ଓଡିଶା

odisha

ଅନଲାଇନରେ ଶସ୍ତା ଟ୍ରେନ ଟିକେଟ ବୁକିଂ କେମିତି କରିବେ ? ଆପଣାନ୍ତୁ ଟ୍ରିକ୍ସ, ବଞ୍ଚିବ ଅଧା ପଇସା - How to Save Money on Train Tickets

By ETV Bharat Tech Team

Published : Aug 31, 2024, 4:27 PM IST

HOW TO SAVE MONEY ON TRAIN TICKETS: ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ ପାଇଁ ଭାରତୀୟ ରେଳବାଇର ବ୍ୟବହାର କରିଥାନ୍ତି । ଦୂର ବାଟ ଯିବା ଲାଗି ଏହା ଧନୀଙ୍କଠାରୁ ଆରମ୍ଭ କରି ଗରିବଙ୍କ ପାଇଁ ପ୍ରଥମ ପସନ୍ଦ । ତେବେ ଏପରି କୌଣସି ଉପାୟ ଅଛି ଯାହାର ବ୍ୟବହାର କରି ଆପଣ ଟିକେଟରୁ ଆଉ ପଇସା ବଞ୍ଚାଇ ପାରିବେ । ଜାଣନ୍ତୁ କିଛି ଏପରି ଉପାୟ ସମ୍ପର୍କରେ...

HOW TO SAVE MONEY ON TRAIN TICKETS
HOW TO SAVE MONEY ON TRAIN TICKETS (ETV Bharat Tech Team)

ହାଇଦ୍ରାବାଦ: ସମ୍ପ୍ରତି ଦୂର ବାଟକୁ ଯାତ୍ରା କରିବାକୁ ହେଲେ ଲୋକେ ଟ୍ରେନ ଉପରେ ନିର୍ଭର କରନ୍ତି । ସେ ପରିବହନଠୁ ଆରମ୍ଭ କରି ଯାତାୟାତ । ଭାରତୀୟ ରେଳବାଇକୁ ଦେଶର କୋଟି କୋଟି ଲୋକ ପସନ୍ଦ କରିଥାନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳବାଇ ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥାନ୍ତି । ଛୁଟି ଦିନମାନଙ୍କରେ ଭ୍ରମଣ ଓ ଘରକୁ ଯିବା ଲାଗି ଟ୍ରେନ ସୁବିଧା ନେଇଥାନ୍ତି । ଏଥିଲାଗି ଆଗୁଆ ଟ୍ରେନ ଟିକେଟ କରିଥାନ୍ତି ଯାତ୍ରୀ ।

Indian Railway (File Photo)

ଟ୍ରେନର ଟିକେଟ ଭିନ୍ନ ଭିନ୍ନ ହୋଇଥାଏ । ଟ୍ରେନ କ୍ଲାସ ଉପରେ ଏହାର ଟଙ୍କା ମଧ୍ୟ ନିର୍ଭର କରିଥାଏ । ଧନୀ ଶ୍ରେଣୀର ବ୍ୟକ୍ତିମାନେ ଏସି ଟିକେଟ୍‌ରେ ଯାତ୍ରା କରିଥାନ୍ତି । ସେହିପରି ଗରିବ ଶ୍ରେଣୀର ବ୍ୟକ୍ତିମାନେ ସ୍ଲିପର କିମ୍ବା ଜେନେରାଲ ବଗିରେ ଯାତ୍ରା କରିଥାନ୍ତି । ଏସି ଓ ସ୍ଲିପର କ୍ଲାସର ଟିକେଟ ଅଲଗା ରହିଥାଏ । ଏହାସହିତ ବିଭିନ୍ନ ଟ୍ରେନ ଅନୁଯାୟୀ ମଧ୍ୟ ଟିକେଟର ଦାମରେ ପରିବର୍ତ୍ତନ ଆସିଥାଏ । ଭଲ ଓ ପରିଷ୍କାର ସେବା ପ୍ରଦାନ କରୁଥିବା ଟ୍ରେନ ଅଧିକ ଟଙ୍କା ଚାର୍ଜ କରିଥାନ୍ତି ।

