ଓଡିଶା

odisha

By ETV Bharat Tech Team

Published : Aug 29, 2024, 5:49 PM IST

ETV Bharat / technology

ବିନା ମୋବାଇଲ ନଂରେ ହ୍ବାଟ୍ସଆପ ମେସେଜ କରିହେବ କି ? ଗୋଟିଏ କ୍ଲିକରେ ଜାଣନ୍ତୁ - WhatsApp Using Without Number

WhatsApp Using Without Phone Number: ହ୍ବାଟ୍ସଆପ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଏକ ମୋବାଇଲ ନମ୍ବରର ଆବଶ୍ୟକତା ପଡ଼ିଥାଏ । ଫଳରେ ହ୍ବାଟ୍ସଆପରେ ଚାଟିଂ କରିବା ଲାଗି ଆପଣଙ୍କୁ ଅନ୍ୟମାନଙ୍କୁ ଉକ୍ତ ମୋବାଇଲ ନମ୍ବର ଦେବାକୁ ପଡ଼େ । ଯଦି ଆପଣ କାହା ସହିତ ମୋବାଇଲ ନମ୍ବର ବ୍ୟବହାର କରିବାକୁ ଚାହୁଁନାହାନ୍ତି, ତେବେ ଏହା ଆପଣ କରିପାରିବେ । ବିନା ମୋବାଇଲ ନମ୍ବରରେ ଆପଣ ହ୍ବାଟ୍ସଆପ ଚଲାଇପାରିବେ । କିପରି ଜାଣନ୍ତୁ

WhatsApp Using Without Phone Number
WhatsApp Using Without Phone Number (ETV Bharat File)

ହାଇଦ୍ରାବାଦ:ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ହେଉଛି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସିକ୍ୟୁଅର ଆପ୍‌ । ଏଥିରେ ଲଗ୍‌ ଇନ୍‌ କରିବା ଲାଗି ଆପଣଙ୍କୁ ଏକ ମୋବାଇଲ ନମ୍ବରର ଆବଶ୍ୟକତା ପଡ଼ିଥାଏ । ୟୁଜର୍ସ ଯେତେବେଳେ ଏହି ଆପ୍‌ ଇନଷ୍ଟଲ୍‌ କରିଥାନ୍ତି, ସେତେବେଳେ ତାଙ୍କୁ ନିଜ ମୋବାଇଲ ନମ୍ବରର ପ୍ରମାଣ ଦେବାକୁ ପଡ଼େ । ହେଲେ କିଛି ଲୋକ ନିଜ ମୋବାଇଲ ନମ୍ବରକୁ ଅଧିକ ଲୋକଙ୍କ ସହିତ ସେୟାର କରିବାକୁ ଚାହାନ୍ତି ନାହିଁ । ଯଦି ଆପଣ କାହା ସହିତ ମୋବାଇଲ ନମ୍ବର ବ୍ୟବହାର କରିବାକୁ ଚାହୁଁନାହାନ୍ତି, ତେବେ ଏହା ଆପଣ କରିପାରିବେ । ବିନା ମୋବାଇଲ ନମ୍ବରରେ ଆପଣ ହ୍ବାଟ୍ସଆପ ଚଲାଇପାରିବେ ।

ବିନା ନମ୍ବରରେ ହ୍ବାଟ୍ସଆପ୍‌ ଚାଟିଂ:-

ଯଦି ଆମେ ଆପଣଙ୍କୁ କହିବୁ, ବିନା ମୋବାଇଲ ନମ୍ବରରେ ଆପଣ ହ୍ବାଟ୍ସଆପ ଚଲାଇପାରିବେ । ଏପରି ହୋଇପାରିବ । ଆପଣ ନିଜ ମୋବାଇଲ ନମ୍ବର ବିନା ଅନ୍ୟ ଜଣେ ୟୁଜର୍‌ ବା ବନ୍ଧୁଙ୍କ ସହିତ ଚାଟିଂ ଆଦି କରିପାରିବେ । ବିଶେଷ ଭାବେ ଏସଏମଏସ ଡେଲିଭରି ବା ଲଗ୍‌ ଇନ୍‌ରେ ଜଟିଳତ ଆଦି କାରଣରୁ ଏହି ସୁବିଧା ପ୍ରାଥମିକ ଭାବେ iphone ୟୁଜର୍ସଙ୍କ ଲାଗି ଦିଆଯଆଇଛି ।

WhatsApp (File Photo)

Android ଧାରୀ କଣ କରିବେ ?

