ହାଇଦ୍ରାବାଦ: ବର୍ତ୍ତମାନ ଚାଲିଛି ଡିଜିଟାଲ ଦୁନିଆ । ଭର୍ଚୁଆଲି ହେଉଛି ପ୍ରାୟଃ ସମସ୍ତ କାମ । ତେବେ ଆଜିର ଏହି ଡିଜିଟାଲ ଦୁନିଆରେ ମୋବାଇଲ ଫୋନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଜିନିଷ । ମୋବାଇଲରେ ଆଜିକାଲି ସବୁ କାମ ଘରେ ବସି ଚୁଟକିରେ ହେଉଛି । ଟିକେଟ ବୁକିଂଠୁ ବିଲ୍ ପ୍ରଦାନ, ଫଟୋ ଭିଡିଓ ସୁଟଠୁ ଆରମ୍ଭ କରି ପାଠପଢା, ମୋବାଇଲ ଥିଲେ ହାତରେ ଘରେ ବସି ପାଇବେ ସବୁ ସୁବିଧା ଏକାସାଥିରେ । ତେବେ ଆପଣଙ୍କ ଜାଣିଛନ୍ତି କି, ଏହି ଡିଜିଟାଲ ଦୁନିଆରେ ମୋବାଇଲରେ ମଧ୍ୟ ପଇସା ରୋଜଗାର କରିପାରିବେ । କାରଣ ମୋବାଇଲ ହେଉକି ଲ୍ୟାପଟପ୍, କି ଡେସ୍କଟପ୍ ସବୁ କିଛି ହେଉଛି ‘ଆପ୍’ ମାଧ୍ୟମରେ । ଆଇ ବର୍ତ୍ତମାନ ସମୟରେ ଯେପରି ‘ଆପ୍’ର ସୁଅ ଛୁଟୁଛି, ଆପଣ ଅନଲାଇନ୍ ପ୍ଲାଟଫର୍ମ, ଡିଜିଟାଲ୍ ମାର୍କେଟପ୍ଲେସରେ କାମ କରି ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା । ତେବେ ଆଜି ଆମେ ଆପଣଙ୍କୁ କିହିବୁ କିପରି ଆପଣ ମୋବାଇଲ ଫୋନରେ ଏକାଧିକ ସୂତ୍ରରୁ ଟଙ୍କା ରୋଜଗାର କରିପାରିବେ ।
ମୋବାଇଲରେ ରୋଜଗାର କିଛି ମାଧ୍ୟମ-
ମୋବାଇଲ ଆପ୍-
ଆପଣ ଆପଲ୍ ଆପ୍ ଷ୍ଟୋର କିମ୍ବା ଗୁଗଲ ପ୍ଲେରେ ‘ଆପ’ ବିକଶିତ (ଡେଭଲପ୍) କରି ବିକ୍ରି କରିପାରିବେ । ବିଭିନ୍ନ ଆପ୍ ଷ୍ଟୋରରେ ‘ଆପ୍’ ବିକ୍ରି କଲେ ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଗେମିଂ ଆପ୍, ପ୍ରଡକ୍ଟ ଆପ୍, ସୋସିଆଲ ମିଡିଆ ଆପ୍ ଡେଭଲପ କରି ଲକ୍ଷ ଲକ୍ଷ ମୋବାଇଲ ୟୁଜର୍ସକୁ ଟାର୍ଗେଟ କରିବା ସହିତ ଟଙ୍କା ରୋଜଗାର କରିପାରିବେ ।
ଫ୍ରିଲାନ୍ସ କାମ-
ଫ୍ରିଲାନ୍ସ କାମ ଯେପରି, ଲେଖିବା, ଗ୍ରାଫିକ୍ ଡିଜାଇନ୍ କିମ୍ବା ସୋସିଆଲ ମିଡିଆ ପରିଚାଳନା କରି ଆପଣଙ୍କ ଘରେ ବସି ରୋଜଗାର କରିପାରିବେ । ବିଭିନ୍ନ ଫ୍ରିଲାନ୍ସ ପ୍ଲାର୍ଟଫର୍ମ ଯେପରି- Upwork, Fiverr କିମ୍ବା Freelancer ପ୍ଲାଟଫର୍ମରେ ଆପଣ କାମ କରି ରୋଜଗାର କରିପାରିବେ ।
ଅନଲାଇନ୍ ସର୍ଭେ- ବିଭିନ୍ନ ଅନଲାଇନ୍ ସର୍ଭେରେ ସାମିଲ ହୋଇ ଆପଣ ମଧ୍ୟ ରୋଜଗାର କରିପାରିବେ । ଏଥିରେ ଆପଣଙ୍କୁ ‘ରିଓ୍ବାର୍ଡି୍ସ’ ଏବଂ କ୍ୟାସ୍ ପୁରସ୍କାର ମିଳିବ । ଏଥିପାଇଁ ଆପଣ Swagbucks, Survey Junkie, or Vindale Research ଭଳି ଆପ୍ ବ୍ୟବହାର କରିପାରିବେ ।
ମାର୍କେଟିଂ-
ସୋସିଆଲ ମିଡିଆ ମାର୍କେଟିଂ ମାଧ୍ୟମରେ ବିଭିନ୍ନ ପ୍ରଡକ୍ଟର ପ୍ରଚାର ପ୍ରସାର କରି ଆପଣଙ୍କ ରୋଜଗାର କରିପାରିବେ । ଏହା ସହିତ ପ୍ରଡକ୍ଟ ପାଇଁ ‘ବ୍ଲଗ’ କରି କମିଶନ (ପ୍ରୋତ୍ସାହନ ରାଶି) ହାସଲ କରିପାରିବେ ।
ପ୍ରଡକ୍ଟ ସେଲିଂ-