ଯଦି ଆପଣ ଟ୍ରେନ ଟିକେଟ୍‌ ଉପରେ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ କୋଟା ଓ ଟିକେଟ ବୁକିଂ ସାଇଟରେ ଦିଆଯାଇଥିବା କୁପନ୍‌ର ଲାଭ ଉଠାଇ ପାରିବେ । ଏଠାରେ ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ, ଯାହା ବ୍ୟବହାର କରି ଆପଣ ଟ୍ରେନ ଟିକେଟ୍‌ ଉପରେ କିଛି ଅର୍ଥ ବଞ୍ଚାଇପାରିବେ ।

Indian Railway (File Photo)

1. ବହୁ ପୂର୍ବରୁ ଟିକେଟ୍‌ ବୁକ୍‌ କରନ୍ତୁ:-ଯଦି ଆପଣଙ୍କର ଯାତ୍ରା ପୂର୍ବରୁ ଧାର୍ଯ୍ୟ ହୋଇଛି, ସିଟ୍ ପୂର୍ଣ୍ଣ ହେବାର ସମସ୍ୟାକୁ ଏଡାଇବା ପାଇଁ ଆପଣଙ୍କୁ ଆଗୁଆ ଟିକେଟ୍ ବୁକ୍ କରିବା ଉଚିତ । ଯାତ୍ରା ତାରିଖର 120 ଦିନ ପୂର୍ବରୁ ଟିକେଟ୍ ବୁକ୍ କରିବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କୁ ଶେଷ ମୁହୂର୍ତ୍ତର ବୁକିଂ ଶୀଘ୍ର ଏଡ଼ାଇବାରେ ସାହାଯ୍ୟ କରିବ । ଶେଷ ମୁହୂର୍ତ୍ତରେ ବୁକିଂ ଏକ ନିଶ୍ଚିତ ଟିକେଟ୍ ପାଇବା ଅନିଶ୍ଚିତତା ବଢାଇଥାଏ । ଆପ 'ତତ୍‌କାଲ୍‌ ବୁକିଂ' ଠାରୁ ମଧ୍ୟ ଦୂରେଇ ରହିବା ଉଚିତ, ଯେଉଁଥି ପାଇଁ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ ।

2. ବୁକିଂକୁ ବିଭାଜିତ କରନ୍ତୁ:-ଯଦି ଅନେକ ଲୋକ ଏକାଠି ବା ଏକା ସମୟରେ ଭ୍ରମଣ କରୁଛନ୍ତି, ଯାତ୍ରୀମାନେ କମ୍ ପରିମାଣର ଅର୍ଥ ଦେବାକୁ ଚାହୁଁଥିଲେ ବିଭାଜିତ ବୁକିଂର ସିଷ୍ଟମକୁ ବାଛିପାରିବେ । ଏକ ଦୀର୍ଘ ଯାତ୍ରା ପାଇଁ ଆପଣ ଗୋଟିଏ ଟିକେଟ୍ ବୁକ୍ କରିପାରିବେ କିମ୍ବା ଯାତ୍ରାକୁ ଭାଗ କରି ଏକାଧିକ ଟିକେଟ୍ ବୁକ୍ କରିପାରିବେ । ଉଦାହରଣ ସ୍ବରୂପ, ଯଦି ଆପଣ ରାୟପୁରରୁ ପାଟନା ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କ ଟିକେଟକୁ ଦୁଇଟି ଭାଗରେ ବିଭକ୍ତ କରିପାରିବେ ।

