ହାଇଦ୍ରାବାଦ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ ଆଣିଛି । ଯାହାକି ପୁଣି ଥରେ ସରକାରୀ ଟେଲିକମ କମ୍ପାନୀ BSNL ଓ ଦେଶର ଅନ୍ୟ ପ୍ରମୁଖ କମ୍ପାନୀ Airtelକୁ ଟକ୍କର ଦେବ । ଯେଉଁମାନେ ଖୁବ କମ ଟଙ୍କାରେ ମାସିକିଆ ରିଚାର୍ଜ କରିବାକୁ ଚାହୁଁଛନ୍ତି ସେମାନେ ଏହି ପ୍ଲାନର ଲାଭ ଉଠାଇପାରିବେ । ଏହି ପ୍ଲାନରେ ଦିନକୁ 100MB ଓ ମାସକୁ 3GB ଡେଟା ମିଳିବ । ଡେଟା ସବୁ ସରିଗଲେ ଅତିରିକ୍ତ 200MB ଡେଟା ମିଳିବ । ଖାଲି ସେତିକି ନୁହେଁ ଏଥିରେ ସବସ୍କ୍ରିପସନ ମଧ୍ୟ ମିଳିବ ।
Jio Rs 91 Plan: ଫାଇଦା
ଯେଉଁମାନେ ଜିଓ ଫୋନ ବ୍ୟବହାର କରୁଛନ୍ତି ସେମାନେ ହିଁ ଏହି ପ୍ଲାନର ଲାଭ ଉଠାଇପାରିବେ । ଜିଓ ଫୋନ ୟୁଜର ମାସିକିଆ 91 ଟଙ୍କା ରିଚାର୍ଜ କଲେ ସେମାନଙ୍କୁ 3GB ଡେଟା, 100MB ପ୍ରତିଦିନ ଡେଟା, ମାଗଣା 50 SMS, ଅନଲିମିଟେଡ ଭଏସ କଲ୍ ଆଦି ସୁବିଧା ମିଳିବ । ଏହାସହିତ ୟୁଜର JioTV, JioCinema ଓ JioCloudର ମାଗଣା ସବସ୍କ୍ରିପସନ ମଧ୍ୟ ପାଇପାରିବେ ।
ଏହା ବି ପଢନ୍ତୁ |
1ମାସରେ 3 ଶସ୍ତା ରିଚାର୍ଜ ପ୍ଲାନ:-
28 ଦିନର ବୈଧତା ସହିତ ରିଚାର୍ଜ ପ୍ଲାନଗୁଡ଼ିକୁ ମାସିକ ଯୋଜନା କୁହାଯାଏ । ଏହାକୁ ରିଚାର୍ଜ କରି ଉପଭୋକ୍ତାମାନେ ଲଗାତାର 28 ଦିନ ପାଇଁ କଲିଂ, ଡେଟା ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ । ହେଲେ ମୂଲ୍ୟ ଏବଂ ବୈଧତା ସହିତ ପ୍ଲାନର ଲାଭ ଭିନ୍ନ ଭିନ୍ନ ହୋଇଥାଏ । ମାସିକିଆ ପ୍ଲାନ ମଧ୍ୟରେ ଜିଓ Rs 299, Rs 249 ଓ Rs 91ର ପ୍ଲାନ ଦେଇଥାଏ । ଆସନ୍ତୁ ଜାଣିବା ଜିଓର ଏହି ଅତିରିକ୍ତ 2ଟି ଶସ୍ତା ରିଚାର୍ଜ ପ୍ଲାନ ସମ୍ପର୍କରେ...
- Jio Rs 299 ରିଚାର୍ଜ ପ୍ଲାନ:- ରିଲାଏନ୍ସ ଜିଓର 299 ଟଙ୍କା ପ୍ଲାନ ପ୍ରାୟ 1 ମାସର ବୈଧତା ସହିତ ଆସିଥାଏ । ଏହାର 28 ଦିନର ବୈଧତା ଅଛି । ଉପଭୋକ୍ତାମାନେ ଦୈନିକ 1.5 GB ଡେଟା, 100 SMS ଏବଂ ଅସୀମିତ କଲିଂ ସୁବିଧା ପାଆନ୍ତି । ଏହି ପ୍ଲାନ ସହିତ ଉପଭୋକ୍ତାମାନେ ଜିଓ ଟିଭି, ଜିଓ କ୍ଲାଉଡ୍ ଏବଂ ଜିଓ ସିନେମାର ସବସ୍କ୍ରିପସନ ସୁବିଧା ପାଆନ୍ତି ।
- Jio Rs 249 ରିଚାର୍ଜ ପ୍ଲାନ:- ଜିଓର ଏକ ପ୍ଲାନ 249 ଟଙ୍କା ରହିଛି । ଏହି ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନେ 28 ଦିନ ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ଏହା ସହିତ ଆପଣ ପ୍ରତିଦିନ 1GB ଡେଟା ଏବଂ 100ଟି ମାଗଣା SMS କରିପାରିବେ । ଏହି ପ୍ଲାନ ଅସୀମିତ ଡେଟା ସୁବିଧା ପ୍ରଦାନ କରେ । ଏହା ସହିତ ଆପଣ ଜିଓ ଆପ୍ସର ଲାଭ ପାଇବେ । ଉପଭୋକ୍ତାମାନେ ଜିଓ ସିନେମା, ଜିଓ ଟିଭି ଏବଂ ଜିଓ କ୍ଲାଉଡ୍ର ମଧ୍ୟ ସୁବିଧା ପାଇପାରିବେ ।
କେମିତି କରିବେ Jio ରିଚାର୍ଜ ?
- ସବସ୍କ୍ରାଇବର ଅତି ସହଜରେ MyJio, Jio.com ଯାଇ ରିଚାର୍ଜ କରିପାରିବେ ।
- ନଚେତ ନିକଟସ୍ଥ Jio ଆଉଟଲେଟ୍କୁ ଯାଇ ଏହି ରିଚାର୍ଜ କରିପାରିବେ ।