ଆଣ୍ଡ୍ରଏଡ ମୋବାଇଲରେ ଏହି ଫିଚରର ଉପଯୋଗ କରିବାକୁ ଚାହୁଁଥିଲେ, ଉପଭୋକ୍ତାମାନଙ୍କୁ Google Play Store ମାଧ୍ୟମରେ ହ୍ବାଟ୍ସଆପ୍‌ ବିଟା ପ୍ରୋଗ୍ରାମରେ ନିଜର ନାମାଙ୍କନ କରିବାକୁ ହେବ । ହ୍ବାଟ୍ସଆପ ସର୍ଚ୍ଚ କରନ୍ତୁ, ଲିଷ୍ଟିଂକୁ ଯାଆନ୍ତୁ ଓ ବିଟା ଟେଷ୍ଟର ପ୍ରୋଗ୍ରାମରେ ସାମିଲ ହୁଅନ୍ତୁ । ଏହାପରେ ନିଜ ମୋବାଇଲରେ ହ୍ବାଟ୍ସଆପ୍‌ ଇନଷ୍ଟଲ କରନ୍ତୁ । ଏହାପରେ ନିଜ ଇ-ମେଲକୁ ନିଜ ହ୍ବାଟ୍ସଆପ୍‌ ଆକାଉଣଅ୍ଟରେ ଲିଙ୍କ କରନ୍ତୁ । ନିମ୍ନରେ ଦିଆଯାଇଥିବା ଷ୍ଟେପକୁ ଅନୁସରଣ କରନ୍ତୁ:-

  1. ନିଜ ଡିଭାଇସରେ ହ୍ବାଟ୍ସଆପ୍‌ ଆପ୍ଲିକେସନ ଖୋଲନ୍ତୁ
  2. ଡାହାଣ ଉପର ପାର୍ଶ୍ବରେ 3ଟି ବିନ୍ଦୁ ଉପରେ ଟ୍ୟାପ କରନ୍ତୁ ଓ ସେଟିଂ ମେନ୍ୟୁକୁ ଚୟନ କରନ୍ତୁ
  3. ସେଟିଂ ମେନ୍ୟୁରେ 'ଆକାଉଣ୍ଟ' ଅପସନକୁ ଚୟନ କରନ୍ତୁ
  4. ଆକାଉଣ୍ଟ ଅପସନ ଅନ୍ତର୍ଗତ 'ଇମେଲ ଆଡ୍ରେସ' ଅପସନକୁ ଚୟନ କରନ୍ତୁ
  5. ଏହାପରେ ଆପଣ ନିଜର ଯେକୌଣସି ଇମେଲ ଆଡ୍ରେସ ଦିଅନ୍ତୁ
  6. ଆପଣଙ୍କ ଦ୍ବାରା ଦିଆଯାଇଥିବା ଇମେଲ୍‌ରେ ୱାନ ଟାଇମ ପାସୱର୍ଟ (OTP) ପ୍ରାପ୍ତ ହେବ
  7. ଇମେଲ ଆଡ୍ରେସକୁ ହ୍ବାଟ୍ସଆପରେ ଲିଙ୍କ କରିବା ଲାଗି ନିର୍ଦ୍ଦିଷ୍ଟ ସ୍ଥାନରେ ଓଟିପି ଦିଅନ୍ତୁ

ଉପରୋକ୍ତ ଷ୍ଟେପଗୁଡ଼ିକ ଫଲୋ କରିବା ଦ୍ବାରା ଆପଣଙ୍କ ଦ୍ବାରା ଦିଆଯାଇଥିବା ଇମେଲ ଆଡ୍ରେସ ହ୍ବାଟ୍ସଆପ ଖାତାରେ ସଫଳତାପୂର୍ବକ ଲିଙ୍କ ହୋଇଯିବ । ଏହାଦ୍ବାରା ଆପ୍‌ର କାର୍ଯ୍ୟକ୍ଷମତା ଓ ସୁରକ୍ଷା ବଢିଯିବ ।

ଏହା ବି ପଢନ୍ତୁ- ହ୍ବାଟ୍ସଆପ୍‌ରେ ମେସେଜ ପଠାଇଲେ କାହିଁକି ଦିଶେ ଘଡ଼ି ଚିହ୍ନ; ଜାଣିନାହାନ୍ତି 90% ୟୁଜର୍ସ

ABOUT THE AUTHOR

...view details