ଏହା ବି ପଢନ୍ତୁ- ୱେଟିଂ ଟିକଟରେ ଟ୍ରେନ ଯାତ୍ରା ବନ୍ଦ ! VIP ସମେତ ୧୬ଟି କୋଟାରେ କରିପାରିବେ କନଫର୍ମ, ଜାଣନ୍ତୁ ରେଳବାଇ ରିଜର୍ଭେସନ ନିୟମ

ଉଦାହରଣ ସ୍ବରୀପ, ଯଦି ଆପଣ ରାୟପୁର ଜଙ୍କସନରୁ ପାଟନା ଜଙ୍କସନ ପର୍ଯ୍ୟନ୍ତ ଆପଣଙ୍କର ଟିକେଟ ବୁକିଂ କରୁଛନ୍ତି, ତେବେ ରାୟପୁରରୁ ଟାଟାନଗର ଜଙ୍କସନ ପର୍ଯ୍ୟନ୍ତ ଟିକେଟ ବୁକ୍ କରନ୍ତୁ ଏବଂ ତା’ପରେ ଟାଟାନଗର ଜଙ୍କସନରୁ ପାଟନା ଜଙ୍କସନ ପର୍ଯ୍ୟନ୍ତ ଅନ୍ୟ ଏକ ଟ୍ରେନରେ ଚଢନ୍ତୁ । ଏହି କୌଶଳ ବିଶେଷତଃ ପାର୍ବଣ ଋତୁରେ ଉପଯୋଗୀ ହୋଇଥାଏ, ଯଦିଓ ଯାତ୍ରା ସିଧାସଳଖ ବୁକିଂ ସହିତ ସମାନ ।

Indian Railway (File Photo)

3. କ୍ୟାସବ୍ୟାକ୍‌ ଅଫର ଉପରେ ନଜର ରଖନ୍ତୁ:- ଆପଣ ଟିକେଟ୍ ବୁକ୍ କରିବାବେଳେ ସବୁବେଳେ କ୍ୟାସବ୍ୟାକ୍ ସାଇଟ ଉପରେ ନଜର ରଖିବା ଉଚିତ । ଶେଷ ମୁହୂର୍ତ୍ତର ବୁକିଂରେ ବହୁ ଅର୍ଥ ଖର୍ଚ୍ଚ କରିବା ପରିବର୍ତ୍ତେ ସେବାର ଲାଭ ଉଠାନ୍ତୁ ଏବଂ କ୍ୟାସବ୍ୟାକ୍ ଅଫର ମାଧ୍ୟମରେ ଟଙ୍କା ସଞ୍ଚୟ କରନ୍ତୁ । ଅନେକ ୱେବସାଇଟ୍ ଟ୍ରେନ୍ ଟିକେଟ୍ ବୁକିଂରେ କ୍ୟାସବ୍ୟାକ୍ ଏବଂ ରିହାତି ପ୍ରଦାନ କରିଥାଏ । ତେଣୁ ଆପଣ ଏହି ବିକଳ୍ପ ବାଛିବା ଉଚିତ ଏବଂ ଆପଣଙ୍କର ବୁକିଂରେ କିଛି କ୍ୟାସବ୍ୟାକ୍ ଏବଂ ରିହାତି ପାଇବା ଉଚିତ ।

4. IRCTC ପେମେଣ୍ଟ କାର୍ଡର ବ୍ୟବହାର କରନ୍ତୁ:- ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ସହଯୋଗରେ IRCTC ଟିକେଟ୍ ବୁକିଂ ପାଇଁ ପ୍ଲାଟିନମ୍ କାର୍ଡ ଲଞ୍ଚ କରିଛି । କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରିବା ପରିବର୍ତ୍ତେ ଆପଣ ରିହାତି ଏବଂ ପୁରସ୍କାର ପାଇବା ପାଇଁ IRCTC SBI କାର୍ଡ ବ୍ୟବହାର କରିପାରିବେ । ଏହା AC1, AC2 ଏବଂ AC3 କୋଚ୍ ବୁକିଂ ପାଇଁ କ୍ୟାସବ୍ୟାକ୍ ଅଫର ପ୍ରଦାନ କରେ । ଏହି ପେମେଣ୍ଟ କାର୍ଡଗୁଡ଼ିକ ତୁରନ୍ତ ବୁକିଂ ପାଇଁ ଭଲ କାମ ଦେଇଥାଏ ।

