ଓଡିଶା

odisha

ETV Bharat / technology

Honda ଭାରତକୁ ଆଣୁଛି ପ୍ରଥମ ଇଲେକ୍‌ଟ୍ରିକ ସ୍କୁଟର; ଏହି ମାସରେ ଲଞ୍ଚ - HONDA FIRST ELECTRIC TWO WHEELER

ହୋଣ୍ଡା ମୋଟରସାଇକେଲ ଇଣ୍ଡିଆ ଏହାର ପ୍ରଥମ ଇଲେକ୍‌ଟ୍ରିକ ସ୍କୁଟର ଭାରତରେ ଲଞ୍ଚ କରିବାକୁ ଯାଉଛି । ଏହାର ନାଁ ଇଲେକ୍‌ଟ୍ରିକ ଆକ୍ଟିଭା ରଖାଯାଇଛି । ଅଧିକ ପଢନ୍ତୁ

HONDA ACTIVA ELECTRIC
HONDA ACTIVA ELECTRIC (Representative Image)

By ETV Bharat Tech Team

Published : Nov 11, 2024, 6:52 PM IST

ହାଇଦ୍ରାବାଦ: ହୋଣ୍ଡା ମୋଟରସାଇକେଲ ଇଣ୍ଡିଆ (Honda Motorcycle India) 27 ନଭେମ୍ବରରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍‌କୁ ଦେଶରେ ଲଞ୍ଚ କରିବାକୁ ଯାଉଛି । ଜାପାନର ଦୁଇ ଚକିଆ ନିର୍ମାତା କମ୍ପାନୀ ଏକ ଇଭେଣ୍ଟ ଆୟୋଜନ କରିବାକୁ ଥିବା ବେଳେ ଏହାର ନାମ 'WATTS AHEAD' ବୋଲି ରଖାଯାଇଛି । ଏଥିରୁ ଭାରତରେ ପ୍ରଥମ ସ୍କୁଟର ଲଞ୍ଚ ନେଇ କମ୍ପାନୀ ସଙ୍କେତ ଦେଇଛି ।

ଆକ୍ଟିଭା EVର ସମ୍ଭବତଃ କାର୍ଯ୍ୟଦକ୍ଷତା:-

ରିପୋର୍ଟ ଅନୁସାରେ ହୋଣ୍ଡା ଆକ୍ଟିଭା ଇଭିର ପ୍ରଦର୍ଶନ ଆକ୍ଟିଭା 110 ସହିତ ସମାନ ଥିବାବେଳେ ଏହାର ପରିସର ପ୍ରାୟ 100 କିଲୋମିଟର ହେବ । ଏକ ସମ୍ଭାବନା ମଧ୍ୟ ଅଛି ଯେ ଏହି ସ୍କୁଟରରେ ପ୍ରତିଯୋଗୀ ସ୍କୁଟର ପରି ଏକ ସ୍ଥିର ବ୍ୟାଟେରୀ ଥାଇପାରେ । ତଥାପି ଏହାର ଅପସାରଣ ଯୋଗ୍ୟ ବ୍ୟାଟେରୀ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

HONDA ACTIVA ELECTRIC (Representative Image)
ଏହା ବି ପଢନ୍ତୁ
  1. ପ୍ରଥମ ଇଲେକ୍ର୍ଟିକ କାର ନାଁ ଖୁଲାସା କଲା Maruti ସୁଜୁକି; ଜାଣନ୍ତୁ କେବେ ଲଞ୍ଚ
  2. ମାର୍କେଟକୁ ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ ଆଣୁଛି Royal Enfield; ମାର୍କେଟରେ ସାଜିପାରେ ନୂଆ ଲିଡର୍‌
  3. Honda CB300F ଫ୍ଲେକ୍ସଟେକ୍‌ ଲଞ୍ଚ୍‌; 85% ଇଥାନଲରେ ଚାଲିବ, ଜାଣନ୍ତୁ ଦାମ

ଆଶା କରାଯାଉଛି ଯେ ସ୍କୁଟରର ଫ୍ରେମ୍ ଏପରି ଭାବରେ ଡିଜାଇନ ହେବ ଯେ ଯାହାଦ୍ବାରା ବ୍ୟାଟେରୀ ଏବଂ ମୋଟରକୁ ସ୍ଥାନିତ କରିବା ପାଇଁ ସ୍ଥାନକୁ ଚତୁରତାର ସହ ବ୍ୟବହାର କରାଯାଇପାରିବ। ସ୍କୁଟର ଆଗରେ ଟେଲିସ୍କୋପିକ୍ ଫୋର୍କ ଏବଂ ପଛରେ ମୋନୋସକ୍ ବ୍ୟବହାର କରିପାରିବ । ବ୍ରେକିଂ ପାଇଁ ଡିସ୍କ ବ୍ରେକ୍ ଆଗରେ ଏବଂ ପଛରେ ଡ୍ରମ୍ ବ୍ରେକ୍ ଲାଗିପାରେ ।

ହୋଣ୍ଡା ଇଣ୍ଡିଆର ପ୍ରଥମ ଇଲେକ୍‌ଟ୍ରିକ୍‌ ସ୍କୁଟର ଆଣିବାକୁ ବହୁ ସମୟ ଲଗାଇଛି । କିନ୍ତୁ ଏହା ଦେଖିବା ଆକର୍ଷଣୀୟ ହେବ ଯେ ଆକ୍ଟିଭା ଇଲେକଟ୍ରିକ ସ୍କୁଟର ବଜାରରେ ଉପଲବ୍ଧ TVS iQube, Ather Ritza, Ather 450X, Bajaj Chetak ଓ Ola S1 ରେଞ୍ଜ ଭଳି ପ୍ରତିଷ୍ଠିତ ପ୍ରତିଦ୍ବନ୍ଦ୍ବୀମାନଙ୍କ ତୁଳନାରେ ଏହା କିପରି କାମ କରୁଛି ।

ୟୁରୋପରେ ଚାଲୁଛି ହୋଣ୍ଡାର ଏହି ଇଲେକ୍‌ଟ୍ରିକ ସ୍କୁଟର:-

ନିକଟରେ ହୋଣ୍ଡା EICMA 2024ରେ CUV e ଇଲେକ୍‌ଟ୍ରିକ୍ ସ୍କୁଟରକୁ ଲଞ୍ଚ କରିଛି । ହୋଣ୍ଡା କହିଛଇ ଯେ CUV e 125cc ସ୍କୁଟର ସହିତ ସମାନ ଭାବରେ କାର୍ଯ୍ୟ କରିବ ଏବଂ ଦୁଇଟି ବ୍ୟାଟେରୀ ପ୍ୟାକ୍ ରହିବ । ଫିଚରଗୁଡିକ ବିଷୟରେ କହିଲେ, ଏଥିରେ ଫୁଲ୍‌ ଏଲଇଡି ଲାଇଟିଂ, ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ USB ଚାର୍ଜିଂ ଦିଆଯାଇଛି । ଭାରତୀୟ ବଜାର ପାଇଁ ହୋଣ୍ଡା ଆଣୁଥିବା ଇଲେକ୍‌ଟ୍ରିକ୍ ସ୍କୁଟର CUV e ରେ ବ୍ୟବହୃତ ଡିଜାଇନ ଏବଂ ଟେକ୍ନୋଲୋଜି ସହିତ ଆସିପାରେ ।

ABOUT THE AUTHOR

...view details