ହାଇଦ୍ରାବାଦ:ଆଜିକା ଦିନରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ଯିଏକି ହ୍ବାଟ୍ସଆପ୍ ବ୍ୟବହାର କରିନାହିଁ ତାହା ହୋଇପାରିବ ନୁହେଁ । କାରଣ ଆଜିକାଲି ଅଫିସିଆଲ କାର୍ଯ୍ୟରେ ମଧ୍ୟ ଏହି ଆପ୍ର ବ୍ୟବହାର ହେଉଛି । ତେବେ ହ୍ବାଟ୍ସଆପ୍ ମୋବାଇଲରେ ଷ୍ଟାଣ୍ଡାର୍ଡ ମେସେଜର ସ୍ଥାନ ନେଇଛି। ଏହି ଆପରେ Text ମେସେଜ, ଭିଡିଓ, ଫଟୋ କିମ୍ବା ଡକ୍ୟୁମେଣ୍ଟ ପଠାଇବା ବା ଗ୍ରହଣ କରିବା ସହଜ ହୋଇଥାଏ । ତଥାପି ଅନେକ ଥର ଲୋକେ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି ଯେ ସେମାନେ କାହାର ଯୋଗାଯୋଗ ନମ୍ବର ସେଭ ନକରି ହ୍ବାଟ୍ସଆପ୍ ମେସେଜ୍ ପଠାଇବାକୁ ଚାହାଁନ୍ତି ।
କିନ୍ତୁ ଆପଣ କେବଳ ସେହି ନମ୍ବରରେ ହ୍ବାଟ୍ସଆପ୍ ମେସେଜ୍ ପଠାଇ ପାରିବେ ଯାହା ଆପଣଙ୍କର Contacts ତାଲିକାରେ ସେଭ୍ ହୋଇଛି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜ ଫୋନରେ କାହାର ନମ୍ବର ସେଭ ନକରି ମଧ୍ୟ ହ୍ବାଟ୍ସଆପ୍ ମେସେଜ୍ ପଠାଇ ପାରିବେ ? ଏଠାରେ ଆମେ ଆପଣଙ୍କୁ ଏପରି କିଛି ଉପାୟ କହୁଛୁ, ଯାହା ସାହାଯ୍ୟରେ ଆପଣ ନମ୍ବର ସେଭ ନକରି ହ୍ବାଟ୍ସଆପରେ କାହାକୁ ବି ମେସେଜ୍ କରିପାରିବେ ।
ଉପାୟ ନଂ 1: WhatsApp ଆପ୍ଲିକେସନ ଜରିଆରେ ନମ୍ବର ସେଭ ବିନା ମେସେଜ ପଠାଇବା
କୌଣସି ଅଜଣା ବ୍ୟକ୍ତିଙ୍କ ମୋବାଇଲକୁ WhatsApp ମେସେଜ ପଠାଇବାର ଏହା ହେଉଛି ସବୁଠୁ ସହଜ ଉପାୟ ।
- Step 1: ସର୍ବପ୍ରଥମେ ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍ ଆପ୍ ଖୋଲନ୍ତୁ ।
- Step 2:ଆପଣ ମୋବାଇଲ୍ ନମ୍ବରକୁ କପି କରନ୍ତୁ ଯାହାକୁ ଆପଣ ହ୍ବାଟ୍ସଆପ୍ ମେସେଜ୍ ପଠାଇବାକୁ ଚାହୁଁଛନ୍ତି ।
- Step 3: ନିମ୍ନରେ ଥିବା 'New Chat' ବଟନ୍ ଟାପ୍ କରନ୍ତୁ ।
- Step 4: ମୋବାଇଲ୍ ନମ୍ବରକୁ ଟେକ୍ସଟ୍ ବକ୍ସରେ ପେଷ୍ଟ କରନ୍ତୁ ।
- Step 5:ଯଦି ବ୍ୟକ୍ତି ଜଣକ ହ୍ବାଟ୍ସଆପରେ ଅଛନ୍ତି ତେବେ ଉକ୍ତ ମୋବାଇଲ ନମ୍ବରଟି ଦେଖାଇବ ।
- Step 6: ଏହା ଉପରେ ଟାପ୍ କରନ୍ତୁ ଏବଂ ଆପଣ ଏହାକୁ ସେଭ ନକରି ନମ୍ବରକୁ ହ୍ବାଟ୍ସଆପ ମେସେଜ୍ ପଠାଇ ପାରିବେ ।