5. ସ୍ଲିପର କ୍ଲାସରେ ଯାତ୍ରା କରନ୍ତୁ:- AC କୋଚ୍‌ରେ ଟିକେଟ୍‌ କରିବା ପରିବର୍ତ୍ତେ ସ୍ଲିପର କ୍ଲାସରେ ଆପଣ ଯାତ୍ରା କଲେ ଏହା ଆପଣଙ୍କର ଅଧା ଅର୍ଥକୁ ସଞ୍ଚୟ କରିପାରିବ । ଯଦି ପାଣିପାଗ ସଠିକ ଅଛି ତେବେ ଆପଣ ଏସି କୋଚ୍‌ରେ ଯାତ୍ରା କରିବା ପରିବର୍ତ୍ତେ ସ୍ଲିପର କୋଚରେ ଯାତ୍ରା କରିପାରିବେ । ଏପରି କରିବା ଦ୍ବାରା ଆପଣଙ୍କ ହଜାରରୁ ଅଧିକ ଟଙ୍କା ବଞ୍ଚିପାରିବ । ଏହାସହିତ ଆପଣ ଖୋଲା ପବନ ସହିତ ପ୍ରକୃତିକୁ ଉପଭୋଗ କରି ଯାତ୍ରା କରିପାରିବେ ।

Indian Railway (File Photo)

6. କୁପନ୍‌ କୋଡ୍‌ର ଲାଭ ଉଠାନ୍ତୁ:- ଭ୍ରମଣ ଏବଂ ପର୍ଯ୍ୟଟନ ସାଇଟ କିମ୍ବା ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିବା ସମୟରେ କୁପନ୍ ଏବଂ ରିହାତି ସୁବିଧା ଉପଲବ୍ଧ ରହିଥାଏ । ଦିଆଯାଉଥିବା କୁପନଗୁଡିକ ଉପରେ ସର୍ବଦା ନଜର ରଖନ୍ତୁ ଏବଂ ସେଗୁଡ଼ିକର ଲାଭ ଉଠାଇବାକୁ ଭୁଲନ୍ତୁ ନାହିଁ । କୁପନ୍ କୋଡ୍ ଉପଲବ୍ଧ ହେବା ଆପଣଙ୍କୁ କମ୍ ମୂଲ୍ୟରେ ଟିକେଟ୍ ବୁକ୍ କରିବାରେ ସାହାଯ୍ୟ କରିବ ।

7. ମଧ୍ୟମ ଗତି ଟ୍ରେନ ବାଛନ୍ତୁ:-ଏକାଧିକ ଷ୍ଟେସନରେ ଅଟକି ରହୁଥିବା ଟ୍ରେନ୍ ଅପେକ୍ଷା ଏପରି ଟ୍ରେନ୍ ବାଛନ୍ତୁ ଯାହାକି ଏକ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ କମ୍ ସମୟ ନେଇଥାଏ । ଯଦି ଆପଣ ଏହା ଦରକାର ନାହିଁ, ତେବେ ଆପଣ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହାରାହାରି ଗତି ସହିତ ଏକ ଟ୍ରେନ୍ ବାଛନ୍ତୁ । ଏହି ଟ୍ରେନଗୁଡିକ ଅନେକ ଷ୍ଟେସନରେ ଅଟକି ଯାଆନ୍ତି, ଯେଉଁଠାରେ ପହଞ୍ଚିବାକୁ ଅଧିକ ସମୟ ଲାଗେ ।

ABOUT THE AUTHOR

...view details