ଓଡିଶା

odisha

ETV Bharat / technology

ମହଙ୍ଗା ରିଚାର୍ଜ ପ୍ଲାନରୁ ମିଳିବ ଆଶ୍ବସ୍ତି, ମାଗଣା ମିଳିବ ଇଣ୍ଟରନେଟ୍‌ - Free Internet For All - FREE INTERNET FOR ALL

Free Internet For All: ଭାରତରେ ମିଳିବ ମାଗଣା ଇଣ୍ଟରନେଟ୍‌ । ଏହି ବିଲ୍‌ ଉପରେ ବିଚାର କରୁଛନ୍ତି ସରକାର । ଏହିମାନେ ହେବେ ସାମିଲ । ଅଧିକ ପଢନ୍ତୁ

Free Internet For All
Free Internet For All (ETV Bharat)

By ETV Bharat Odisha Team

Published : Jul 26, 2024, 9:38 PM IST

ନୂଆଦିଲ୍ଲୀ: ନିକଟରେ ଘରୋଇ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ମୋବାଇଲ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି । ଫଳରେ ୟୁଜର୍ସଙ୍କୁ ହୋଇଛି ମହଙ୍ଗା ମାଡ଼ । ଆଜିକାଲି ଇଣ୍ଟରନେଟ୍‌ ଅତ୍ୟାବଶ୍ୟକ ହୋଇପଡ଼ିଥିବା ବେଳେ ମହଙ୍ଗା ରିଚାର୍ଜ କରିବାକୁ ୟୁଜର୍ସ ବାଧ୍ୟ ହେଉଛନ୍ତି । ହେଲେ ଏହାରି ଭିତରେ ଆସିଛି ଆଶ୍ବସ୍ତିକର ଖବର । ଏଣିକି ମହଙ୍ଗା ରିଚାର୍ଜ ପ୍ଲାନରୁ ମିଳିବ ମୁକ୍ତି । ମାଗଣାରେ ମିଳିବ ଇଣ୍ଟରନେଟ୍‌ ।

ଏହା ବି ପଢନ୍ତୁ- ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଚିନ୍ତିତ କି ? ସଞ୍ଚୟ କରିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍

FREE INTERNET (X)

ରିଚାର୍ଜ ପ୍ଲାନ ବୃଦ୍ଧି କରିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଜିଓ, ଏୟାରଟେଲ୍‌ ଓ Vi ସାମିଲ । ଏପରିକି ଏହି କମ୍ପାନୀ ଗୁଡ଼ିକ ମିନିଅମ ରିଚାର୍ଜ ପ୍ଲାନରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏଥିଲାଗି ୟୁଜର୍ସ ମୋବାଇଲ ରିଚାର୍ଜ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଟେଲିକମ କମ୍ପାନୀଗୁଡ଼ିକ ଟାରିଫ (tarrif)ରେ ବୃଦ୍ଧି କରିବା ପରେ ୟୁଜର୍ସ ବେଶ ଚିନ୍ତାରେ ପଡ଼ିଯାଇଛନ୍ତି । ବିଶେଷ କରି ସେହି ୟୁଜର୍‌ ୟିଏକି ଦିନରାତି ଇଣ୍ଟରନେଟ୍‌ର ବ୍ୟବହାର କରନ୍ତି । ଦେଖିବାକୁ ଗଲେ, ଆଜିକାଲି ଆମ ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟ ମୋବାଇଲ ଦ୍ବାରା ହୋଇପାରୁଛି । ଏଥିଲାଗି ଇଣ୍ଟରନେଟ୍‌ର ଆବଶ୍ୟକତା ରହୁଛି । ରିଚାର୍ଜ ପ୍ଲାନ ବଢିବା ପରେ ଗରୀବ ଶ୍ରେଣୀର ଲୋକେ ବ୍ୟାକିଂ ଓ ସରକାରୀ ଯୋଜନାର ଲାଭ ଉଠାଇବାରେ ସମସ୍ୟା ଭୋଗୁଛନ୍ତି ।

FREE INTERNET (X)

ଫ୍ରି ମିଳିବ ଇଣ୍ଟରନେଟ୍‌ !

