ETV Bharat / bharat

ଛତିଶଗଡ଼ରେ ବଡ଼ ଦୁର୍ଘଟଣା: ପିକଅପ ଓଲଟି ୩ ଓଡ଼ିଆ ଶ୍ରମିକ ମୃତ, ୧୩ ଆହତ - ODISHA LABOURS DIED

ଜଗଦଲପୁରରେ ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ପିକ୍ ଅପ୍ ଭ୍ୟାନ । ଘଟଣାସ୍ଥଳରେ ୩ ଓଡିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ।

Odisha Labours died
Odisha Labours died (ETV Bharat)
author img

By ETV Bharat Odisha Team

Published : Nov 10, 2024, 6:43 AM IST

ରାୟପୁର: ଛତିଶଗଡ଼ ଜଗଦଲପୁରରେ ବଡ଼ଧରଣର ଦୁର୍ଘଟଣା । ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ସୂଚନା ରହିଛି । ଏହାସହ ୧୩ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଗୁରୁତର ଥିବା ଜଣାପଡ଼ିଛି ।

  • ଓଡ଼ିଶା ଆସୁଥିଲା ପିକ୍ ଅପ୍ ଭ୍ୟାନ:

ବସ୍ତର ଏସପି ମାହେଶ୍ବର ନାଗ ଦେଇଥିବା ସୂଚନା ଅନୁସାରେ, ଓଡ଼ିଶାରୁ ଆସିଥିଲା ଏହି ପିକ୍ ଅପ୍ ଭ୍ୟାନ । ସେଥିରେ ଶ୍ରମିକମାନେ ଥିଲେ । ଗତକାଲି (ଶନିବାର) ସନ୍ଧ୍ୟାରେ ମହିଳା ଶ୍ରମିକମାନେ କାମ ସାରି ଫେରୁଥିବା ବେଳେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସନ୍ଧ୍ୟା ୬ଟାରେ ରାଜନଗର-କିଞ୍ଜୋଲି ରାସ୍ତାରେ ଏକ ଟ୍ରକକୁ ଧକ୍କା ଦେଇ ଏହି ପିକ୍ ଅପ୍ ଭ୍ୟାନଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଏହା ବି ପଢନ୍ତୁ...୩୦୦ ଫୁଟ ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୩୦ ମୃତ, ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ

ଏହା ବି ପଢନ୍ତୁ...ଗଛକୁ ପିଟି ଓଲଟି ପଡିଲା ବସ: ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ

ଏହି ଦୁର୍ଘଟଣାଟି ବକାୱଣ୍ଡ ଥାନା ଅଧୀନ ରାଜନଗର-କିଞ୍ଜୋଲି ନିକଟରେ ଘଟିଛି । ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରଠାରୁ ଏହି ଅଞ୍ଚଳ ପାଖାପାଖି ୩୦ କିଲୋମିଟର ହେବ । ସୂଚନା ଅନୁସାରେ, ଆହତମାନେ ଓଡ଼ିଶାର ହୋଇଥିବାବେଳେ ଶ୍ରମିକ ଭାବେ କାମ କରିବାକୁ ଛତିଶଗଡ଼ ଆସିଥିଲେ । ଏହି ପିକ୍ ଅପ୍ ଭ୍ୟାନରେ ୧୨ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ସେମାନେ ସମସ୍ତେ ଓଡ଼ିଶା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ଦେଇଛି ବସ୍ତର ପୋଲିସ ।

  • ୯ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର:

ପୋଲିସର ସୂଚନା ଅନୁସାରେ, ଏହି ଗାଡିରେ ୧୬ ଜଣ ଶ୍ରମିକ ଥିଲେ । ଦୁର୍ଘଟଣାରେ ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବକାୱଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ହେଲେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ତେବେ ଅନ୍ୟ ୧୩ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ୯ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତେଣୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଡିମରାପାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ଅଧିକ ଛାନଭିନ କରିଛି ବକାୱଣ୍ଡ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.