଲେ, ଯାହା ସେବା ମଡ୍ୟୁଲ୍ ପଛରେ ଥିବା ଯୋଗାଯୋଗ ଆଣ୍ଟେନା ଟ୍ରାକିଂ ଏବଂ ଡାଟା ରିଲେ ସାଟେଲାଇଟକୁ ସୂଚିତ କରିପାରିବ । ଏହା ପରେ ସେମାନେ ମହାକାଶଯାନକୁ ଏପରି ଭାବରେ ଘୂର୍ଣ୍ଣନ କଲେ ଯେ ଏହା ସୂର୍ଯ୍ୟଙ୍କ ଆଡକୁ ମୁହାଁଇଲା ଯାହା ଦ୍ବାରା ସେମାନେ ଆବଶ୍ୟକ ହେଲେ ଆଭ୍ୟନ୍ତରୀଣ ବ୍ୟାଟେରୀ ଚାର୍ଜ କରିପାରିବେ । ଏହି କାର୍ଯ୍ୟ କରିବା ପଛରେ କେବଳ ଗୋଟିଏ କାରଣ ରହିଥିଲା ଯେ, ତିନୋଟି ଫ୍ଲାଇଟ୍ କମ୍ପ୍ୟୁଟର ଯଦି ଏକ ସମୟରେ ବନ୍ଦ ହୋଇଯାଏ ତେବେ ମହାକାଶରେ କାର୍ଯ୍ୟ କରିପାରିବ ।