ଏହାକୁ ଧ୍ୟାନରେ ରଖି ସରକାର ଲୋକଙ୍କ ଲାଗି ଫ୍ରି ଇଣ୍ଟରନେଟ୍‌ ଦେବା ଲାଗି ଯୋଜନା କରୁଛନ୍ତି । ଏପରିକି ସରକାର ଫ୍ରି ଇଣ୍ଟରନେଟ ଉପରେ ମଞ୍ଜୁରୀ ଦେଇଛନ୍ତି । ଏହି ବିଲ୍ ପାରିତ ହେବା ପରେ ଇଣ୍ଟରନେଟ୍‌ ସହ ଜଡ଼ିତ ଅନେକ କ୍ଷେତ୍ରରେ ସୁବିଧା ମିଳିବ । ଏହି ବିଲ୍‌ରେ ଦେଶର ପଛୁଆ ଓ ଗରୀବ ଶ୍ରେଣୀର ଲୋକଙ୍କ ଲାଗି ମାଗଣା ଇଣ୍ଟରନେଟ୍‌ ଉପଲବ୍ଧ କରିବା ଲାଗି ଯୋଜନା କରୁଛନ୍ତି । ଫଳରେ ଦେଶର କେଉଁ ବି ଗରୀବ ଶ୍ରେଣୀର ବ୍ୟକ୍ତି ଡିଜିଟାଲ ଇଣ୍ଡିଆରୁ ଦୂରରେ ରହିବ ନାହିଁ ।

ମାଗଣା ଇଣ୍ଟରନେଟ ବିଲ୍‌ ସମ୍ପର୍କରେ...

କହି ରଖୁଛୁ କି, ଫ୍ରି ଇଣ୍ଟରନେଟ୍‌ ବିଲ୍‌ ଗତବର୍ଷ ଡିସେମ୍ବର ମାସରେ ରାଜ୍ୟସଭାରେ ଆଗତ କରାଯାଇଥିଲା । ଦୂରସଞ୍ଚାର ମନ୍ତ୍ରୀ ଏହାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । ଏହାପରେ ରାଷ୍ଟ୍ରପତି ସଂସଦରେ ଏହି ବିଲ୍‌ ଉପରେ ବିଚାର କରିବାକୁ ସୁପାରିଶ କରିଥିଲେ । 'ରାଇଟ୍‌ ଟୁ ଫ୍ରି ଇଣ୍ଟରନେଟ୍‌' ନାମକ ଏହି ବିଲ୍‌ରେ ଦେଶର ନାଗରିକଙ୍କୁ ମାଗଣା ଇଣ୍ଟରନେଟ୍‌ ସୁବିଧା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା । ଏହି ବିଲ୍‌ ପାରିତ ହେବା ପରେ ପଛୁଆ ଓ ଅପହଞ୍ଚ ଇଲାକାରେ ରହୁଥିବା ଲୋକଙ୍କ ନିକଟରେ ମାଗଣା ଇଣ୍ଟରନେଟ୍‌ ପହଞ୍ଚିପାରିବ । କିନ୍ତୁ ଏହା ସ୍ପଷ୍ଟ ଜଣାପଡ଼ିନାହିଁ ଯେ ଏହି ବିଲ୍‌ ମାଧ୍ୟମରେ ସରକାରଙ୍କ ପକ୍ଷରୁ ମାଗଣା ଇଣ୍ଟରନେଟ୍‌ର ସୀମା କେତେ ରହିବ ? ଏହାର ନିୟମ ସମ୍ପର୍କରେ ଜଣାପଡ଼ିନାହିଁ ।

ଏହା ବି ପଢନ୍ତୁ- ମୋବାଇଲ ଗ୍ରାହକଙ୍କୁ ରିଚାର୍ଜ ମାଡ: ଆଜିଠୁ ମହଙ୍ଗା ହେଲା ପ୍ଲାନ, ଜାଣନ୍ତୁ କେତେ ଟଙ୍କା ଗଣିବେ ?

ABOUT THE AUTHOR

...view details